ETV Bharat / state

Padmapur ByPoll: ପାଇକମାଳରେ ମତଦାନ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ - ନେତା ବାଛୁଛନ୍ତି ପଦ୍ମପୁରବାସୀ

ଆଜି ଭୋଟ ଦେଇ ନିଜ ନେତା ବାଛୁଛନ୍ତି ପଦ୍ମପୁରବାସୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇକମାଳରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

Padmapur ByPoll: ପାଇକମାଳରେ ମତଦାନ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

author img

By

Published : Dec 5, 2022, 3:34 PM IST

Updated : Dec 5, 2022, 9:10 PM IST

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur ByPoll) ଲାଗି ଆଜି ସକାଳୁ ମତଦାନ ଆରମ୍ଭ ହୋଇଥିବା ବେଳେ ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ (BJP Cndidate Pradip Purohit)। ପାଇକମାଳ ଛକସ୍ଥିତ ପ୍ରକଳ୍ପ ପ୍ରାଥମିକ ବାଳିକା ବିଦ୍ୟାଳୟ ଭୋଟ୍‌ ଗ୍ରହଣ କେନ୍ଦ୍ରର ବୁଥ୍‌ ନଂ-୧୨୮କୁ ଆସି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ପ୍ରଦୀପ । ପ୍ରଦୀପଙ୍କ ସହିତ ତାଙ୍କ ମାଆ ମଧ୍ୟ ଭୋଟ ଦେଇଥିବା ଦେଖିବାକୁ ମିଳିଛି ।

ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି । ତେବେ ଦିନ ୧ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୪୬.୯୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଉକ୍ତ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ଥିବାବେଳେ ୧୦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଅନ୍ୟମାନଙ୍କ ପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ପାଇକମାଳ ନିର୍ବାଚନ ମଣ୍ଡଳୀର ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ୍‌ ଗ୍ରହଣ କେନ୍ଦ୍ରର ବୁଥ୍‌ ନଂ-୧୦୨କୁ ଆସି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମତଦାନ କରିଥିଲେ।

Padmapur ByPoll: ପାଇକମାଳରେ ମତଦାନ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଏହା ବି ପଢନ୍ତୁ- Padampur Bypoll: ୧ଟା ସୁଦ୍ଧା 46.96 ପ୍ରତିଶତ ମତଦାନ

ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ ଏହି ନିର୍ବାଚନ ମଣ୍ଡଳୀର ପାଇକମାଳ ଛକସ୍ଥିତ ପ୍ରକଳ୍ପ ପ୍ରାଥମିକ ବାଳିକା ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ର(ବୁଥ ନଂ-୧୨୮)କୁ ଆସି ମତଦାନ କରିଥିଲେ। ଏହା ପୂର୍ବରୁ ସେ ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ସକାଳୁ ଆସି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ ଏହି ନିର୍ବାଚନ ମଣ୍ଡଳୀର ରଜାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ର(ବୁଥ ନଂ-୨୧୩)କୁ ଆସି ମତଦାନ କରିଥିଲେ ।

ଆଜି ମତଦାନ ଆରମ୍ଭରୁ ଜଗଦଳପୁରର ୫ ଗୋଟି ବୁଥରେ, ପାଇକମାଳର ୨ ଗୋଟି ବୁଥରେ ଓ ପଦ୍ମପୁର ର ମଧ୍ୟ ଦୁଇ ଗୋଟି ବୁଥରେ EVM ରେ ତ୍ରୁଟି କାରଣରୁ ମତଦାନରେ କିଛି ସମୟ ବିଳମ୍ବ ହୋଇଥିଲା । ତେବେ EVM ପରିବର୍ତ୍ତନ ପରେ ଅଧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ଏବଂ ଆସନ୍ତା ୮ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଇଟିଭି ଭାରତ, ବରଗଡ଼

Last Updated : Dec 5, 2022, 9:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.