ବରଗଡ: ଜିଲ୍ଲାରେ ଆୟୋଜିତ ହୋଇଛି ବିଜୁ ଜନତା ଦଳର ଛାତ୍ର ନେତୃତ୍ବ ସମ୍ମିଳନୀ । ଛାତ୍ର ଜନତା ଦଳକୁ ଅଧିକ ସଂଗଠିତ କରିବାକୁ ବିଜେଡି ଦଳ ପକ୍ଷରୁ ବିଜୁ ଯୁବ ଛାତ୍ର ନେତୃତ୍ଵ ସମ୍ମିଳନୀ ସାରା ଓଡିଶାରେ କରାଯାଇଥିବା ବେଳେ ବରଗଡରେ ମଧ୍ୟ ଏହି ସମ୍ମିଳନୀ ଆୟୋଜିତ ହୋଇଛି ।
ଛାତ୍ର ଓ ଯୁବକ କେବଳ ଦଳ ପାଇଁ ନୁହେଁ ବରଂ ସମାଜ ଗଠନ ପାଇଁ ସେମାନଙ୍କର ଆବଶ୍ୟକତା ରହିଛି । ପିଢି ପରେ ପିଢି ସେମାନେ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ ।
ସମାଜ ଓ ରାଜ୍ୟର ସମସ୍ତ ଅସୁବିଧାରେ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି । ସେମାନଙ୍କୁ ଅଧିକ ମାତ୍ରାରେ ସଂଗଠିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଏହି ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ,ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସମେତ ବହୁ ସଂଖ୍ୟାରେ ଯୁବ ଗୋଷ୍ଠୀ ଯୋଗ ଦେଇଥିଲେ ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ