ETV Bharat / state

GST ରେଡ୍‌ ବେଳେ ବାଧା ସୃଷ୍ଟି କଲେ ବିଜେପି ନେତା, କାର୍ଯ୍ୟାନୁଷ୍ଠାନ ଦାବିରେ CEOଙ୍କୁ ଭେଟିଲା ବିଜେଡି

author img

By

Published : Nov 29, 2022, 3:57 PM IST

GST ରେଡ୍‌ ବେଳେ ବାଧା ସୃଷ୍ଟି କଲେ ବିଜେପି ନେତା । ପଦ୍ମପୁରରେ ଜିଏସଟି ରେଡ ବେଳେ କିଛି ବିଜେପି ନେତା ବାଧା ସୃଷ୍ଟି କରିଥିବା ବିଜେଡି ଅଭିଯୋଗ ଆଣିଛି । ତିନି ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସିଇଓଙ୍କୁ ଭେଟିଛନ୍ତି ଶାସକ ଦଳର ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢନ୍ତୁ

GST ରେଡ୍‌ ବେଳେ ବାଧା ସୃଷ୍ଟି କଲେ ବିଜେପି ନେତା, କାର୍ଯ୍ୟାନୁଷ୍ଠାନ ଦାବିରେ CEOଙ୍କୁ ଭେଟିଲା ବିଜେଡି
GST ରେଡ୍‌ ବେଳେ ବାଧା ସୃଷ୍ଟି କଲେ ବିଜେପି ନେତା, କାର୍ଯ୍ୟାନୁଷ୍ଠାନ ଦାବିରେ CEOଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ବରଗଡ଼ ପଦ୍ମପୁରରେ ସୋମବାର ଜିଏସଟି ରେଡ୍‌ (GST Raid at Padmapur) ବିଜେପିର ୩ ପ୍ରମୁଖ ନେତା ବାଧା ସୃଷ୍ଟି କରିଛନ୍ତି । ଏଭଳି ଅଭିଯୋଗ ଆଣି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ଭେଟିଛି ଶାସକ ଦଳ । ପଦ୍ମପୁରରେ ଜଗଦମ୍ବା କ୍ଲଥ ଷ୍ଟୋରରେ ଜିଏସଟି ରେଡ଼ ବେଳେ ବିଜେପି ନେତା କାହିଁକି ଆସିଥିଲେ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରଶ୍ନ କରିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ସେ ୩ ବିଜେପି ନେତା ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରଧାନ ଓ କାଳନ୍ଦୀ ସାମଲଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଏ ନେଇ ବିଜେଡି ମୁଖପାତ୍ର ପ୍ରଶ୍ନ କରି କହିଛନ୍ତି ଯେ "ଜଗଦମ୍ବା କ୍ଲଥ ଷ୍ଟୋରରେ ବିଜେପିର ଚୋରା ପଇସା ଲାଗିଥିଲା କି ? କୌଣସି ନେତାଙ୍କର ଟଙ୍କା ଦୋକାନରେ ଲାଗିଥିଲା କି ?" ତଦନ୍ତରେ ବାଧା ସୃଷ୍ଟି କରୁଥିବା ଏହି ୩ ଜଣ ନେତାଙ୍କୁ ତଡିବା ଲାଗି ସିଇଓଙ୍କୁ ନିବେଦନ କରିଛି ବିଜେଡି । ନିର୍ବାଚନ ହେଉଥିବା ଜିଲ୍ଲା ସୀମାରୁ ଏହି ନେତାଙ୍କୁ ବାହାର କରିବାକୁ ନିବେଦନ କରିଛି ବିଜେଡି ।

ଏହା ବି ପଢନ୍ତୁ- ପଦ୍ମପୁରରେ ପାୱାର ରାଜନୀତି, କେନ୍ଦ୍ରୀୟ ଏଜେନ୍ସିର ରେଡ୍ ପରେ ବିଜେଡିର ପ୍ରତିଶୋଧ !

ଏ ନେଇ ବିଜେଡି ନେତା ଲେନିନ କହିଛନ୍ତି, " ଏହି ନେତା ମାନେ ନିର୍ବାଚନ ପ୍ରକ୍ରିୟା ପାଇଁ କ୍ଷତିକାରକ । GSTର କର୍ତ୍ତବ୍ୟରତ ମହିଳାଙ୍କୁ ଆକ୍ରମଣ କରୁଛି ବିଜେପି । CT ଓ GST ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ନେତା ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏମାନେ କାହିଁକି ଏମିତି କଲେ ବିଜେପି ଉତ୍ତର ଦେବା ଉଚିତ ।" ସୂଚନା ଥାଉ କି ଗତକାଲି (ସୋମବାର) ପଦ୍ମପୁର ଉପନିର୍ବାଚନରେ ଜିଏସଟି ଓ ଆୟକର ବିଭାଗ ରେଡ୍‌ କରିଥିଲା । ସୋମବାର ସକାଳେ ପଦ୍ମପୁରର ୩ ଜଣ ବିଜେଡ଼ି କର୍ମୀଙ୍କ ଘରେ କେନ୍ଦ୍ରୀୟ ଏଜେନ୍ସି ଓ ଆୟକର ବିଭାଗର ରେଡ଼ ପରେ ବିଜେଡିର ପ୍ରତିଶୋଧ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଜିଏସଟି ବିଭାଗ ପକ୍ଷରୁ ରେଡ ହୋଇଥିଲା ।

ଏହା ବି ପଢନ୍ତୁ- ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ 3 ବ୍ୟବସାୟୀଙ୍କ ଘରେ ରେଡ୍‌

ଫଳରେ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସରକାରୀ ଏଜେନ୍ସିର ରେଡ୍‌ ଜୋର ଧରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଆୟକର ବିଭାଗର ରେଡ୍‌ ଜାରି ରହିଥିବା ବେଳେ ସନ୍ଧ୍ୟାରେ ଜିଏସଟି ବିଭାଗ ପକ୍ଷରୁ ଅଚାନକ ରେଡ ହୋଇଥିଲା । ଫଳରେ ପଦ୍ମପୁରରରେ ପାୱାର ରାଜନୀତି ଆରମ୍ଭ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ବରଗଡ଼ ଜିଲ୍ଲାରେ ରାଜ୍ୟ ବନାମ କେନ୍ଦ୍ରର ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.