ETV Bharat / state

ଚାଉଳ ବିବାଦ, କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଲା ବରଗଡ ବିଜେଡି

author img

By

Published : Feb 17, 2023, 2:06 PM IST

ବିଜେପି ନେତୃତ୍ବଧୀନ କେନ୍ଦ୍ର ସରକାରଙ୍କ ଚାଷୀ ଓ ଗରିବ ମାରଣା ନୀତି ବିରୋଧରେ ବରଗଡରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଅଧିକ ପଢନ୍ତୁ

bjd protests against paddy allocation cut

ଚାଉଳ ବିବାଦ, କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଲା ବରଗଡ ବିଜେଡ

ବରଗଡ: ଚାଉଳ ବିବାଦକୁ ବିଜେପି ଉପରେ ଗର୍ଜନ କରିଛି ବରଗଡ ବିଜେଡି । ଜିଲ୍ଲା ବିଜେଡି ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ କେନ୍ଦ୍ର ସରକାର ବିରୋଧରେ ଗଣଧାରଣା ସହ କଳା ବିକ୍ଷୋଭ ପ୍ରଦର୍ଶନ ହୋଇଛ । ଏହି ଗଣଧାରଣାରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ,ଅତାବିରା ବିଧାୟିକା ସ୍ନେହାଙ୍ଗିଣୀ ଛୁରିଆ, ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଜିଲ୍ଲାର ସମସ୍ତ ବିଜେଡି ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।

କେନ୍ଦ୍ର ସରକାର ଓଡିଶାର ଗରିବଙ୍କୁ ଦେଉଥିବା ମାଗଣା ଚାଉଳ ବନ୍ଦ କରିଦେଇଥିବା ପ୍ରତିବାଦରେ ବିଜେଡି ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ଠାରେ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଏକ ରାଲି କରି ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଓଡିଶା ଏକ ଧାନ ଉତ୍ପାଦନକାରୀ ରାଜ୍ୟ ହୋଇଥିବା ବେଳେ ଓଡିଶାରେ ଉତ୍ପାଦିତ ହେଉଥିବା ବଳକା ଚାଉଳ କେନ୍ଦ୍ର ସରକାର କ୍ରୟ କରୁଥିଲେ । କିନ୍ତୁ ଚଳିତ ବର୍ଷ କେନ୍ଦ୍ର ସରକାର ଓଡିଶାରୁ ଚାଉଳ କ୍ରୟ କରିବାର ଅର୍ଥ 20 ହଜାର କୋଟି ଟଙ୍କା କମେଇ ଦେଇଛନ୍ତି । ଗତ ବର୍ଷ 18 ଲକ୍ଷ ମେଟ୍ରିକ ଟନ ଚାଉଳ ଓଡିଶାରୁ କିଣିଥିଲେ କେନ୍ଦ୍ର ସରକାର କିନ୍ତୁ ଚଳିତ ବର୍ଷ ବଜେଟରେ 80% ଚାଉଳ କିଣିବା କମେଇ ଦେଇ 4 ଲକ୍ଷ ମେଟ୍ରିକ ଟନ କରି ଦେଇଛନ୍ତି । କେନ୍ଦ୍ରର ଭାରତୀୟ ଜନତା ପାର୍ଟି କାହିଁକି ଚାଷୀ ବିରୋଧୀ ନୀତି ଅବଲମ୍ବନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

କେନ୍ଦ୍ର ସରକାରଙ୍କ ଏପରି ମାନସିକତାକୁ ବିଜେଡି ଦଳ ନିନ୍ଦା କରୁଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ଗରିବଙ୍କୁ ପ୍ରଦାନ କରୁଥିବା 5 କେଜି ଚାଉଳ ଦେବା ବନ୍ଦ କରିଦେଇଛି ଯାହା ଓଡିଶାର ଗରିବଙ୍କ ପେଟରେ କୁଠାରଘାତ ସଦୃଶ ହୋଇଛି । ତେଣୁ ବିଜେଡି ଦଳ ଏହାର ପ୍ରତିବାଦ କରି ବରଗଡ ଜିଲ୍ଲାରେ ଗଣଧାରଣାରେ ବସିଥିଲା ।

ସେପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଥିଲେ ବିଜେଡି । ବିଜେପି ନେତୃତ୍ବଧୀନ କେନ୍ଦ୍ର ସରକାରଙ୍କ ଚାଷୀ ଓ ଗରିବ ମାରଣା ନୀତି ବିରୋଧରେ ଗର୍ଜନ କରିଥିଲେ ବିଜୁ ଜନତା ଦଳ । ରାଜ୍ୟବ୍ୟାପୀ ଜିଲ୍ଲା ଓ ବ୍ଲକସ୍ତରରେ ବିଜେଡି ପକ୍ଷରୁ ସାମୂହିକ ଆନ୍ଦୋଳନ କରିଥିବା ବିଜେଡି । 5 କିଲୋ ଚାଉଳ କାହିଁକି କଟାଗଲା, ଚାଷୀଙ୍କ ଚାଉଳ କାହିଁକି ଉଠାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ ବିଜେଡି ନେତା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.