ETV Bharat / state

ରାଜ୍ୟ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି ନେତା ପ୍ରଦୀପ ପୁରୋହିତ

ରାଜ୍ୟ ସରକାରଙ୍କ ବିରୋଧରେ କେନ୍ଦ୍ରୀୟ ଅନୁଦାନ ହଡପ ସହ ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 26, 2020, 6:24 AM IST

Bjp leader Pradip purohit
Bjp leader Pradip purohit

ବରଗଡ: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଗ୍ରାମ ପଞ୍ଚାୟତଙ୍କୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ପାଣ୍ଠିକୁ ରାଜ୍ୟ ସରକାର ହାତେଇ ନେଇଥିବା ଅଭିଯୋଗ କରି ବର୍ଷିଛନ୍ତି ପ୍ରଦୀପ ।

ରାଜ୍ୟ ସରକାରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ନେତା ପ୍ରଦୀପ ପୁରୋହିତ

ଅଭିଯୋଗ ଅନୁସାରେ କେନ୍ଦ୍ର ସରକାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୨୫ ଲକ୍ଷରୁ ୪୦ ଲକ୍ଷ ପର୍ଯ୍ୟନ୍ତ ଅନୁଦାନ ଯୋଗାଇ ଦେଇଥିବା ବେଳେ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ଚିଠି ଲେଖି ୧୦ ଲକ୍ଷ ଟଙ୍କା ଲେଖାଏଁ ଗ୍ରାମ ପଞ୍ଚାୟତ ମାନେ ଭୁବନେଶ୍ବର ସଚିବାଳୟ ଷ୍ଟେଟବ୍ୟାଙ୍କ ଶାଖାରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାକୁ କଡା ନିନ୍ଦା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ପ୍ରଦୀପ କହିଛନ୍ତି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ବହନ କରିବା ପରେ ତଳସ୍ତରରୁ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲକ୍ଷ୍ଯରେ କେନ୍ଦ୍ରସରକାର ସିଧା ସଳଖ ଗ୍ରାମପଞ୍ଚାୟତଙ୍କୁ କେନ୍ଦ୍ରୀୟ ସହାୟତା ଦେଉଛନ୍ତି । ୨୦୨୦ - ୨୧ ବର୍ଷରେ ପଞ୍ଚଦଶ କେନ୍ଦ୍ରୀୟ ଫାଇନାସ କମିଶନରର ଅର୍ଥ ସିଏଫସି ( CFC ) ଦେଶର ସମସ୍ତ ଗ୍ରାମ ପଞ୍ଚାୟତମାନଙ୍କୁ ଜନସଂଖ୍ୟା ଆଧାରରେ ୨୫ ଲକ୍ଷରୁ ୪୦ ଲକ୍ଷ ପର୍ଯ୍ୟନ୍ତ ପ୍ରତି ଗ୍ରାମପଞ୍ଚାୟତଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି । ଅନୁଦାନ ଅର୍ଥ କେଉଁକେଉଁ କାର୍ଯ୍ୟରେ ଖର୍ଚ୍ଚ ହେବ ତାର ସ୍ବତନ୍ତ୍ର ଗାଇଡ ଲାଇନ ମଧ୍ୟ ପ୍ରଦାନ କରିଛନ୍ତି । କିନ୍ତୁ ଗ୍ରାମପଞ୍ଚାୟତ ମାନଙ୍କୁ ଆସିଥିବା କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ହାତେଇ ନେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହି ମର୍ମରେ ରାଜ୍ୟ ପଞ୍ଚାୟତରାଜ ବିଭାଗ ସଚିବ ସମସ୍ତ ଜିଲ୍ଲାକୁ ଚିଠି ଲେଖି ୧୦ ଲକ୍ଷ ଟଙ୍କା ଲେଖାଏଁ ଗ୍ରାମ ପଞ୍ଚାୟତମାନେ ଭୁବନେଶ୍ବର ସଚିବାଳୟ ଷ୍ଟେଟବ୍ୟାଙ୍କ ଶାଖାରେ Account No 37249281166 ରେ OWSSM ( ODISHA WATER AND SANITATION MISSION ) ନାମରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଦୀପ କହିଛନ୍ତି ଦେଶର ଅନ୍ଯ କୌଣସି ରାଜ୍ୟ ସରକାର ଗ୍ରାମପଞ୍ଚାୟତକୁ ଆସଥିବା କେନ୍ଦ୍ରୀୟ ଅନୁଦାନକୁ ହାତ ମାରୁନଥିବା ବେଳେ ଓଡିଶା ସରକାର ପାନୀୟ ଜଳ ବ୍ଯବସ୍ଥା ପାଇଁ Expert ନଥିବା ଦର୍ଶାଇ ଏହାକୁ ପରିଚାଳନା କରିବାର ବାହାନ ଦେଖାଇ କେନ୍ଦ୍ରୀୟ ଅନୁଦାନକୁ ହାତେଇବା ପାଇଁ ଯୋଜନା କରିଛନ୍ତି । ଏହାଦ୍ବାରା ଓଡିଶାରେ ଥିବା ୬ ହଜାର ୭ ଶହ ୯୮ ଗ୍ରାମପଞ୍ଚାୟତ ରୁ ସରକାର ପାଖାପାଖି ୭ ଶହ କୋଟି ଟଙ୍କା ହାତେଇବା ପାଇଁ ଯୋଜନା କରିଛନ୍ତି । ଅନେକ ଗ୍ରାମ ପଞ୍ଚାୟତ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାରଙ୍କୁ ଦେବାପାଇଁ ରାଜି ହେଉନଥିବାବେଳେ ସରକାରୀ ଅଧିକାରୀ ସରପଞ୍ଚ ମାନଙ୍କ ଉପରେ ଟଙ୍କା ଜମା ଦେବା ପାଇଁ ଚାପ ପ୍ରୟୋଗ କରୁଛନ୍ତି ବୋଲି ସେ କହିଛନ୍ତି ।

ସରକାର ଏହି କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ । ଯେଉଁ ପଞ୍ଚାୟତରୁ ଅର୍ଥ ଆଣିଛନ୍ତି ଫରସ୍ତ କରନ୍ତୁ ନଚେତ ବ୍ୟାପକ ଆନ୍ଦୋଳନ ହେବ ବୋଲି ପ୍ରଦୀପ ପୁରୋହିତ ଧମକ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.