ବରଗଡ଼: ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବରେ ପୁନର୍ବାର ନିଜର ଟ୍ରେଣ୍ଡ ବଜାୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ସର୍ଭେ ଅନୁଯାୟୀ ଏହା ଜଣାପଡିବା ପରେ ଜିଲ୍ଲାର ଭଟଲି ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ଓ ଶତାଧିକ ବିଜେଡ଼ି କର୍ମୀଙ୍କ ଶୋଭାଯାତ୍ରା କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।
ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପରେ ଜିଲ୍ଲାର ଭଟଲି ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ, ଶତାଧିକ ବିଜେଡ଼ି କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।
ବିଜେଡି ଦଳର ଛାତ୍ରଙ୍କ ଜୟ ନବୀନ, ଜୟ ବିଜେଡି ସ୍ଵରରେ ଭଟଲି ସହର ଗର୍ଜି ଉଠିଥିଲା । ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଟଲି ବିଜେଡି କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଭଟଲି ସହର ପରିକ୍ରମା କରି ଦଧିବାମନ ମନ୍ଦିରଠାରେ ପହଞ୍ଚିଥିଲେ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ