ବରଗଡ: ବରଗଡରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର । ଦେଶରେ ପ୍ରତି ୧୦ ବର୍ଷରେ ଥରେ ହୋଇଥାଏ ଜନଗଣନା କାର୍ଯ୍ୟକ୍ରମ ହୋଇଥାଏ । ୨୦୨୦ -୨୧ ବର୍ଷର ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି |
ଚଳିତ ବର୍ଷ ଜନଗଣନା ନିମନ୍ତେ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରଶିକ୍ଷଣ ଶିବିର । ବିଭିନ୍ନ ଶିକ୍ଷକ ଓ ଅଧ୍ୟାପକ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଯେଉଁମାନେ ଏହାପରେ ଜନଗଣନା ପାଇଁ ନିଯୁକ୍ତ ଅନ୍ୟ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦେବେ |
ଚଳିତ ବର୍ଷ ଆଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ବାରା ଜନଗଣନା ପାଇଁ ଶିକ୍ଷା ଦିଆଯାଉଛି |ଦେଶର ଜନସଂଖ୍ୟା ଗଣତି ସହିତ ବିଭିନ୍ନ ପ୍ରକାରର ରହିଥିବା ଘର ଓ କୋଠା ଘରଗୁଡିକର ମଧ୍ୟ ଗଣତି କରାଯିବ | ତେବେ ବରଗଡ ଜିଲ୍ଲା କୃଷି ବିଭାଗ ଓ ଡିଆରଡିଏ ଠାରେ ଥିବା ସମ୍ମିଳନୀ ଗୃହରେ ଦୁଇଟି ତାଲିମ ଶିବିରର କରାଯାଇଛି |ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବରଗଡ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ବାବଧାନରେ ଚାଲିଛି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ