ETV Bharat / state

ବିବାହ ପୂର୍ବରୁ ଗିରଫ ହେଲା ଧୋକେବାଜ ବର, କାବୁ କଲା କମିଶନରେଟ ପୋଲିସ

author img

By

Published : Apr 25, 2023, 7:52 PM IST

ହାତଗଣ୍ଠି ପୂର୍ବରୁ ପଡ଼ିଲା ହାତକଡ଼ି । ବରଗଡ଼ରୁ ଧୋକେବାଜ ବରକୁ ଗିରଫ କଲା ଭୁବନେଶ୍ବର କମିଶନରେଟ ମହିଳା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
ବିବାହ ପୂର୍ବରୁ ଗିରଫ ହେଲା ଧୋକେବାଜ ବର

ବରଗଡ଼: ବିବାହ ପାଇଁ ଝିଅ ଘରେ ଜାକଜକମର ସହ ପହଞ୍ଚିଥିଲା ବର । ହେଲେ ହାତଗଣ୍ଠି ପୂର୍ବରୁ ହାତରେ ପଡ଼ିଲା ହାତକଡି଼ । ବାହା ବେଦିରେ ବସିବା ପୂର୍ବରୁ ଧୋକେବାଜ ବରକୁ କାବୁ କଲା ଭୁବନେଶ୍ବରର କମିଶନରେଟ ମହିଳା ପୋଲିସ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଭଟଲି ଥାନା ବେହେରାପାଲି ଗାଆଁରେ । ଜଣେ ଯୁବତୀଙ୍କୁ ଧୋକା ଦେଇ ଅନ୍ୟ ଏକ ଜାଗାରେ ବିବାହ କରୁଥିବାରୁ ଉକ୍ତ ଯୁବକକୁ ବାନ୍ଧିଲା ପୋଲିସ ।

ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ପାଣି ଗେଙ୍ଗୁଟିଆ ଗାଁରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ବେହେରାପାଲି ଗ୍ରାମକୁ ଆସିଥିଲେ ବରାତ। ଖୁବ୍ ଜାକ ଜକମରେ ଶେଷ ହୋଇଥିଲା ବରାତ ଆଉ ବାଟ ବରଣ ଠିକ୍ ସରିଛି କି ନାଇ ବିବାହ ସ୍ଥଳରେ ପହଞ୍ଚିଲା ପୋଲିସ । ଭୁବନେଶ୍ବର କମିଶନରେଟ ମହିଳା ପୋଲିସ ସବ ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ଆଉ ତାଙ୍କ ସହ ଥିଲେ ଭଟଲି ଥାନା ସବ ଇନ୍ସପେକ୍ଟର ପଦ୍ମାବତୀ ମିର୍ଦ୍ଧା । ପୋଲିସ କହିଥିଲା ବର ଅଜିତ ଭୋଇକୁ ଗିରଫ କରିବାକୁ ଆସିଛୁ । ଏସବୁ ଦେଖି କିଛି ସମୟ ଆଗରୁ ବ୍ୟାଣ୍ଡ ବାଜାରେ ଗର୍ଜି ଉଠୁଥିବା ଛୋଟିଆ ଗାଁ ପୁରା ସ୍ତବ୍ଧ ହୋଇଯାଇଥିଲା ।

ଏହା ବି ପଢନ୍ତୁ- ବିବାହ ପାଇଁ ମନା କଲା ପ୍ରେମିକା, ଶିଶୁପୁତ୍ରକୁ ଗରମ ପାଣିରେ ବୁଡାଇ ମାରିଲା ପ୍ରେମିକ

ଅଜିତ କୁମାର ଭୋଇ ଯିଏକି ଭୁବନେଶ୍ଵର OSRTCରେ ଜେଇ ଭାବରେ କାର୍ଯ୍ୟରତ ଅଛନ୍ତି । ବିଗତ ୨ ବର୍ଷ ହେବ ଭୁବନେଶ୍ଵରର ଜଣେ ଯୁବତୀଙ୍କୁ ବାହା ହେବି କହି ଠକି ଚାଲିଥିଲେ ଏବଂ କିଛି ଦିନ ଆଗରୁ ଯୁବତୀ ଜଣକ ପ୍ରେମିକ ଅଜିତ ନାଁରେ ଭୁବନେଶ୍ଵର ମହିଳା ଥାନାରେ ଅଭିଯୋଗ କରିଥିଲେ । କେସ ନମ୍ବର ଅଣ୍ଡର ସେକ୍ସନ ୩୭୬ /୩୨୩ / ୨୯୪ / ୩୧୩ / ୫୦୬ / ଆଇପିସି ଧାରାରେ ତା ନାଁରେ କେସ ରୁଜୁ ହୋଇଛି । ଯୁବତୀଙ୍କ ସହ ବହୁତ ଥର ଶାରୀରିକ ସମ୍ପର୍କ ରଖି ଶେଷରେ ଠକି ଦେଇ ଅନ୍ୟ ଜାଗାରେ ବାହା ହେଉଥିଲେ ଅଜିତ । ବରଗଡ଼ ଏସପି ପି. ମୀନାଙ୍କ ନିର୍ଦ୍ଦେଶରେ ଭଟଲି ଥାନା ଷ୍ଟାଫଙ୍କ ମିଳିତ ସହଯୋଗରେ ଏହି ଚଢାଉ ହୋଇଥିଲା ।

ତେବେ କିଛି ସମୟର ଉତ୍ତେଜନା ପରେ ଗାଁ ଲୋକେ ଆଉ ବରଯାତ୍ରୀରେ ଆସିଥିବା ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲା ପୋଲିସ ଏବଂ ପରେ ଲୋକେ ଧୋକାବାଜ୍ ବରକୁ ଛାଡ଼ି ଦେଇଥିଲେ । ଜଣେ ଯୁବତୀଙ୍କ ଜୀବନ ସହ ଖେଳି ସାରିବା ପରେ ପୁଣି ଜଣକ ଜୀବନ ନଷ୍ଟ କରିବା ଆଗରୁ ପୋଲିସର ଏପରି ପଦକ୍ଷେପକୁ ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରିଛନ୍ତି । ଅଭିଯୁକ୍ତ ଅଜିତ ବରଗଡ଼ରୁ ଭୁବନେଶ୍ଵର ନିଆଯାଇଥିଲା ଏବଂ ବାଟ ବରଣ ସମୟରେ ବରକୁ ଗୋଟେ ସୁନା ଚେନ୍ , ମୁଦି, ହାତ ଘଣ୍ଟା ପୋଲିସ ଜବତ କରିଥିଲା । ଯାହାକୁ ଆଜି ସକାଳେ ଝିଅ ପକ୍ଷର ଲୋକଙ୍କୁ ବରଗଡ଼ ଥାନାରେ ହସ୍ତାନ୍ତର କରାଯାଇଛି । ବରକୁ ଯୌତୁକ ଦେବା ପାଇଁ ଏକ ଦାମୀ କାର କିଣିବା ସହ ବହୁ ଜିନିଷ ଦେବା ପାଇଁ କିଣିଥିଲେ କନ୍ୟା ଘର ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.