ETV Bharat / state

ଚର୍ଦ୍ଦାପାଲି ପଞ୍ଚାୟତ ବାସୀଙ୍କ ରଣ ହୁଙ୍କାର, କହିଲେ ଆମକୁ ଦରକାର ଛତିଶଗଡ ସରକାର - ଛତିଶଗଡ ସରକାର

ଚର୍ଦ୍ଦାପାଲିର ଦୁଃଖ ସାଜିଛି ଚାରିପଟେ ଘେରି ରହିଥିବା ଅଙ୍ଗନଦୀ,ସୁରୁଙ୍ଗି ନଦୀ,ଚିରାଲ ନଦୀ ଏବଂ ଝାଞ୍ଜ ପାହାଡ । ପଞ୍ଚାୟତବାସୀ ହତୋତ୍ସାହିତ ହୋଇ ଛତିଶଗଡ ସରକାରଙ୍କ ସହିତ ମିଶିବା ପାଇଁ ଲିଖିତ ଅନୁରୋଧ କରିଛନ୍ତି। ଅଧିକ ପଢନ୍ତୁ...

ଚର୍ଦ୍ଦାପାଲି ପଞ୍ଚାୟତ ବାସୀଙ୍କ ରଣ ହୁଙ୍କାର, ଆମକୁ ଦରକାର ଛତିଶଗଡ ସରକାର

author img

By

Published : Mar 16, 2021, 12:33 PM IST

ବରଗଡ: ଜିଲ୍ଲା ପଦ୍ମପୁର ଉପଖଣ୍ତ ଅଧିନସ୍ଥ ଚାରି ହଜାର ଲୋକ ସଂଖ୍ୟା ବିଶିଷ୍ଟ,ଚର୍ଦ୍ଦାପାଲି ପଞ୍ଚାୟତ ଏକ ବିଚ୍ଛିନ୍ନାଞ୍ଚଳ ଆଦିବାସୀ ବହୁଳ ଅଞ୍ଚଳ। ଭୌଗୋଳିକ ଦୃଷ୍ଟି କୋଣରୁ ଛତିଶଗଡ ସହିତ ଗମନା ଗମନ ସୁଗମ ରହିଛି।

ଚର୍ଦ୍ଦାପାଲି ପଞ୍ଚାୟତ ବାସୀଙ୍କ ରଣ ହୁଙ୍କାର, ଆମକୁ ଦରକାର ଛତିଶଗଡ ସରକାର

ଲୁହୁରାକୋଟ,ଲହଣ୍ତିପୁର,ଗୁଣ୍ତିଚାଡିହି,ଚର୍ଦ୍ଦାପାଲି,ଚଙ୍ଗରିଆ,ମାଲିଡିହି ଗ୍ରାମକୁ ନେଇ ଚର୍ଦ୍ଦାପାଲି ପଞ୍ଚାୟତ ଗଠିତ । ଚର୍ଦ୍ଦାପାଲିର ଦୁଃଖ ସାଜିଛି ଚାରିପଟେ ଘେରି ରହିଥିବା ଅଙ୍ଗନଦୀ,ସୁରୁଙ୍ଗି ନଦୀ,ଚିରାଲ ନଦୀ ଏବଂ ଝାଞ୍ଜ ପାହାଡ । ଅଙ୍ଗନଦୀ ଯୋଗୁଁ ପ୍ରାୟ ସାତ ମାସ ଡଙ୍ଗା ସାହାଯ୍ୟରେ ନଦୀ ପାରି ହୋଇଥାନ୍ତି ପଞ୍ଚାୟତର ଲୋକେ ।

ଗର୍ଭବତୀ ମହିଳାଙ୍କୁ ଡଙ୍ଗାପାରି କରି ନେବା ଆଣିବାରେ ବିଶେଷ ଅସୁବିଧା ଭୋଗିଥାନ୍ତି । ଶିକ୍ଷା,ସ୍ବାସ୍ଥ୍ୟ ସେବା,ରାସ୍ତା ଘାଟ,ଗମନା ଗମନର ସୁବିଧାରୁ ବହୁ ପଛରେ ଏହି ପଞ୍ଚାୟତ ବାସୀ । ଧୂଳି ଧୂସରିତ ରାସ୍ତା ଯୋଗୁଁ ଅନେକ ଶ୍ବାସ ରୋଗ,ଯକ୍ଷ୍ମା ରୋଗରେ ପୀଡିତ ହୋଇଥାନ୍ତି । ଦୀର୍ଘ ବର୍ଷ ବର୍ଷ ଧରି ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା ଅଙ୍ଗ ନଦୀରେ ପୋଲ ନିର୍ମାଣ,ପଞ୍ଚାୟତକୁ ପିଚୁ ରାସ୍ତା ନିର୍ମାଣ ପାଇଁ ଧ୍ୟାନ ଦେଉ ନଥିବାର ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସୀ । ପଞ୍ଚାୟତ ବାସୀ ହତୋତ୍ସାହିତ ହୋଇ ଛତିଶଗଡର ସରାଇପାଲି ବିଧାୟକ ତଥା ଅନୁସୂଚିତ ଜାତି,ଜନଜାତି କଲ୍ଯାଣ ମନ୍ତ୍ରୀ କିସ୍ମତଲାଲ ନନ୍ଦଙ୍କ ସହିତ ଦୁଇ ଥର ସାକ୍ଷାତ କରି ସେମାନେ ଛତିଶଗଡ ସରକାରଙ୍କ ସହିତ ମିଶିବା ପାଇଁ ଲିଖିତ ଅନୁରୋଧ କରି ସାରିଛନ୍ତି।

ଗତ ଫେବ୍ରୁଆରୀ 28 ତାରିଖରେ ପ୍ରଥମ ସାକ୍ଷାତ କରିଥିଲେ ଏବଂ ପରେ ମାର୍ଚ୍ଚ 6 ତାରିଖରେ ପୁଣି ଥରେ ସାକ୍ଷାତ କରିଥିବା ଖବର ପ୍ରସାରିତ ପରେ ପ୍ରଶାସନର ଛନକା ପଶିଥିଲା ଏବଂ ବରଗଡ ଜିଲ୍ଲାପାଳ ଜ୍ଯୋତି ରଂଜନ ପ୍ରଧାନ ଚର୍ଦ୍ଦାପାଲି ପଞ୍ଚାୟତକୁ ନିଜେ ଛତିଶଗଡ ରାସ୍ତା ଦେଇ ଯାଇଥିଲେ।ରାସ୍ତା ଘାଟ,ପୋଲ ନିର୍ମାଣ ଚର୍ଚ୍ଚା କରିବେ ବୋଲି ଲୋକ ଆଶା ରଖିଥିଲେ । ହେଲେ ଜିଲ୍ଲାପାଳ ସେଭଳି କୌଣସି ଚର୍ଚ୍ଚା କରି ନ ଥିଲେ । ବରଂ କହିଥିଲେ‐"ମୁ ଅଥରିଟି ନୁହଁ, ମୁ ଅଲଗା କାମରେ ଆସିଛି ।" ଏହାକୁ ନେଇ ତାଙ୍କୁ କିଛି ସମୟ ହଟହଟା ହେବାକୁ ପଡିଥିଲା ପଞ୍ଚାୟତ ଅଫିସ ପରିସରରେ ।

ଚର୍ଦ୍ଦାପାଲି ପଞ୍ଚାୟତ ସରପଞ୍ଚ କହିଛନ୍ତି‐"ରାଜନୈତିକ ଇଛ୍ଛା ଶକ୍ତିର ଅଭାବ ରହିଛି,ଅଙ୍ଗ ନଦୀରେ ପୋଲ ନିର୍ମାଣ ପାଇଁ । ଚର୍ଦ୍ଦାପାଲି ପଞ୍ଚାୟତର ଅସୁବିଧା ବାବଦରେ ମଧ୍ଯ ଚଳିତ ମାସ ୧୨ ତାରିଖରେ ବରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ଯଙ୍କୁ ଚାଷୀ ମାନେ ଜଣାଇଥିଲେ। (୧୪/୦୩/୨୧) ଚର୍ଦ୍ଦାପାଲି ପଞ୍ଚାୟତ ବାସୀ ଓଡିଶା‐ଛତିଶଗଡ ସୀମାରେ ଥିବା ଗୁଣ୍ତିଚାଡିହି ଠାରେ ଧାରଣାରେ ବସିଥିଲେ । ନିଜର ରାସ୍ତାଘାଟ ଗମନା ଗମନର ଅସୁବିଧା ଜଣାଇବା ପାଇଁ ଛତିଶଗଡର ସରାଇପାଲି ବିଧାୟକ କିସ୍ମତଲାଲ ନନ୍ଦଙ୍କୁ ଆମନ୍ତ୍ରଣ କରିଥିଲେ । ସେ ମଧ୍ଯ ଚର୍ଦ୍ଦାପାଲି ପଞ୍ଚାୟତ ବାସୀଙ୍କ ନିମନ୍ତ୍ରଣ ରକ୍ଷାକରି ପହଞ୍ଚିଥିଲେ ଧାରଣା ସ୍ଥଳକୁ । ନିଜେ ପ୍ରକୃତ ସ୍ଥିତି ଲୋକଙ୍କ ଠାରୁ ଶୁଣିଥିଲେ।

ଏହି ଅବସରରେ ଲୋକ ମାନେ ତାଙ୍କୁ ଛତିଶଗଡ ମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଖୁବ୍ ଶୀଘ୍ର ଏହାର ବିଚାର କରିବା ପାଇଁ ଛତିଶଗଡ ମୂଖ୍ଯମନ୍ତ୍ରୀ ଭୂପେଶ ବଘେଲଙ୍କୁ ଜଣାଇବେଏବଂ ଚର୍ଦ୍ଦାପାଲି ପଞ୍ଚାୟତ ବାସୀଙ୍କୁ ନ୍ଯାୟ ପ୍ରଦାନ କରିବେ ବୋଲି ସରାଇପାଲି ବିଧାୟକ କହିଥିଲେ । ଦୀର୍ଘ ଦିନରୁ ଅବହେଳିତ ହୋଇ ପଡ଼ିଥିବା ପଦ୍ମପୁର ଉପଖଣ୍ଡ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.