ETV Bharat / state

ବିଜେପୁର ପ୍ରଥମ ଏନଏସି ନିର୍ବାଚନରେ ବିଜେଡ଼ିର ବାଜିମାତ

ବିଜେପୁର ଏନଏସି(NAC)କୁ ଅକ୍ତିଆର କଲା ବିଜେଡ଼ି । ବିଜେପୁରରେ ଚଳିତ ଥର ପ୍ରଥମ କରି ଏନଏସି ନିର୍ବାଚନ ହୋଇଥିବା ବେଳେ ଏଠାରେ ମଧ୍ୟ ଏନଏସିକୁ ଅକ୍ତିଆର କରିଛି ବିଜେଡି ଦଳ ।

ବିଜେପୁର ପ୍ରଥମ ଏନଏସି ନିର୍ବାଚନରେ ବିଜେଡ଼ିର ବାଜିମାତ
ବିଜେପୁର ପ୍ରଥମ ଏନଏସି ନିର୍ବାଚନରେ ବିଜେଡ଼ିର ବାଜିମାତ
author img

By

Published : Mar 26, 2022, 10:52 PM IST

ବରଗଡ : ଜିଲ୍ଲା ବିଜେପୁର ଏନଏସି(NAC)କୁ ଅକ୍ତିଆର କଲା ବିଜେଡ଼ି । ବିଜେପୁରରେ ଚଳିତ ଥର ପ୍ରଥମ କରି ଏନଏସି ନିର୍ବାଚନ ହୋଇଥିବା ବେଳେ ଏଠାରେ ମଧ୍ୟ ଏନଏସିକୁ ଅକ୍ତିଆର କରିଛି ବିଜେଡି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିଜର ନିର୍ବାଚନ ମଣ୍ଡଳୀରେ ପ୍ରଥମ ଏନଏସି ନିର୍ବାଚନରେ ଅଧ୍ୟକ୍ଷା ଆସନ ବିଜେଡ଼ିର ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସୀତା ବାରିକ ବିଜୟୀ ହୋଇଛନ୍ତି।

ସୀତା ବାରିକଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପଦ୍ମାବତୀ ଦେହେରୀଙ୍କୁ ୬୪୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ବିଜେଡ଼ି ଦଳର ସୀତା ବାରିକଙ୍କୁ ୩୮୧୬ ଭୋଟ ମିଳିଥିବା ବେଳେ ବିଜେପିର ପଦ୍ମାବତୀ ଦେହେରି ୩୧୭୫ ଖଣ୍ଡ ଭୋଟ ପାଇଛନ୍ତି।ପଞ୍ଚାୟତ ନିର୍ବାଚନରେ ଏହି ଅଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିଥିଲା ମାତ୍ର ଏନଏସି ନିର୍ବାଚନରେ ବିଜେଡ଼ି ଦଳ ବାଜିମାତ୍ କରିଛି । ବିଜେଡି ଦଳର ବିଜୟକୁ ନେଇ ଦଳୀୟ କର୍ମୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ବିଜୟ ଉତ୍ସବ ପାଳନ କରୁଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.