ETV Bharat / state

ବଢୁଛି କୋଭିଡ ମୃତ୍ୟୁ ସଂଖ୍ୟା, ଅସହାୟଙ୍କ ଶବ ସତ୍କାର କରୁଛି ସଂକଳ୍ପ ପରିବାର

author img

By

Published : Apr 20, 2021, 8:56 AM IST

କୋଭିଡ ମୃତକଙ୍କ ଶବ ସତ୍କାର କରିବାକୁ ଆଗେଇ ଆସିଛି ବରଗଡର ସମାଜସେବୀ ସଂଙ୍ଗଠନ ସଂକଳ୍ପ ପରିବାର । ଅଧିକ ପଢନ୍ତୁ...

ଅସହାୟଙ୍କ ଶବ ସତ୍କାର କରୁଛି ସଂକଳ୍ପ ପରିବାର
ଅସହାୟଙ୍କ ଶବ ସତ୍କାର କରୁଛି ସଂକଳ୍ପ ପରିବାର

ବରଗଡ: କୋରୋନାର ଦ୍ବିତୀୟ ଲହର ତାର କାୟା ବିସ୍ତାର କରିଚାଲି ଥିବାବେଳେ ବରଗଡ଼ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ବଢୁଥିବା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପରିସ୍ଥିତିକୁ ଆହୁରି ଉଦବେଗଜନକ କରିଛି। ଏପରି ପରିସ୍ଥିତିରେ କୋଭିଡ ମୃତକଙ୍କ ଶବ ସତ୍କାର କରିବାକୁ ଆଗେଇ ଆସିଛି ବରଗଡର ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାର ।

ଅସହାୟଙ୍କ ଶବ ସତ୍କାର କରୁଛି ସଂକଳ୍ପ ପରିବାର

ଗତ 5 ଦିନରେ ବରଗଡ଼ ସହରରେ ଥିବା ଏକ ଘରୋଇ ମେଡିକାଲରେ 6 ଜଣ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ରାଉରକେଲା କଳୁଙ୍ଗା ଅଞ୍ଚଳର ୬୩ ବର୍ଷୀୟ ବୟସର ଜଣେ ବ୍ୟକ୍ତି ଗତ ୬ ଏପ୍ରିଲରେ କଲିକତାରୁ ରାଉରକେଲା ଆସିଥିବାବେଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଗତ 11 ତାରିଖରେ ରାଉରକେଲାର ଆଇ.ଜି.ଏଚ ମେଡିକାଲରୁ ବରଗଡ଼କୁ ଉନ୍ନତମାନର ଚିକିତ୍ସା ପାଇଁ ଆଶା ନେଇ ଆସିଥିବାବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ପରିବାର ଲୋକେ ସମସ୍ତେ କୋଭିଡ଼ ପଜେଟିଭ ଚିହ୍ନଟ ଥିବାବେଳେ ଶବ ସତ୍କାର ପାଇଁ ଅସହାୟ ହୋଇପଡିଥିଲେ ପରିବାର ଲୋକେ । ଏନେଇ ଖବର ପାଇ ସଂକଳ୍ପ ପରିବାର ଶବ ସତ୍କାର ପାଇ ସାହାଯ୍ୟର ହାତ ବଢାଇଥିଲା ଏବଂ ବରଗଡ଼ ପିପଳମୁଣ୍ଡା ସ୍ଥିତ କୋଭିଡ ସ୍ବର୍ଗଦ୍ବାରରେ ସଂକଳ୍ପ ପରିବାର ଦ୍ବାରା ସସମ୍ମାନେ ତାଙ୍କର ଶବ ସତ୍କାର କରାଯାଇଛି ।

ମୃତକଙ୍କ ବଡ ପୁଅ ସମସ୍ତ କୋଭିଡ ନିୟମ ପାଳନ କରି ମୁଖାଗ୍ନି ଦେଇଥିବା ବେଳେ ସଂକଳ୍ପ ପରିବାର ତରଫରୁ ଉପସଭାପତି ଜି ରମେଶ, ବିକାଶ ଅଗ୍ରୱାଲ, ନିଲେଶ ପଧାନ, ସନ୍ଧିପ ସେଠ, ଲୋକନାଥ ମେହେର ପ୍ରମୁଖ ସାହାଯ୍ୟ କରିଥିଲେ । ସଂକଳ୍ପ ପରିବାରର ଏପରି ନିସ୍ଵାର୍ଥପର ସମାଜସେବାକୁ ବରଗଡର ବୁଦ୍ଧିଜୀବୀ ମହଲରେ ଭାରି ପ୍ରଶଂସା କରାଯାଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.