ETV Bharat / state

ଟୋକନ ପାଇବାରୁ ବଞ୍ଚିତ ବିଜେପୁର ଚାଷୀ - Bijepur farmer

ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥା ବିଜେପୁର ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି । ଧାନ ଅମଳ ସାରିଥିବା ଏହି ଅଞ୍ଚଳର ଚାଷୀଙ୍କ ନାଁରେ ଟୋକନ ଆସି ନଥିବାରୁ କମ ଦରରେ ବେପାରୀଙ୍କୁ ଧାନ ବିକ୍ରି କରି ହନ୍ତସନ୍ତ ଚାଷୀ ।

Bijepur farmer in tension
ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Dec 7, 2019, 5:27 AM IST

ବରଗଡ: ଚଳିତ ଖରିଫ ଫସଲର ଧାନ ବିକ୍ରି ପ୍ରକ୍ରିୟାରେ ରାଜ୍ୟ ସରକାର ଲାଗୁ କରିଥିବା ଟୋକନ ବ୍ୟବସ୍ଥା ବରଗଡ ଜିଲ୍ଲାର ଚାଷୀଙ୍କ ପାଇଁ ସାଜିଛି କାଳ । କେବଳ ହୀରାକୁଦ କମାଣ୍ଡ ଏରିଆର ଚାଷୀ ନୁହେଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ହୋଇଥିବା ବିଧାନସଭାର ଚାଷୀ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠାକାର ଚାଷୀ ଧାନ ଅମଳ କରି ସାରିଥିବା ବେଳେ ଏମାନଙ୍କ ନାଁରେ ଆସିନାହିଁ ଟୋକନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସେପଟେ ରବି ଫସଲ ପାଇଁ ଚାଷୀ ଅଣ୍ଟା ଭିଡି ସାରିଥିବା ବେଳେ ଶ୍ରମିକମାନଙ୍କୁ ମଜୁରୀ ଦେବା ପାଇଁ ପାଖରେ ଟଙ୍କା ମଧ୍ୟ ନାହିଁ । ଫଳରେ ବିଜେପୁର ଅଞ୍ଚଳର ଚାଷୀ ବେପାରୀ ହାତରେ କମ୍‌ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଅମଳ ଧାନକୁ ମଣ୍ଡିରେ ବିକ୍ରି କଲେ ଚାଷୀକୁ ୧୮୫୦ ଟଙ୍କା ମିଳୁଥିବା ବେଳେ ବେପାରୀକୁ 1200ଟଙ୍କାରେ ବିକ୍ରି କରି ଗୋଟିଏ କ୍ବିଣ୍ଟାଲ ପିଛା 650 ଟଙ୍କା କ୍ଷତି ସହୁଛି ଚାଷୀ । ନିଜ କଷ୍ଟ ଉପାର୍ଜିତ ଧାନକୁ କମ ଦରରେ ବିକ୍ରି କରି ଚାଷୀ ଆଜି ହତାଶ ।

ଯେଉଁ ଅଞ୍ଚଳର ଚାଷୀ ନବୀନ ସରକାରଙ୍କୁ ଭରଷା କରି ନିର୍ବାଚନରେ ବିଜୟୀ କରିଥିଲେ ସେହି ବିଜେପୁରର ଚାଷୀ ଆଜି ମିଥ୍ୟା ପ୍ରତିଶ୍ରୁତିର ଶିକାର ହୋଇ ଶୋଷଣ ହେଉଛନ୍ତି । ଅନ୍ୟପଟେ ବିଜେପି ଦଳ ନେତା ସନତ ଗଡତିଆ ମଧ୍ୟ ଚାଷୀଙ୍କ ସପକ୍ଷରେ ଆନ୍ଦୋଳନକୁ ଓହ୍ଲାଇ ଟୋକନ ବ୍ୟବସ୍ଥା ଉଚ୍ଛେଦ ପାଇଁ ଦାବି କରିବେ ବୋଲି କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଚଳିତ ଖରିବ ଫସଲରେ ଧାନ ବିକ୍ରି ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଲାଗୁକରିଥିବା ଟୋକନ ସିଷ୍ଟମ ବରଗଡ ଜିଲ୍ଲାର ଚାଷୀଙ୍କ ପାଇଁ କାଳ ପାଳଟିଛି । କେବଳ ହୀରାକୁଦ କମାଣ୍ଡ ଏରିଆର ଚାଷୀ ନୁହେଁ ବରଂ ବିଜେପୁର ବ୍ଲକର ଚାଷୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଟୋକନ ସିଷ୍ଟମ ଯୋଗୁଁ ।

Body:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ହୋଇଥିବା ବିଜେପୁର ବିଧାନସଭାର ଚାଷୀ ଏବେ ବିପଦରେ । ଏଠାକାର ଚାଷୀ ଧାନ ଅମଳ କରିସାରିଥିବା ବେଳେ କିନ୍ତୁ ଚାଷୀଙ୍କ ନାମରେ ଆସିନାହିଁ ଟୋକନ ଅନ୍ୟପଟେ ରବି ଫସଲ ପାଇଁ ଚାଷୀ ଅଣ୍ଟା ଭିଡିସାରିଥିବା ବେଳେ କିନ୍ତୁ ଶ୍ରମିକ ମାନଙ୍କୁ ମଜୁରୀ ଦେବାପାଇଁ ପାଖରେ ଟଙ୍କା ନାହିଁ । ଫଳରେ ବିଜେପୁର ଅଞ୍ଚଳର ଚାଷୀ ବେପାରୀ ହାତରେ କମ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି ।
ମଣ୍ଡିରେ ବିକ୍ରି କଲେ ଚାଷୀକୁ ୧୮୫୦ ଟଙ୍କା ମିଳୁଥିବା ବେଳେ କିନ୍ତୁ ବେପାରୀ ହାତରେ ୧୨୦୦ ଟଙ୍କାରେ ବିକ୍ରି କରିଦେଉଛନ୍ତି ଚାହିଁ । ଗୋଟେ କୁଇଣ୍ଟାଲ ପିଛା ଚାଷୀ ୬୫୦ ଟଙ୍କା କ୍ଷତିରେ ନିଜର କଷ୍ଟ ଉପାର୍ଜିତ ଧାନ କାନ୍ଦି କାନ୍ଦି ବିକ୍ରି କରିବାକୁ ବାଧ୍ୟ ହେଉଛି । ଯେଉଁ ଅଂଚଳର ଚାଷୀ ନବୀନ ସରକାରଙ୍କୁ ଭରଷା କରି ନିର୍ବାଚନରେ ବିଜୟୀ କରିଥିଲେ ସେହି ବିଜେପୁର ର ଚାଷୀ ଆଜି ମିଛପ୍ରତିଶୃତି ର ଶିକାର ହୋଇ ଶୋଷଣ ହେଉଛନ୍ତି । ଅନ୍ୟପଟେ ବିଜେପି ଦଳ ନେତା ସନଥ ଗଡତିଆ ମଧ୍ୟ ଚାଷୀଙ୍କ ସପକ୍ଷରେ ଆନ୍ଦୋଳନକୁ ଓହଲ୍ଲାଇ ଟୋକନ ବ୍ୟବସ୍ଥା ଉଛେଦ ପାଇଁ ଦାବି କରିବ ବୋଲି କହିଛନ୍ତି ।

ବାଇଟ୧- ସୋମନାଥ ପଧାନ ( ବିଜେପୁର ଚାଷୀ )
ବାଇଟ ୨- ଭୋଜରାଜ ପଧାନ ( ବିଜେପୁର ଚାଷୀ )
ବାଇଟ ୩- ସନଥ ଗଡତିଆ ( ବିଜେପି ନେତା )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.