ବରଗଡ: ଦଶହରା ପରେ ନେତା ମନ୍ତ୍ରୀ ଏବେ ଲାଗିପଡିଲେଣି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସ୍ନେହାଙ୍ଗିନୀ ଛୁରିଆ, ସଞ୍ଜୟ ଦାସ ବର୍ମା , ହରେକୃଷ୍ଣ ମୁଦୁଲି ଆଦି ନେତାମାନେ ବରପାଳି ବ୍ଲକର ବିଭିନ୍ନ ପଞ୍ଚାୟତରରେ ପ୍ରଚାର ଚଳାଇଛନ୍ତି । ସେହିପରି ଆଜି ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଇସିଲେଟ, ବିଜେପୁର ଓ ବରପାଲି ବ୍ଲକରେ ପ୍ରଚାର କରିଛନ୍ତି ।
ଆସନ୍ତା 21ରେ ବିଜେପୁର ଉପନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ଦଳ ନିଜ ନିଜର ପ୍ରଚାର ଚଳାଇଛନ୍ତି । ଦଶହରାରେ ପ୍ରାର୍ଥୀମାନେ ବିଭିନ୍ନ ପେଣ୍ଡାଲ ଗୁଡିକୁ ବୁଲିବୁଲି ନିଜର ପ୍ରଚାର ଚଳାଇଥିବା ବେଳେ ଦଶହରା ଶେଷ ହେବାପରେ ଏବେ ପ୍ରତି ଗାଁରେ ପହଁଚିଛନ୍ତି ପ୍ରାର୍ଥୀ ।
ତେବେ ବିଜେଡି ଦଳର ପ୍ରାର୍ଥୀନୀ ରୀତା ସାହୁ ବରପାଳି ବ୍ଲକର ଚାରପାଲି, କଦଳିପାଲି, ଆଗଲପୁର, ଆଦି ଗ୍ରାମର ଲୋକମାନଙ୍କ ନିକଟକୁ ଭୋଟ ପ୍ରଚାର ପାଇଁ ଯାଇଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ