ETV Bharat / state

ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ପିଡିଏସ ସାମଗ୍ରୀ, ଅଭିଯୋଗ ଆଣିଲେ ଗ୍ରାମବାସୀ - ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ପିଡିଏସ ସାମଗ୍ରୀ

ଲକଡାଉନ ସମୟରେ ମଧ୍ୟ ପିଡିଏସ ସାମଗ୍ରୀ ପାଉନଥିବା ଅଭିଯୋଗ ନେଇ ବରଗଡ ଜିଲ୍ଲାପାଳଙ୍କ ନିକଟକୁ ପହଞ୍ଚିଛନ୍ତି ବହୁ ହିତାଧିକାରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ପିଡିଏସ ସାମଗ୍ରୀ

author img

By

Published : Jul 14, 2020, 10:59 PM IST

ବରଗଡ଼: ରାଜ୍ୟ ସରକାର ସମସ୍ତ ଗରିବ ପରିବାରମାନଙ୍କୁ ସରକାରୀ ସହାୟତା ଯୋଗେଇ ଦେଉଛନ୍ତି ସତ କିନ୍ତୁ ତାହା ପ୍ରକୃତରେ ଲୋକଙ୍କ ପାଖକୁ ଅପହଞ୍ଚ ହେଉଛି । ଆଉ ଏହାର ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ଲକଡାଉନ ସମୟରେ ମଧ୍ୟ ପିଡିଏସ ସାମଗ୍ରୀ ପାଉନଥିବା ଅଭିଯୋଗ ନେଇ ମଙ୍ଗଳବାର ବରଗଡ ଜିଲ୍ଲାପାଳଙ୍କ ନିକଟକୁ ପହଞ୍ଚିଛନ୍ତି ବହୁ ହିତାଧିକାରୀ ।

ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ପିଡିଏସ ସାମଗ୍ରୀ,

ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଟାପାଳି ପଞ୍ଚାୟତ ସର୍ନାପାଳି ଗ୍ରାମର ବହୁ ହିତାଧିକାରୀ ଆଜି ବରଗଡ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ପହଞ୍ଚିଥିଲେ । ଲକଡାଉନ ପୂର୍ବରୁ ଦୀର୍ଘ 7 ମାସ ହେଲାଣି ବହୁ ହିତାଧିକାରୀଙ୍କୁ ପିଡିଏସ ସାମଗ୍ରୀ ଦିଆଯାଉନଥିବା ବେଳେ ତାଙ୍କର ସମସ୍ତ ସାମଗ୍ରୀ ହଡପ କରିଦିଆଯାଉଥିବା ଅଭିଯୋଗ ହୋଇଛି ।

ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଅଭିଯୋଗକୁ ନେଇ ତଦନ୍ତ କରିବାପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା । ସେପଟେ ପିଡିଏସ ସାମଗ୍ରୀର ବାଟମାରଣା କରାଯାଇଥିଲେ ନିଶ୍ଚୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.