ETV Bharat / state

'ବିଜେପୁର ହତ୍ୟାକାଣ୍ଡ ଏକ ନିର୍ବାଚନୀ ହତ୍ୟା'

ବୁଧବାର ବିଜେପି ଦଳର ରାଷ୍ଟ୍ରୀୟ ସମ୍ପାଦକ ଅରୁଣ ସିଂ, ସାଂସଦ ସୁରେଶ ପୁଝାରୀଙ୍କ ସହିତ ବିଜେପି ଦଳର ବହୁ କାର୍ଯ୍ୟକର୍ତା ମୃତ ତରଣୀ ସେନଙ୍କ ପରିବାରକୁ ଭେଟି ସରକାରଙ୍କ ପାଖରେ ପରିବାରର ଥଇଥାନ ନେଇ ଦାବି କରିଥିଲେ ।

'ବିଜେପୁର ହତ୍ୟାକାଣ୍ଡ ଏକ ନିର୍ବାଚନୀ ହତ୍ୟା'
author img

By

Published : Oct 17, 2019, 4:11 AM IST

ବରଗଡ: ମଙ୍ଗଳବାର ବିଜେପୁରରେ ହୋଇଥିବା ତରଣୀ ସେନ ମହଲାଙ୍କ ହତ୍ୟା ଘଟଣାରେ ବିଜେପୁର ପୋଲିସ 3 ଜଣଙ୍କୁ ଗିରଫ କରିଛି । ବୁଧବାର ବିଜେପି ଦଳର ରାଷ୍ଟ୍ରୀୟ ସମ୍ପାଦକ ଅରୁଣ ସିଂ, ସାଂସଦ ସୁରେଶ ପୁଝାରୀଙ୍କ ସହିତ ବିଜେପି ଦଳର ବହୁ କାର୍ଯ୍ୟକର୍ତ୍ତା ମୃତ ତରଣୀ ସେନଙ୍କ ପରିବାରକୁ ଭେଟି ସରକାରଙ୍କ ପାଖରେ ପରିବାରର ଥଇଥାନ ନେଇ ଦାବି କରିଥିଲେ ।

ସ୍ବଚ୍ଛ ଭାରତ ଅଭିଯାନରେ କାର୍ଯ୍ୟରତ ତରଣୀ ସେନ ମହଲାଙ୍କ ହତ୍ୟା ଏକ ନିର୍ବାଚନୀ ହତ୍ୟା ବୋଲି ସାଂସଦ ସୁରେଶ ପୁଝାରି ଅଭିଯୋଗ ଆଣିଥିବା ବେଳେ ଅନାଥ ପରିବାର ବର୍ଗଙ୍କୁ ସରକାର ସାହାଯ୍ୟର ହାତ ବଢ଼ାଇ ଥଇଥାନ କରନ୍ତୁ ବୋଲି ସେ ଦାବି କରିଛନ୍ତି । ତରଣୀ ଗରିବ ପରିବାରର ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ସମ୍ପୂର୍ଣ୍ଣ ପରିବାର ନିର୍ଭର କରୁଥିଲେ । ତାଙ୍କ ପରିବାରରେ 7ଜଣ ସଦସ୍ୟ ଅଛନ୍ତି । ଆଉ ସେ ତାଙ୍କ ପରିବାରରେ ଏକ ମାତ୍ର ରୋଜଗାରିଆ ପୁରୁଷ ଥିଲେ ।

'ବିଜେପୁର ହତ୍ୟାକାଣ୍ଡ ଏକ ନିର୍ବାଚନୀ ହତ୍ୟା'

କିଛି ମାସ ତଳେ ତରଣୀଙ୍କ ବଡ ଭାଇଙ୍କର କ୍ୟାନ୍ସରରେ ମୃତ୍ୟୁ ଘଟିଛି । ସେପଟେ ଭାଉଜ ଏବଂ ଦୁଇ ପୁଅ ଝିଅଙ୍କ ପ୍ରତିପୋଷଣ ମଧ୍ୟ ତରଣୀଙ୍କର ମୁଣ୍ଡରେ ରହିଥିଲା । ତରଣୀଙ୍କର ନିଜର ଦୁଇ ଛୋଟ ପୁଅ ଅଛନ୍ତି । ଆଉ ପିତାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡିଛି ପୁରା ପରିବାର । ତେବେ ସରକାର ଏହି ପରିବାରକୁ 25 ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ନେଇ ଦାବି କରିଛନ୍ତି ଅରୁଣ ସିଂ ।

ତରଣୀସେନ ବିଜେପି ଦଳ ପାଇଁ କାମକରୁଥିଲେ ଏବଂ ପାଇଖାନା ଦୁର୍ନୀତିକୁ ଲଗାମ ଲଗାଉଥିବା କାରଣରୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଜୁ ଯୁବବହିନୀର ଯୁବକ ରିକୁ ମେହେର ହତ୍ୟା କରିଛନ୍ତି ଏବଂ ଏହା ଏକ ନିର୍ବାଚନୀ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ଅରୁଣ ସିଂ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଗତକାଲି ବିଜେପୁରରେ ହୋଇଥିବା ତରଣୀସେନ ମହଲାଙ୍କ ହତ୍ୟା ଘଟଣାରେ ବିଜେପୁର ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ । ଆଜି ବିଜେପି ଦଳର ରାଷ୍ଟ୍ରୀୟ ସମ୍ପାଦକ ଅରୁଣ ସିଂ, ସାଂସଦ ସୁରେଶ ପୁଝାରୀ ଙ୍କ ସହିତ ବିଜେପି ଦଳର ବହୁ କାର୍ଯ୍ୟକର୍ତା ମୃତ ତରଣୀସେନ ଙ୍କ ପରିବାରକୁ ଭେଟିଥିଲେ ଏବଂ ସରକାରଙ୍କ ଠାରେ ପରିବାରର ଥଇଥାନ ପାଇଁ ଦାବି କରିଥିଲେ ।

Body: ସ୍ୱଚ୍ଛ ଭାରତ ଅଭିଯାନରେ କାର୍ଯ୍ୟରତ ତରଣୀସେନ ମହଲାଙ୍କ ହତ୍ୟା ଏକ ନିର୍ବାଚନୀ ହତ୍ୟା ବୋଲି ସାଂସଦ ସୁରେଶ ପୁଝାରି ଅଭିଯୋଗ ଆଣିଥିବା ବେଳେ ଅନାଥ ପରିବାର ବର୍ଗଙ୍କୁ ସରକାର ସାହାଯ୍ୟର ହାତ ବଢ଼ାଇ ଥଇଥାନ କରନ୍ତୁ ବୋଲି ଦାବି କରିଛନ୍ତି । ତରଣୀ ଗରିବ ପରିବାରର ହୋଇଥିବା ବେଲେ ତାଙ୍କ ମୁଣ୍ଡରେ ସମ୍ପୂର୍ଣ୍ଣ ପରିବାର ନିର୍ଭର କରୁଥିଲେ । ତାଙ୍କ ପରିବାରରେ ୭ ଜଣ ସଦସ୍ୟ ରହିଥିବା ବେଳେ ସେ ଏକ ମାତ୍ର ରୋଜଗାରିଆ ପୁରୁଷ ଥିଲେ ପରିବାରରେ ।
ତରଣୀ ଙ୍କ ବଡ ଭାଇଙ୍କ କେଂସର ରୋଗରେ କିଛି ମାସ ତଳେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଉଜ ଏବଂ ଦୁଇ ପୁଅ ଝିଅ ର ପ୍ରତିପୋଷଣ ତରଣୀଙ୍କର ମୁଣ୍ଡରେ ରହିଥିଲା । ତରଣୀଙ୍କର ମଧ୍ୟ ଦୁଇ ଛୋଟ ପୁଅ ରହିଯହିଁବା ବେଳେ ଏବେ କିନ୍ତୁ ବେସାହାରା ହୋଇପଡିଛି ପରିବାରର ୩ ମହିଳା ଏବଂ ଚାରି ଜଣ ପିଲାଛୁଆ । ତେବେ ସରକାର ଏହି ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରୁ ବୋଲି ଦାବି କରିଛନ୍ତି ଅରୁଣ ସିଂ ।

ତରଣୀସେନ ବିଜେପି ଦଳ ପାଇଁ କାମକରୁଥିଲେ ଏବଂ ପାଇଖାନା ଦୁର୍ନୀତିକୁ ଲଗାମ ଲଗାଉଥିବା କାରଣରୁ ତାଙ୍କୁ ଉଦ୍ୟେଷ୍ୟ ମୂଳକ ଭାବେ ବିଜୁ ଯୁବବହିନୀ ର ଯୁବକ ରିକୁ ମେହେର ତରଣୀ ଙ୍କୁ ହତ୍ୟା କରିଛନ୍ତି ।ଏବଂ ଏହା ଏକ ନିର୍ବାଚନୀ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ଅରୁଣ ସିଂ ।

ବାଇଟ ୧- ସୁରେଶ ପୁଝାରୀ( ସାଂସଦ )
ବାଇଟ ୨- ଅରୁଣ ସିଂ ( ରାଷ୍ଟ୍ରୀୟ ସମ୍ପାଦକ, ବିଜେପି )
ବାଇଟ3- ରୋହିତ ମହଲା ( ଗ୍ରାମବାସୀ)
ବାଇଟ ୪- ମୃତ ତରଣୀଙ୍କର ସ୍ତ୍ରୀ
ବାଇଟ ୪-

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.