ETV Bharat / state

ବିଜେପୁର ଉପନିର୍ବାଚନ: ଗଡ ଜଗିଛନ୍ତି ଯୁବନେତା - bijepur by election

ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଏବେ ପ୍ରଚାରରେ ଲାଗି ପଡିଛନ୍ତି। ବିଜେଡି ପୁଣିଥରେ ଏହି ଗଡକୁ ଦଖଲ କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ପଛରେ ପଡିନାହାଁନ୍ତି।

ଡିଜାଇନ ଫଟୋ
author img

By

Published : Oct 16, 2019, 2:34 PM IST

ବରଗଡ: ଆସନ୍ତା 21 ତାରିଖରେ ହେବ ବିଜେପୁର ଉପନିର୍ବାଚନ। ଏହି ମହାଲଢେଇ ପାଇଁ ତିନି ପ୍ରମୁଖ ଦଳଙ୍କ ମଧ୍ୟରେ ଜୋରଦାର ପ୍ରଚାର ଚାଲିଛି। ଶାସକ ବିଜେଡି ଏହି ଗଡକୁ ପୁଣି ଥରେ ଅକ୍ତିଆର କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ପଛରେ ପଡିନାହାଁନ୍ତି।

ଏହି ଉପନିର୍ବାଚନର ମତଦାନ ଆଉ ଅଳ୍ପଦିନ ବାକି ଥିବାବେଳେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରୁଛନ୍ତି ମାଳ ମାଳ ଯୁବନେତା । ସାଧାରଣ ନିର୍ବାଚନରେ ବିଜେଡି ଏଠାରୁ ବିଜୟୀ ହୋଇଥିବାରୁ ଚଳିତ ଉପନିର୍ବାଚନରେ ମଧ୍ୟ ଦଳ ପୁନର୍ବାର ବିଜୟୀ ହେବ ବୋଲି ଲକ୍ଷ୍ୟ ରଖିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଯେଉଁଥିଲାଗି ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ଯୁବ ନେତାଙ୍କୁ ଆଣି ଦଳ ଏଠାରେ ପ୍ରଚାର ମୈଦାନକୁ ଓହ୍ଲାଇଛି।ବିଜେଡିର ଯୁବ ସମ୍ପାଦକ ବିଜେପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଦାୟିତ୍ବ ନେଇ ରୀତା ସାହୁଙ୍କ ପାଇଁ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ଆଉ ଅଳ୍ପଦିନ ବାକି ରହିଥିବା ବେଳେ ବିଜେଡ଼ି ଦଳର ପ୍ରାର୍ଥୀନୀ ରୀତା ସାହୁଙ୍କ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି ସମଗ୍ର ଓଡ଼ିଶାର ବହୁ ଯୁବ ନେତା ।

Body:ବିଜେପୁର ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନରେ ବିଜେଡ଼ି ଦଳର ଐତିହାସିକ ବିଜୟ ପରେ ଏବେ ଚଳିତ ଉପନିର୍ବାଚନ ରେ ପୁଣି ବିଜେଡି ବିଜୟ ଲକ୍ଷ ରଖିଛି । ଏବଂ ଏଥିପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୁବ ନେତା ମାନଙ୍କୁ ବିଜେପୁର ନିର୍ବାଚନ ମଣ୍ଡଳୀର ବହୁ ଗ୍ରାମରେ ଦାୟିତ୍ୱ ଦିଆଯାଇଛି । ତେବେ ଯୁବ ନେତାଙ୍କ ଉତ୍ସାହ ଏହି ଉପନିର୍ବାଚନରେ ଦେଖିବାକୁ ମିଳିଛି । ରାଜ୍ୟର ବିଜେଡ଼ି ଯୁବ ସମ୍ପାଦକ ମାନେ ବିଜେପୁର ର ସମସ୍ତ ପଞ୍ଚାୟତରେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଜେଡ଼ି ଦଳର ପ୍ରାର୍ଥୀନୀ ରୀତା ସାହୁଙ୍କ ପ୍ରଚାର ପ୍ରସାର ପାଇଁ ।

ବାଇଟ୧- ସଞ୍ଜିତ ମହାନ୍ତି ( ବିଜେଡ଼ି , ରାଜ୍ୟ ଯୁବ ସମ୍ପାଦକ )
ବାଇଟ ୨- ପୃଥ୍ୱୀରାଜ ସାହୁ ( ରାଜ୍ୟ ସମ୍ପାଦକ, ବିଜୁ ଯୁବ ଜନତାଦଳ )
ବାଇଟ ୩- ଶିଶିର ପରିଝା ( ବିଜୁ ଯୁବଜନତା ଦଳ ଯୁଗ୍ମ ସମ୍ପାଦକ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.