ETV Bharat / state

ବିଜେପୁର ଉପନିର୍ବାଚନ ହେଲେ ବିଜେପି ଜିତିବ: ପୃଥ୍ୱୀରାଜ - naveen pattanaik

ବିଜେପୁରକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ବିଜେପୁରରେ ନିର୍ବାଚନ ପୂର୍ବରୁ ନିଜ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା ବର୍ଷା କରିଥିଲେ । ପରେ ଯଦି ସେଠାରୁ ନବୀନ ଇସ୍ତଫା ଦିଅନ୍ତି ପୁଣି ସେ ପ୍ୟାକେଜ ଦେବେ ବୋଲି ପିସିସି ସଭାପତି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେହିପରି ବିଜେପୁରରେ ଉପନିର୍ବାଚନ ହେଲେ ବିଜେପି ଜିତିବ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 31, 2019, 11:29 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜେପୁର ଓ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଏହି ଦୁଇଟି ଆସନରୁ ନବୀନ ଜିତିଛନ୍ତି । ହେଲେ ବିଜେପୁରକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ବିଜେପୁରରେ ନିର୍ବାଚନ ପୂର୍ବରୁ ନିଜ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା ବର୍ଷା କରିଥିଲେ । ପରେ ଯଦି ସେଠାରୁ ନବୀନ ଇସ୍ତଫା ଦିଅନ୍ତି ପୁଣି ସେ ପ୍ୟାକେଜ ଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେହିପରି ବିଜେପୁରରେ ଉପନିର୍ବାଚନ ହେଲେ ବିଜେପି ଜିତିବ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସରକାରୀ ଟଙ୍କାରେ ନିର୍ବାଚନ ଲଢ଼ିବା ନବୀନଙ୍କ ଏକ ପୁରୁଣା ଅଭ୍ୟାସ ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ନିର୍ବାଚନ ପୂର୍ବରୁ ଜିତିବାକୁ ସେଠାରେ ଯୋଜନା ବର୍ଷା କରିଥିଲେ। ପୁଣି ଇସ୍ତଫା ଦେଲେ ଲୋକଙ୍କୁ ତୋଷ କରିବାକୁ ଯୋଜନା ବର୍ଷା କରିବେ ବୋଲି ନିରଞ୍ଜନ କହିଛନ୍ତି । ସେପଟେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନବୀନଙ୍କ ଠକାମୀ ଲୋକେ ବୁଝିସାରିଲେଣି। ପୂର୍ବରୁ ବିଜେପୁର ଉପନିର୍ବାଚନରେ ଠକିଥିବା ବେଳେ ଏବେ ପୁଣି ଉପନିର୍ବାଚନ ସ୍ଥିତି ଉପୁଜିବାର ପରିସ୍ଥିତି ରହିଛି । ବିଜେପୁରବାସୀ ମଧ୍ୟ ଭଲ ଭାବରେ ଜାଣି ଗଲେଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପରିକି ବିଜେପିକୁ ମଧ୍ୟ ବହୁତ ଭୋଟ ବିଜେପୁରରୁ ମିଳିଛି। ଉପନିର୍ବାଚନ ସମୟରେ ଉଚିତ ଜବାବ ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବରଗଡ଼ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା କହିଛନ୍ତି, ଏବେ ନୁହେଁ ବିଜେପୁର ପାଇଁ ବହୁ ଆଗରୁ ବିଜୁ ବାବୁଙ୍କ ଅମଳରୁ ଗୁରୁତ୍ୱ ଦିଆଯାଇ ଆସିଛି। ପୂର୍ବରୁ ଅନେକ ଘୋଷଣା କରାଯାଇଛି। ସେଥିରୁ ବହୁତ କାର୍ଯ୍ୟ କରିଛି। ବିଜେପୁର ଏବେ ବିଜେଡି ଫୋକ୍ସରେ ଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ କଳେବଳେ କୌଶଳେ ଲଢ଼ି ଏହି ସିଟ ହାତେଇବା ପାଇଁ ଯୋଜନା ଆରମ୍ଭ କରିଦେଲେଣି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ଭୁବନେଶ୍ୱର:ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ପାକିସ୍ତାନରେ ବସବାସ କରୁଥିବା ହିନ୍ଦୁ ଭାଇଓ ଭଉଣୀମାନେ।
ମୁସଲିମ ବହୁଳ ପାକିସ୍ତାନରେ ବସବାସ କରୁଥିବା ହିନ୍ଦୁମାନେ ବହୁଳଭାବେ ନିଷ୍ପେସିତ।ସେମାନେ ସେଠାରେ ନିଜର ଧର୍ମୀୟ ଭାବନା ଜାହିର କରିବା ପାଇଁ ଏକ ପ୍ରକାର ପ୍ରତିବନ୍ଧିତ।ବହୁ ଘାତପ୍ରତିଘାତ ସତ୍ୱେ ସେମାନେ ନିଜର  ଧର୍ମୀୟ ଭାବନା ପ୍ରକାଶ କରିବା ସହିତ ଭାରତରେ ଥିବା ହିନ୍ଦୁମାନଙ୍କ ମୁଖ୍ୟ ଧର୍ମପୀଠ ପୁରୀଧାମର ଶ୍ରୀଜଗନ୍ନାଥ ଙ୍କ ଦର୍ଶନ କରିବାକୁ ମନସ୍ତ କରିଛନ୍ତି।
ଆସନ୍ତା 26 ତାରିଖରେ 3ଦିନିଆ ଓଡିଶା ଭ୍ରମଣରେ ଆସି ମହାପ୍ରଭୁ ଜଗନ୍ନାଥ ଙ୍କ ସମେତ ଭୁବନେଶ୍ୱର ରେ ଲିଙ୍ଗରାଜ ମହାଦେବଙ୍କ ଦର୍ଶନ କରିବାକୁ ସେମାନେ ସ୍ଥିର କରିଛନ୍ତି।ନିଜ ପ୍ରଚେଷ୍ଟା ରେ ଆସୁଥିବା 75 ଜଣିଆ ଏହି ପ୍ରତିନିଧିମଣ୍ଡଳୀଙ୍କୁ ପ୍ରୋତ୍ସାହନ ଜଣାଇବା ସହିତ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବ ବୋଲି କହିଛି ଓଡିଶା ଇଣ୍ଟରଣ୍ୟସ୍ନାଲ ସେଣ୍ଟର।ଆଜି ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେଣ୍ଟର ର ମୁଖ୍ୟ ପରେଶ ନାୟକ କହିଛନ୍ତି କି ସେମାନଙ୍କ ଏହି ଗସ୍ତକାଳରେ ଆସନ୍ତା 27 ତାରିଖ ଦିନ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।ଏହା ସହିତ ସେମାନଙ୍କୁ ଅନ୍ୟାନ୍ୟ ତୀର୍ଥସ୍ଥାନ ପରିଭ୍ରମଣ କରିବା କ୍ଷେତ୍ରରେ ସହଯୋଗ ପ୍ରଦାନ କରାଯିବ।
Laxmikanta Das
Bhubaneswar
Visual already sent by WhatsApp
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.