ETV Bharat / state

Padmapur ByPoll: ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥିନୀ ବର୍ଷା

author img

By

Published : Nov 17, 2022, 4:25 PM IST

Updated : Nov 17, 2022, 8:17 PM IST

ପଦ୍ମପୁର ଉପନିର୍ବାଚନ ଲାଗି ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ଥାପା ପ୍ରଥମେ ନାମାଙ୍କନ ଭରିଥିବାବେଳେ ଏହାପରେ ଦଳୀୟ ପ୍ରାର୍ଥୀ ଭାବେ ପ୍ରଥମେ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା (BJD Candidate Barsha Bariha) । ଅଧିକ ପଢନ୍ତୁ

Padmapur ByPoll: ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥିନୀ ବର୍ଷା

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur Bypoll) ପାଇଁ ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥୀ ବର୍ଷା ସିଂ ବରିହା । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା ବିଜେଡି ପ୍ରାର୍ଥୀ ଭାବେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ଭରିଛନ୍ତି (BJD Candidate Barsha Bariha files nomination paper) । ଛକାପଞ୍ଝା ପରେ ୩ ପ୍ରମୁଖ ଦଳ ମଧ୍ୟରୁ ପ୍ରଥମ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବର୍ଷା । ଏହାପୂର୍ବରୁ ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ଥାପା ପ୍ରଥମ ନାମାଙ୍କନ ଭରିଥିଲେ ।

ବିଜେଡି ପ୍ରାର୍ଥୀ ବର୍ଷା ଜଣେ ଉଚ୍ଚ ଶିକ୍ଷିତା । ସେ ଭୁବନେଶ୍ବର ବିଜେବି କଲେଜରେ ଗ୍ରାଜୁଏସନ କରିଥିବା ବେଳେ ଇତିହାସର ସ୍ନାତକତ୍ତୋର ହାସଲ କରିଛନ୍ତି । ଏହାସହିତ ଆଇନ ପାଠ ପଢିଛନ୍ତି । ବର୍ଷା ବିଜେପି ନେତା ରମାରଞ୍ଜନ ବଳିୟାର ସିଂଙ୍କ ପୁଅଙ୍କୁ ବିବାହ କରିଥିବାବେଳେ ବିଜେଡି ତାଙ୍କ ଉପରେ ଭରସା କରି ଟିକେଟ ଦେଇଛି । ଉଭୟ ପରିବାରରୁ ତାଙ୍କୁ ଆଶୀର୍ବାଦ ରହିଛି ବୋଲି ସେ କହିଛନ୍ତି । ବାପାଙ୍କୁ ଦେଖି ସେ ଶିଖିଛନ୍ତି । ଲୋକଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବେ ବୋଲି କହିଛନ୍ତି ବର୍ଷା ।

ନାମାଙ୍କନ ଭରିବା ପରେ ବିଜେଡ଼ି ପ୍ରାର୍ଥିନୀ ବର୍ଷାଙ୍କ ପ୍ରତିକ୍ରିୟା

ଏହା ବି ପଢନ୍ତୁ- ପୁରୀ-ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନରେ ବିଜେଡ଼ିର ବାଜିମାତ୍‌

ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବାବେଳେ, ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ପ୍ରଥମେ ନାମାଙ୍କନ ଭରିଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ ହେଉଛି ଏହି ଉପନିର୍ବାଚନ । ୧୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଶେଷ ଦିନ ରହିଛି । ଚାଷୀଙ୍କ ଆନ୍ଦୋଳନ ଏବଂ ପଦ୍ମପୁର ବାସୀଙ୍କ ଜିଲ୍ଲା ଦାବି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଯାଏଁ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇନଥିଲା । ପୂର୍ବରୁ ବିଜେପି ପ୍ରାର୍ଥୀ ୧୪ ତାରିଖରେ ନାମାଙ୍କନ ଭରିବା ପାଇଁ ବିରାଟ ରାଲିରେ ହେବିୱେଟ ନେତାଙ୍କ ସହିତ ବାହାରିଥିବାବେଳେ, ଚାଷୀଙ୍କ ଆନ୍ଦୋଳନକୁ ସମ୍ମାନ ଜଣାଇ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ ।

Padmapur ByPoll: ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥିନୀ ବର୍ଷା

ଏହା ବି ପଢନ୍ତୁ- Padmapur By Poll: କେହି ଭରିଲେନି ପ୍ରାର୍ଥୀପତ୍ର, ଆସନ୍ତାକାଲି ଶେଷ ଦିନ

ସେପଟେ ନାମାଙ୍କନ ଭରିବାବେଳେ ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ଥାପା କହିଛନ୍ତି, "ପଦ୍ମପୁର ବିକାଶକୁ ଆଖିଆଗରେ ରଖି ନାମାଙ୍କନ ପତ୍ର ଦାଖଲ କରିଛି । ଏହାସହ ପଦ୍ମପୁରବାସୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବି । ଚାଷୀମାନଙ୍କର ମଧ୍ୟ ସବୁ ସମସ୍ୟାର ସମାଧାନ କରିବି । ସ୍ବାଧୀନ ହିସାବରେ ଲଢିବି, ସବୁ ସ୍ବାଧୀନ କାମ କରିବି ।" ସୂଚନା ଥାଉ କି ଆସନ୍ତା ଡିସେମ୍ବର ୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ୮ ତାରିଖରେ ଫଳ ପ୍ରକାଶ ପାଇବ । ବିଜେଡି ପକ୍ଷରୁ ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅକୁ ଟିକେଟ ମିଳିଥିବାବେଳେ, ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ବରଗଡ଼

Last Updated : Nov 17, 2022, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.