ETV Bharat / state

ରାତି ପାହିଲେ ବିଜେପୁର ଭୋଟ ଗଣତି - latest bijepur election result

ରାତି ପାହିଲେ ବିଜେପୁର ଭୋଟ ଗଣତି । ସକାଳ 8ଟାରୁ ପଦ୍ମପୁର ଆରଏମସି ପଡିଆରେ ହେବ ଗଣତି । 14ଟି ଟେବୁଲରେ ମୋଟ 21 ରାଉଣ୍ଡ ଗଣତି ହେବ ବୋଲି ଜଣାପଡିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 23, 2019, 10:28 PM IST

ବରଗଡ: ଆସନ୍ତାକାଲି(ଗୁରୁବାର) ବିଜେପୁର ଉପନିର୍ବାଚନର ହେବ ଭୋଟ ଗଣତି । ସକାଳ 8ଟାରୁ ପଦ୍ମପୁର ଆରଏମସି ପଡିଆରେ ଗଣତି କରାଯିବ । 14ଟି ଟେବୁଲରେ ମୋଟ 21 ରାଉଣ୍ଡ ଗଣତି ହେବ । ଗଣତି ପ୍ରକ୍ରିୟାରେ ସମୁଦାୟ 120 ଜଣ କର୍ମଚାରୀ ନିୟୋଜିତ ରହିବେ । ତେବେ ଗଣତି ପାଇଁ ଗଣନା କେନ୍ଦ୍ର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଜଣାପଡିଛି ।

ରାତି ପାହିଲେ ବିଜେପୁର ଭୋଟ ଗଣତି

ଗତ 21 ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା । 285 ଟି ବୁଥରେ ନିଜ ମତ ସାବ୍ୟସ୍ତ କରିଥିଲେ ବିଜେପୁର ନିର୍ବାଚନମଣ୍ଡଳୀବାସୀ । ନିର୍ବାଚନ ପରେ ସମସ୍ତ ଇଭିଏମ ଓ ଭିଭିପାଟ ପଦ୍ମପୁର ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ମଧ୍ୟରେ ରହିଛି । ଏକ ପ୍ଲାଟୁନ ସିଆରପିଏଫ ଫୋର୍ସ ସହ ଓଏସପି ଯବାନମାନେ ଷ୍ଟ୍ରଙ୍ଗରୁମ ଜଗିଛନ୍ତି ।

ସୂଚନା ଥାଉକି, ବିଜେପୁର ଉପନିର୍ବାଚନରେ 5 ଜଣ ପ୍ରାର୍ଥୀ ମଇଦାନରେ ଥିଲେ । ତେବେ ଆସନ୍ତାକାଲି ଗଣତି ପରେ ବିଜେପୁରବାସୀ କାହା ଉପରେ ଭରସା କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ୨୮୫ ଗୋଟି ବୁଥରେ ମତଦାନ ଗତ ୨୧ ତାରିଖରୁ ଶେଷ ହୋଇଯାଇଛି । ତେବେ ଆସନ୍ତାକାଲି ୨୪ ତାରିଖରେ ହେବ ଭୋଟ ଗଣତି ଏବଂ ବିଜେପୁର ନିର୍ବାଚନ ମଣ୍ଡଳୀରେ କିଏ ବିଜୟୀ ମୁକୁଟ ପିନ୍ଧିବ ତାହା ହେବ ଘୋଷଣା ।

Body:ମତଦାନ ପରେ ୨୮୫ ଗୋଟି ବୁଥର ସମସ୍ତ EVM ଓ VVPAD ପଦ୍ମପୁର ରେ କଡ଼ା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗ ରୁମରେ ରହିଛି । ୧ ପ୍ଲାଟୁନ CRPF ଫୋର୍ସ ସମେତ OSP ଯବାନ ମାନେ ଷ୍ଟ୍ରଙ୍ଗ ରୁମକୁ ଜଗିଛନ୍ତି ।ଆସନ୍ତାକାଲି ସକାଳ ୮ ଟାରୁ ପଦ୍ମପୁର RMC ପଡ଼ିଆ ଠାରେ ଭୋଟ ଗଣତି ଆରମ୍ଭ ହେବ । ୧୪ ଗୋଟି ଟେବୁଲରେ ସମୁଦାୟ ୨୧ ରାଉଣ୍ଡ ଗଣତି କରାଯିବ । ପ୍ରତ୍ୟେକ ଟେବୁଲରେ ଜଣେ ଅଵଜାର୍ଭର୍ , ସୁପରଭାଇଜର ଙ୍କ ସମେତ ସମୁଦାୟ ୧୨୦ ଜଣ କର୍ମଚାରୀ ନିୟୋଜିତ ରହିବେ । ଭୋଟ ଗଣନା କେନ୍ଦ୍ର ଭିତରେ ଓ ବାହାରେ ସିସି ଟିଭି କ୍ୟାମେରା ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.