ETV Bharat / state

ବିଜେଡି ଗୁଣ୍ଡାଗର୍ଦ୍ଦି କରୁଛି କହିଲେ ସୁଶାନ୍ତ ସିଂ, ବର୍ଷା କହିଲେ ୪୦୦ କୋଟି ଓଡିଶା...

author img

By

Published : Dec 3, 2022, 10:09 AM IST

ନବୀନ ପଟ୍ଟନାୟକଙ୍କୁ ୪୦୦ କୋଟି ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ କହିଲେ ବିଜେଡି ପ୍ରାର୍ଥୀ ବର୍ଷା । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ବିଜେଡି ଗୁଣାଗର୍ଦ୍ଦି କରୁଛି କହିଲେ ସୁଶାନ୍ତ ସିଂ, ବର୍ଷା କହିଲେ ୪୦୦ କୋଟି ଓଡିଶା...

ବରଗଡ: ପଦ୍ମପୁର ଉପନିର୍ବାଚନ(Padampur bypoll) ପାଇଁ ଆଜି ପ୍ରଚାର ସରୁଥିବା ବେଳେ ଗତକାଲି(ଶୁକ୍ରବାର) ବର୍ଷା ସିଂ ବରିହାଙ୍କ ଲାଗି ଭୋଟ ମାଗିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇ ଥିଲେ । ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ, ପାଇକମାଲ ଓ ପଦ୍ମପୁର ଗସ୍ତ କରି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ଏବଂ ବିଜେଡି ପ୍ରାର୍ଥିନୀଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମ ଶେଷ ହେବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ପ୍ରାର୍ଥିନୀ ବର୍ଷା । ତାଙ୍କ ସହ ବିଜେଡି ବିଧାୟକ ସୁଶାନ୍ତ ସିଂ ମଧ୍ୟ ଖୁବ୍ ଟ୍ରୋଲ ହେଉଛନ୍ତି ।

ବର୍ଷା କହିଲେ ୪୦୦ କୋଟି ଓଡିଶା, ବିଜେଡି ଗୁଣାଗର୍ଦ୍ଦି କରୁଛି କହିଲେ ସୁଶାନ୍ତ ସିଂ

ଏହାର କାରଣ, ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ବର୍ଷା ସିଂ ବରିହା ଯେତେବେଳେ ମଞ୍ଚରେ ଭାଷଣ ଦେବାକୁ ଆସିଥିଲେ, ସେ ଭାଷଣରେ ୪୦୦ କୋଟି ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଥିଲେ । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିବା ବେଳେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କର ଏକ ବାଇଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ବିଧାୟକ ନିଜ ଦଳକୁ(ବିଜେଡି) ଗୁଣ୍ଡାଗର୍ଦ୍ଦି କରୁଥିବା କହିଛନ୍ତି ।

ବିଜୁ ଜନତା ଦଳ ବିଜେପୁର ଉପନିର୍ବାଚନରେ ହିଂସାକାଣ୍ଡ ଘଟାଇଥିଲେ ଏବଂ ଏଠାରେ ମଧ୍ୟ ସେମାନେ ସାମ୍ବାଦିକ ଓ କର୍ମୀମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସୁଶାନ୍ତ ସିଂ କହିଥିବା ଶୁଣିବାକୁ ମିଳିଛି । ତେବେ ତାଙ୍କ ପାଟିରୁ ହୁଏ ତ ଏହା ଭୁଲରେ ବାହାରି ଯାଇଥିବ । ମାତ୍ର ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ଏହି ବିଜେଡି ବିଧାୟକ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.