ବରଗଡ: ବିଜେପୁର ଉପନିର୍ବାଚନ ଶେଷ । ସର୍ବମୋଟ ମତଦାନ 78.96% ହୋଇଥିବା ସୂଚନା । ସକାଳେ ମତଦାନ ହାର କମ ଥିବାବେଳେ ଶେଷ ପର୍ଯ୍ୟାୟରେ ଏହା ବଢିଥିବା ଦେଖିବାକୁ ମିଳିଥିଲା ।
ଏପରିକି ସନ୍ଧ୍ୟା 5ଟା ସୁଦ୍ଧା 72 ପ୍ରତିଶତ ମତଦାନ ହୋଇଥିବାବେଳେ ଶେଷରେ ଏହା 78.96 ପ୍ରତିଶତରେ ପହଞ୍ଚିଥିଲା । ସେପଟେ ମତଦାନ ଶେଷ ପରେ ପ୍ରାର୍ଥୀ ହିସାବରେ ଲୋକେ ତାଙ୍କୁ ଗ୍ରହଣ କରୁଥିବା ବେଳେ ଅର୍ଥ ବଳରେ ଅନ୍ୟ ଦଳ ଭୋଟରଙ୍କୁ କିଣି ନିର୍ବାଚନ ଲଢିଥିବା କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ।
ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ