ETV Bharat / state

ଅଶ୍ବିନୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି, ପାଲଟା ପ୍ରତ୍ୟାରୋପ କଲେ ପ୍ରସନ୍ନ ଆଚାର୍ଯ୍ୟ

author img

By

Published : Nov 27, 2022, 8:52 PM IST

Updated : Nov 27, 2022, 9:01 PM IST

ଅଶ୍ବିନୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି । ଅଶ୍ବିନୀଙ୍କ ମନ୍ତବ୍ୟ ଖଣ୍ଡନ କରିବା ସହ ପାଲଟା ପ୍ରତ୍ୟାରୋପ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଅଧିକ ପଢନ୍ତୁ

ଅଶ୍ବିନୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି, ପାଲଟା ପ୍ରତ୍ୟାରୋପ କଲେ ପ୍ରସନ୍ନ ଆଚାର୍ଯ୍ୟ
ଅଶ୍ବିନୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି, ପାଲଟା ପ୍ରତ୍ୟାରୋପ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur Bypoll) ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଚାଲିଛି ଟକ୍କର (BJD reaction over Union Railway Minister's statement) । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ଜବାବ ରଖିଛି ଶାସକ ଦଳ । ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଉପରେ ପାଲଟା ପ୍ରତ୍ୟାରୋପ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଜାଗା ଚିହ୍ନଟ ପାଇଁ କେନ୍ଦ୍ର କେବେ ହେଲେ ରାଜ୍ୟ ସରକାରଙ୍କୁ ଚିଠି ଦେଇନଥିବା କହିଛନ୍ତି ପ୍ରସନ୍ନ ।

କେନ୍ଦ୍ର ରେଳମନ୍ତ୍ରୀଙ୍କ ଆରୋପ ପରେ ସାମ୍ବାଦିକ ସମ୍ବିଳନୀରେ କଡା ଜବାବ ଦେଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଦୀର୍ଘ ବର୍ଷରୁ ପଡିରହିଥିବା ବରଗଡ ନୂଆପଡା ରେଳ ପଥ ନିର୍ମାଣର ଯୋଜନାକୁ କେନ୍ଦ୍ର ସରକାର ନିଜେ ବନ୍ଦ କରି ରାଜ୍ୟ ସରକାରଙ୍କୁ ଚିଠି ଦେଇଥିଲେ ଆଜି ସେହି କେନ୍ଦ୍ର ସରକାର ପଦ୍ମପୁର ଉପନିର୍ବାଚନରେ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛି ବୋଲି ସେ କହିଛନ୍ତି । ସେ କହିଛନ୍ତି, " ରେଳ ପଥ କେଉଁ ରାସ୍ତାରେ ଯିବ ତାହାର ନା ସଠିକ ମାପ କେନ୍ଦ୍ର ସରକାର ଦେଇଛି ନା କେବେ ମଧ୍ୟ ଜାଗା ଚିହ୍ନଟ କରାଯାଇଥିବା ନେଇ ଚିଠି ଦେଇଛି । ଓଲଟା ଏହି ପ୍ରକଳ୍ପ ଲାଭଦାୟକ ନୁହେଁ, ଏଥିରେ ରେଳ ବିଭାଗ କ୍ଷତିରେ ପଡିବ କହି ପ୍ରକଳ୍ପକୁ ବନ୍ଦ କରିଥିଲା ।"

ଏହା ବି ପଢନ୍ତୁ- Padmapur Bypoll: ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଟାର୍ଗେଟ, କହିଲେ କାଲି ଜାଗା ଦିଅ ପରଦିନ କାମ ହେବ

ତେବେ ଏନେଇ ଏକ ଚିଠି ପ୍ରମାଣ ସ୍ବରୂପ ରହିଛି କହି ସାମ୍ବାଦିକ ସମ୍ବିଳନୀରେ ବରିଷ୍ଠ ବିଜେଡି ନେତା ଚିଠିକୁ ସର୍ବ ସାଧାରଣ କରିଛନ୍ତି । ଯେମିତି ପ୍ରଚାର ପ୍ରସାରରେ ଟକ୍କର ଚାଲିଛି ସେପରି ବୟାନ ବାଜିରେ ମଧ୍ୟ ଚାଲିଛି ଟକ୍କର । ପଦ୍ମପୁରରେ ବିଜେପି ଓ ବିଜେଡି ଦଳର ନେତା ଓ ମନ୍ତ୍ରୀ ମାନେ ଆସି ଯେଉଁ ଭାବରେ ଦୋଷ ଫିଙ୍ଗାଫିଙ୍ଗି ହେଉଛନ୍ତି ପଦ୍ମପୁରବାସୀ କିଏ ସତ କହୁଛି ଆଉ କିଏ ମିଛ କାହା କଥାକୁ ବିଶ୍ବାସ କରିବେ ସେଥିରେ ଦ୍ଵନ୍ଦ୍ବରେ ପଡିଯାଇଛନ୍ତି ।

ସୂଚନା ଥାଉ କି ଆଜି ପଦ୍ମପୁରକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆସି ଜନସାଧାରଣଙ୍କ ଆଗରେ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଥିଲେ । ମନ୍ତ୍ରୀ ଟୁକୁନୀ ସାହୁ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚ୍ୟାଲେଞ୍ଜ କଲେ ଯେ କାଲି ରେଳପଥ ନିର୍ମାଣ ପାଇଁ ଜାଗା ଦିଅନ୍ତୁ ଆମେ ପରଦିନ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବୁ । ବରଗଡରୁ ପଦ୍ମପୁର ଦେଇ ନୂଆପଡାକୁ ରେଳପଥ ନିର୍ମାଣ ଯୋଜନାକୁ ନେଇ ସର୍ବସାଧାରଣରେ ଆଜି କେନ୍ଦ୍ର ରେଳମନ୍ତ୍ରୀ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ସାମ୍ବାଦିକ ସମ୍ବିଳନୀରେ ଏହାର ଖଣ୍ଡନ କରିବା ସହିତ ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ବରଗଡ଼

Last Updated : Nov 27, 2022, 9:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.