ETV Bharat / state

ନବୀନ ବିଜେପୁର ଛାଡିଲା ପରେ ଅନାଥ ମେଡିକାଲ ! - ବିଜେପୁର

ଅବ୍ୟବସ୍ଥା ଘେରରେ ବିଜେପୁର ମେଡିକାଲ । ମେଡିକାଲ ଅଛି ସତ ନାହାନ୍ତି ଡାକ୍ତର । ଏନେଇ ଜିଲ୍ଲାପାଳଙ୍କୁ ବିଜେପୁରବାସୀ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 9, 2019, 8:08 PM IST

ବରଗଡ: ମୁଖ୍ୟମନ୍ତ୍ରୀ ବିଜେପୁର ଆସନରେ ଜିତିବା ପରେ ଅମାପ ସ୍ବପ୍ନ ଦେଖିଥିଲେ ବିଜେପୁରବାସୀ । ହେଲେ ବିଜେପୁରବାସୀଙ୍କ ସବୁ ସ୍ବପ୍ନ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ପ୍ରଥମେ ଉପନିର୍ବାଚନର ପ୍ରତିଶ୍ରୁତି ପୁଣି କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନର ପ୍ରତିଶୃତି ଦେଇ ସରକାର ସ୍ବପ୍ନ ଦେଖାଇଲେ । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ କୌଣସି ପ୍ରତିଶୃତି କାର୍ଯ୍ୟକାରୀ କରାଯାଇ ନାହିଁ । ଫଳରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏଠାକାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ବିଜେପୁରରେ ରହିଛି ଗୋଟିଏ ମାତ୍ର ମେଡିକାଲ । ଯାହା ଉପରେ ଲକ୍ଷାଧିକ ଲୋକେ ନିର୍ଭର କରନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏଠାରେ ମାତ୍ର ଜଣେ ଡାକ୍ତର ଅଛନ୍ତି । ଏଥିପାଇଁ ରୋଗୀ ନାନା ଅସୁବିଧାର ସମ୍ମୁଖିନ ହୁଅନ୍ତି । ଏନେଇ ବିଜେପୁରବାସୀ ପୂର୍ବରୁ ଆମରଣ ଅନଶନରେ ବସିଥିଲେ ଲୋକେ । ଦୀର୍ଘଦିନ ଧରି ଅନଶନ ପରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ଡ଼ାକ୍ତର ଯୋଗେଇଦେବେ ବୋଲି ପ୍ରତିଶ୍ରୁତି ଦେବାପରେ ଅନଶନ ଭାଙ୍ଗିଥିଲା । କିନ୍ତୁ ଲୋକ ଦେଖାଣିଆ ଭାବେ ଜଣେ ମାତ୍ର ଡ଼ାକ୍ତର ଦିନକ ପାଇଁ ବିଜେପୁରର ମେଡିକାଲକୁ ଆସିଥିଲେ ସତ, ମାତ୍ର ଆଉ ତାଙ୍କର ଦେଖା ନାହିଁ ।

ତେଣୁ ପୁଣି ଥରେ ସେହି ସମାନ ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଲୋକେ । ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଚାଷୀ କ୍ଷେତରେ ଚାଷ କାର୍ଯ୍ୟ କରୁଥିବା ବେଳେ ହଠାତ ଟଳି ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Body:ଘଟଣା ଅନୁସାରେ ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ଗୁଡିଶୂଳ ଗ୍ରାମର ୩୫ ବର୍ଷୀୟ ଯୁବକ ନିର ନାୟକ ଚାଷ କ୍ଷେତରେ ଚାଷ କାର୍ଯ୍ୟ କରୁଥିଲେ। ହଠାତ ଟଳି ପଡିବା ଯୋଗୁଁ ତାଙ୍କୁ ସମ୍ପର୍କୀୟ ମାନେ ସଂଗେ ସଂଗେ ୧୦୮ ଯୋଗେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Conclusion:ତେବେ ତାଙ୍କର ମୃତ ସର୍ପ ଦଂଶନ ଯୋଗୁଁ ହୋଇଥିବା ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.