ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ଚାରପାଳି ଅଙ୍ଗନବାଡି କେନ୍ଦ୍ର, ବେଫିକର ପ୍ରଶାସନ - anganwadi center in danger condition

ବରଗଡ ଜିଲ୍ଲା ବରିକେଳ ପଞ୍ଚାୟତ ଚାରପାଳି ଅଙ୍ଗନବାଡି କେନ୍ଦ୍ରର ଛାତରୁ ଖସୁଛି କଂକ୍ରିଟ | ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏଥିପ୍ରତି ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇଛି ।

charpali anganwadi center
ବିପଦ ସଙ୍କୁଳ ଅବସ୍ଥାରେ ଚାରପାଳି ଅଙ୍ଗନବାଡି କେନ୍ଦ୍ର
author img

By

Published : Dec 20, 2019, 10:17 PM IST

ବରଗଡ: ଅସୁରକ୍ଷିତ ବରଗଡ ଜିଲ୍ଲାର ଚାରପାଳି ଅଙ୍ଗନବାଡି କେନ୍ଦ୍ର । ଛାତରୁ ଖସୁଛି କଂକ୍ରିଟ । ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । କେତେବେଳେ ବି ଘଟିପାରେ ବଡ ଧରଣର ଅଘଟଣ । ଯାହାକୁ ନେଇ ଚିନ୍ତାରେ ଉଭୟ କର୍ମୀ ଓ ଅଭିଭାବକ ।

ବିପଦ ସଙ୍କୁଳ ଅବସ୍ଥାରେ ଚାରପାଳି ଅଙ୍ଗନବାଡି କେନ୍ଦ୍ର

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବରିକେଳ ପଞ୍ଚାୟତରେ ଥିବା ଚରପାଳି ଅଙ୍ଗନବାଡି କେନ୍ଦ୍ର ବିପଦ ସଙ୍କୁଳ ଅବସ୍ଥାରେ । ଛାତରୁ କଂକ୍ରିଟ ଖସୁଛି । ଏପରିକି ଅନେକ ସମୟରେ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଫଳରେ ବାଧ୍ୟ ହୋଇ ବାରଣ୍ଡାରେ ପାଠ ପଢୁଛନ୍ତି ପିଲା । କୋଠା ମରାମତି ପାଇଁ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛି ହେଲେ ଫଳ ଶୂନ । ଅନ୍ୟପଟେ ଏହାର ମରାମତି କାମ ପାଇଁ ଖର୍ଚ୍ଚ ରାଶି ଆସିଯାଇଥିଲେ ମଧ୍ୟ କାମ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବରିକେଳ ପଞ୍ଚାୟତ ଚରପାଳି ଆଙ୍ଗନବାଡି ଶିକ୍ଷାକେନ୍ଦ୍ର ର ଛାତ ଉପରୁ ପଡୁଛି ସିମେଣ୍ଟ କଂକ୍ରିଟ |ଛୋଟ ଛୋଟ ଛୁଆ ମାନେ ଏହି ଆଙ୍ଗନବାଡି କେନ୍ଦ୍ରକୁ ସବୁଦିନ ଆସୁଥିବା ବେଳେ ଛାତରୁ ସିମେଣ୍ଟ କଂକ୍ରିଟ ପଡି ବହୁ ଛୁଆ ଆହତ ହେଉଛନ୍ତି | ଭୟରେ ପିଲା ମାନଙ୍କୁ ବାରଣ୍ଡାରେ ବସାଇ ରଖୁଛନ୍ତି ଆଙ୍ଗନବାଡି କର୍ମୀ | ଏହି ବିଷୟରେ ଆଗରୁ ଅଭିଯୋଗ ହୋଇଥିଲେ ମଧ୍ୟ ଏହାର ମରାମତି କାର୍ଯ୍ୟ ଆଦୌ କରାଯାଉନଥିବା ଅଭିଯୋଗ ହେଉଛି |
Body:ବିପଦରେ ଚାରପାଲି ଆଙ୍ଗନବାଡି କେନ୍ଦ୍ରର ଛାତ୍ରଛାତ୍ରୀ | କେତେବେଳେ ଛାତ ଭୁସୁଡି ପଡିବ ସେନେଇ ଯେଉଁଠି ବସିବାକୁ ଭୟ କରୁଛନ୍ତି ଆଙ୍ଗନବାଡି କର୍ମୀ ଏବଂ ଆଙ୍ଗନବାଡି କେନ୍ଦ୍ର ବାହାରେ ବାରଣ୍ଡାରେ ବସୁଛନ୍ତି କର୍ମଚାରୀ ଏପରି ପରିସ୍ଥିତିରେ ସରକାରଙ୍କ କର୍ମଚାରୀଙ୍କୁ ଦିଶୁନି ବିପଦ | ଖାମଖିଆଳି ଭାବିନେଇଛନ୍ତି ପିଲାଙ୍କ ଏତେ ଜୀବନ | ଆଙ୍ଗନବାଡି କେନ୍ଦ୍ରର ଏପରି ଅବସ୍ଥାକୁ ନେଇ ଅଭିଯୋଗ ହେବାପରେ ଏହାର ମରାମତି କାମ ପାଇଁ ଖର୍ଚ୍ଚ ରାଶି ଆସିଯାଇଥିଲେ ମଧ୍ୟ କାମ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି |
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.