ETV Bharat / state

ବରଗଡ ଅତାବିରାରେ ବିଜେପିର ବିଜୟ ସଂକଳ୍ପ ସମାବେଶ

ବରଗଡ: ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀରେ ରବିବାର ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଥୁଆପାଳି ପଡିଆରେ ବିଜେପିର ଏହି ସମାବେଶକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଶୁଭ ଉଦଘାଟନ କରିଥିଲେ।

author img

By

Published : Mar 4, 2019, 2:41 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀରେ ରବିବାର ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଥୁଆପାଳି ପଡିଆରେ ବିଜେପିର ଏହି ସମାବେଶକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଶୁଭ ଉଦଘାଟନ କରିଥିଲେ। ଏହି ସମାବେଶରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ରାଜ୍ୟ ସଭା ସାଂସଦ ବିନୟ କଟିଆର , ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ମାହେଶ୍ଵତା ରାୟ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ରାଜ୍ୟ ଉପସଭାପତି ଅଶ୍ଵିନୀ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

ପୁଲୱାମାରେ ଶହୀଦ ହୋଇଥିବା ଯବାନ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ସମାବେଶ ଆରମ୍ଭରୁ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସମାବେଶରେ ଅତାବିରା ଅଞ୍ଚଳର ଶହୀଦ ଯବାନ ମାନଙ୍କ ପରିବାର ମାନଙ୍କୁ ସମ୍ମାନିତ କରାଯାଇଥିଲା।

ବିଜେଡି ଶାସନର ୧୯ ବର୍ଷ ପରେ ମଧ୍ୟ ବରଗଡ ଜିଲ୍ଲାରେ ଶିକ୍ଷା , ସ୍ୱାସ୍ଥ୍ୟ ,କୃଷି ଓ ଗମନାଗମନ କ୍ଷେତ୍ରରେ ଅବହେଳିତ ରହିଥିବା ବେଳେ ରାଜ୍ୟରେ ବିକାଶ ଦେଖିବାକୁ ହେଲେ ସରକାର ବଦଳିବା ଦରକାର ବୋଲି ସମାବେଶରେ କହିଥିଲେ। ଏବଂ "ଫିର୍ ଏକ ବାର ମୋଦୀ ସରକାର" ନାରା ନେଇ ସମସ୍ତ ନେତା ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ। ରାଜ୍ୟରେ ବିକାଶ କରିବାକୁ ହେଲେ ବିଜେପି ହାତକୁ ଶାସନ ଆଣିବା ନିହାତି ଜରୁରୀ ବୋଲି ବିଶାଳ ସମାବେଶରେ ବିଜେପି ପକ୍ଷରୁ କୁହାଯାଇଥିଲା।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

ବରଗଡରୁ ରାଜେଶ ସରାପ, ଇଟିଭି 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.