ETV Bharat / state

ପଦ୍ମପୁର ପରାଜୟର କାରଣ ଖୋଜିବ ବିଜେପି : ଜୟ ନାରାୟଣ ମିଶ୍ର

ପଦ୍ମପୁର ପରାଜୟର କାରଣ ଅନ୍ୱେଷଣ କରାଯିବ । କଣ ପାଇଁ ଦଳ ହାରିଲା ସମୀକ୍ଷା ପରେ ଜଣାପଡ଼ିବ । ହାରିଛୁ, କିନ୍ତୁ ଏଥର ଗତଥରଠାରୁ ବିଜେପିକୁ ଅଧିକ ଭୋଟ ମିଳିଛି । ଏଥର ପରାଜୟର ବ୍ୟବଧାନ ବହୁତ ଅଧିକ ହେଲା । ଆକଳନ କରାଯାଇଥିବା ନିଶ୍ଚିତ ବିଜୟରେ ବାଧା ଆସିଛି । ହାରିବାର ଅନେକ କାରଣ ଅଛି । ସମୀକ୍ଷା ପରେ ପରାଜୟର ପ୍ରକୃତ କାରଣ କଣ ଜଣାପଡିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

author img

By

Published : Dec 9, 2022, 7:04 PM IST

ପଦ୍ମପୁର ପରାଜୟର କାରଣ ଖୋଜିବ ବିଜେପି
ପଦ୍ମପୁର ପରାଜୟର କାରଣ ଖୋଜିବ ବିଜେପି

ଭୁବନେଶ୍ବର: ପଦ୍ମପୁର ପରାଜୟର କାରଣ ଅନ୍ୱେଷଣ କରାଯିବ । କଣ ପାଇଁ ଦଳ ହାରିଲା ସମୀକ୍ଷା ପରେ ଜଣାପଡ଼ିବ । ହାରିଛୁ, କିନ୍ତୁ ଏଥର ଗତଥର ଠାରୁ ବିଜେପିକୁ ଅଧିକ ଭୋଟ ମିଳିଛି । ଏଥର ପରାଜୟର ବ୍ୟବଧାନ ବହୁତ ଅଧିକ ହେଲା । ଆକଳନ କରାଯାଇଥିବା ନିଶ୍ଚିତ ବିଜୟରେ ବାଧା ଆସିଛି । ହାରିବାର ଅନେକ କାରଣ ଅଛି । ସମୀକ୍ଷା ପରେ ପରାଜୟର ପ୍ରକୃତ କାରଣ କଣ ଜଣାପଡିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ।

ପଦ୍ମପୁର ପରାଜୟର କାରଣ ଖୋଜିବ ବିଜେପି : ଜୟ ନାରାୟଣ ମିଶ୍ର

ଜୟ କହିଛନ୍ତି ଯେ, ବିଜେଡ଼ି ବିଜୟରେ ଅର୍ଥ ବଡ଼ ଫ୍ୟାକ୍ଟର ହେଲା । ଅନ୍ୟ କାରଣ ମଧ୍ୟ ଥିବ । ତାହା ସମୀକ୍ଷା ପରେ ଜଣାପଡିବ । ବର୍ଷାଙ୍କ ବିରୋଧରେ କୌଣସି ଅପପ୍ରଚାର କରାଯାଇନାହିଁ । ଯେତେବେଳେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିଲେ । ସେତେବେଳେ ଝିଅ ବୋଲି ସମ୍ବୋଧିତ କରିନଥିଲେ । ରେକର୍ଡ଼ିଂ ଭିଡିଓ ଚଲେଇ ଦେଲେ । ନାରୀ ନିର୍ଯାତନାରେ ଓଡିଶା ଏକ ନମ୍ବର । ନାରୀକୁ ସମ୍ମାନ କଥା ଦେଖାଯାଉନାହିଁ । ଜନସଂଖ୍ୟା ଦୃଷ୍ଟିରୁ ଉତ୍ତର ପ୍ରଦେଶ ବୋଲି କୁହାଯାଉଥିଲେ ବି ଓଡ଼ିଶାରେ ନାରୀ ନିର୍ଯାତନା ଅଧିକ । ଦାରିଦ୍ର୍ୟ, ଗରିବୀରେ ବି ଓଡିଶା ଏକ ନମ୍ବର । ବର୍ଷାଙ୍କୁ ନେଇ ବିଜେପି କୌଣସି ବ୍ୟକ୍ତିଗତ ଆକ୍ଷେପ କରିନାହିଁ । ନିର୍ବାଚନରେ କୁହାଯାଇଛି ଯେ, ପଦ୍ମପୁରର ଝିଅ, ସତ୍ୟବାଦୀର ବୋହୂ । ତାଙ୍କ ସ୍ୱାମୀ ଓଡ଼ିଶା ବାହାରେ ରୁହନ୍ତି । ଏଥରେ ଅସତ୍ୟ କିଛି ନାହିଁ । ତାଙ୍କର ଚରିତ୍ର ସଂହାର କରାଯାଇନାହିଁ । ଏ ଫଳାଫଳ କିଛି ସନ୍ଦେଶ ଦେଉନାହିଁ ।

ଦେଢ଼ ବର୍ଷ ପାଇଁ ଭୋଟ ଥିଲା । ଲୋକ ବୋଧେ ଭାବିଲେ ଯଦି ସରକାର ବଦଳିବ ନାହିଁ । ତାହେଲେ କାହିଁକି ସରକାର ବିରୁଦ୍ଧରେ ଯିବୁ । କଂଗ୍ରେସ ଭୋଟ ସମ୍ପୂର୍ଣ୍ଣ ଭାବେ ବିଜେଡ଼ି ନେଇଗଲା । ଯାହା ବିଜେପି ଲାଗି ବଡ଼ ବିପଦ ସୃଷ୍ଟି ହେଲା । କଂଗ୍ରେସ ଭୋଟ କେମିତି ବିଜେଡିକୁ ଗଲା ତାହା ଦେବା ନେବା ଲୋକ ଜାଣିଥିବେ । ବିଜେଡ଼ି ଜିତିବାର ବଡ଼ କାରଣ, ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳ । ଏହା ଉପରେ ବିଜେଡି ପର୍ଯ୍ୟବେଶିତ । ଏହା ପରେ ବିଜେଡିର ଶକ୍ତି ନାହିଁ । 2024ରେ ପଦ୍ମପୁରର କୌଣସି ପ୍ରଭାବ ପଡିବ ନାହିଁ । ରାଜ୍ୟରେ ବ୍ୟାପକ ଲଢେଇ ହେବ । କଂଗ୍ରେସ ଓଡିଶା ରାଜନୀତିରୁ ବାହାରି ଗଲାଣି । ଯାହା ଲଢେ଼ଇ ହେବ ବିଜେପି ଓ ବିଜେଡି ମଧ୍ୟରେ ହେବ ।

ବିଗତ ଦିନରେ ଯେଉଁମାନେ କଂଗ୍ରେସ ବିରୋଧୀ ରାଜନୀତି କରୁଥିଲେ ସେମାନେ ବର୍ତ୍ତମାନ ବିଜେପିରେ ଓ ଯେଉଁମାନେ କଂଗ୍ରେସ ସପକ୍ଷରେ ରାଜନୀତି କରୁଥିଲେ ସେମାନେ ବିଜେଡିରେ ଅଛନ୍ତି । ନବୀନଙ୍କର କଣ କରିସ୍ମା ମୁଁ ଜାଣିପାରୁନାହିଁ । ନବୀନ ଗୋଟେ ଜାଗାରେ ଛିଡା ହୁଅନ୍ତୁ । ବିନା ପ୍ରଚାର ଓ ଟଙ୍କା ବଣ୍ଟାରେ ଲୋକଙ୍କୁ ଆଣନ୍ତୁ । ଦେଖିବା କେତେ ଲୋକ ନବୀନ ବାବୁଙ୍କୁ ପାଖକୁ ଆସୁଛନ୍ତି । ପ୍ରତ୍ୟେକ ଲୋକଙ୍କୁ ଟଙ୍କା ଦିଆଯିବ । ଗାଡି ପଠେଇ ଆଣିବେ । ତାପରେ କହିବେ ଆମେ ପପୁଲାର । ତାହା ଗ୍ରହଣୀୟ ହେଉନାହିଁ । ନବୀନ ପଟ୍ଟନାୟକ ନିର୍ବାଚନକୁ ବହୁତ ବ୍ୟୟ ବହୁଳ କରି ଦେଲେଣି । ସାଧାରଣ ଲୋକ ନିର୍ବାଚନ ଲଢ଼ିବା ସମ୍ଭବ ହେଉନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.