ETV Bharat / state

ବିଜେପୁର ଗୁଳିକାଣ୍ଡ ଘଟଣା: 3 ଅଭିଯୁକ୍ତ ପେଶାଦାର ଲୁଟେରା - firing case

ବିଜେପୁର ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ 3 ଜଣ ଅଭିଯୁକ୍ତ ପେଶାଦାର ଲୁଟେରା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jun 8, 2019, 11:25 PM IST

ବରଗଡ: ବିଜେପୁର ଥାନା ଲାଉମୁଣ୍ଡା ଗ୍ରାମରେ ଶୁକ୍ରବାର ଘଟିଥିବା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ 3 ଜଣ ଅଭିଯୁକ୍ତ ପେଶାଦାର ଲୁଟେରା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ଥିବା କଥା ମଧ୍ୟ ସ୍ପଷ୍ଟ ହୋଇଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ବରପାଲି ଅନ୍ତର୍ଗତ ଡ଼ାଗବଙ୍ଗଳାପଡ଼ାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଭଟ୍‌ଲି ଅଞ୍ଚଳର ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଶୁକ୍ରବାର ଲାଉମୁଣ୍ଡାରେ ଅଭିଯୁକ୍ତମାନେ ଏକ ଏୟାର ପିସ୍ତଲ ସାହାଯ୍ୟରେ ଲୋକଙ୍କୁ ଭୟଭୀତ କରି ରାସ୍ତାରେ ଲୁଟ କରୁଥିଲେ । ଲୁଟ କରୁଥିବା ସମୟରେ ସେମାନେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ । ଗ୍ରାମବାସୀମାନେ ଲୁଟେରା ତିନିଜଣଙ୍କୁ ନିସ୍ତୁକ ମାଡ ଦେବା ସହିତ ପୋଲିସ ଜିମାରେ ଦେଇଥିଲେ । ତେବେ ପୋଲିସ ତଦନ୍ତ ପରେ ସେହି ତିନିଜଣ ଯୁବକ କୌଣସି ରାଜନୈତିକ ଦଳରେ ସଂପୃକ୍ତ ନଥିବା ସ୍ପଷ୍ଟ ହୋଇଛି । ବିଜେପୁରରେ ଆଗକୁ ପୁଣି ଉପନିର୍ବାଚନ ହେବାକୁ ଥିବା ବେଳେ ଏହି ଗୁଳିକାଣ୍ଡରେ ରାଜନୈତିକ ବ୍ୟକ୍ତିଙ୍କ ହାତ ଥାଇପାରେ ବୋଲି ଚର୍ଚ୍ଚା କରାଯାଉଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.