ETV Bharat / state

ବଢୁଛି ଚାହିଦା ମିଳୁନି ବେଣାଚେର, କ୍ଷତି ସହୁଛନ୍ତି ନିଲେଶ୍ବର ଗାଁର କାରିଗର

author img

By

Published : Mar 26, 2023, 3:08 PM IST

ବେଣାଚେର ଗାଁ ନିଲେଶ୍ବର । ଏହି ଗାଁରେ ଲୋକ ବେଣାଚରରୁ ଅନେକ ସାମଗ୍ରୀ ତିଆରି କରୁଛନ୍ତି । ତେବେ ବିଭିନ୍ନ ସମସ୍ୟା ଯୋଗୁଁ ଉଚିତ ମୂଲ୍ୟ ପାଉନଥିବା ବେଳେ କ୍ଷତି ସହୁଛନ୍ତି କାରିଗର । ଦେଖନ୍ତୁ ଏହି ରିପୋର୍ଟ

ବେଣାଚେର ଗାଁ ନିଲେଶ୍ବର
ବେଣାଚେର ଗାଁ ନିଲେଶ୍ବର
ବେଣାଚେର ଗାଁ ନିଲେଶ୍ବର

ବରଗଡ: ଧୀରେ ଧୀରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଉତ୍ତାପରେ ଲୋକେ ଡହଳବିକଳ ହେଉଛନ୍ତି । କିନ୍ତୁ ଗ୍ରୀଷ୍ମ ଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ବେଣାଚେର ଗାଁ ଭାବେ ପ୍ରସିଦ୍ଧି ଲାଭ କରିଥିବା ବରଗଡ ଜିଲ୍ଲାର ନିଲେଶ୍ବର ଗାଁ । ଖରା ଦିନ ଆସିଲେ କାରିଗର ପାଆନ୍ତି ଜୀବନଜୀବିକାର ରାହା । ବେଣାଚେରରେ ବିଭିନ୍ନ ସାମଗ୍ରୀ ତିଆରିକରି ଭଲ ଦି’ପଇସା ରୋଜଗାର କରି ପରିବାର ପୋଷଣ କରିଥାନ୍ତି ।

ବରଗଡ ଜିଲ୍ଲାରେ ରହିଛି ନିଲେଶ୍ବର ଗାଁ: ବରଗଡ ସଦର ବ୍ଳକ ଠାରୁ ୧୦ କି.ମି ଦୂରରେ ଅବସ୍ଥିତ ବରଗଡ ଜିଲ୍ଳାର ବେଣାଚେରର ଗାଁ ନିଲେଶ୍ୱର । ଏଠାରେ ମୂଖ୍ୟତଃ ଲୋକେ ଚାଷ ଉପରେ ନିର୍ଭର କରି ଚଳୁଥିଲେ ମଧ୍ୟ ଖରା ଚାରି ମାସ ଏମାନେ ବେଣାଚେରରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ଗାଁର ୮୦ ଭାଗ ଲୋକ ଏହି କାମ ଉପରେ ନିର୍ଭର କରୁଥିବାବେଳେ ହୀରାକୁଦ ବୁଡି ଅଞ୍ଚଳର ବିଭିନ୍ନ ସ୍ଥାନରୁ ସେମାନେ ବେଣାଚେର ସଂଗ୍ରହ କରିଥାନ୍ତି । ପ୍ରଥମେ ଏହାକୁ ଭଳଭାବେ ଧୋଇ ଖରାରେ ଶୁଖାଇବା ପରେ ଏୟାରକୁଲର ଏବଂ ପର୍ଦ୍ଦା ପାଇଁ ବାଉଁଶକୁ ପତଳା ଭାବେ କାଟି ଫ୍ରେମ ତିଆରି କରି ତା ମଝିରେ ବେଣାଚେରକୁ ପ୍ଳାଷ୍ଟିକ ରସିରେ ବନ୍ଧା ଯାଇଥାଏ ।

ସଭିଏଁ ଲାଗି ପଡନ୍ତି କାମରେ: ଛୋଟ ଛୁଆ ଠାରୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ପରିବାରର ସମସ୍ତ ସଦସ୍ୟ ଏହି କାମରେ ନିୟୋଜିତ ହୋଇଥାନ୍ତି । ତେବେ ବେଣାଚେରରୁ ଆସୁଥିବା ପବନ ସୁଗନ୍ଧଯୁକ୍ତ ଥିବା ବେଳେ ଘରକୁ ମଧ୍ୟ ଏହାଥଣ୍ଡା ରଖିଥାଏ । ତା ଛଡା ବଜାରରେ ମିଳୁଥିବା ଖସଖସ୍ ଠାରୁ ଏହାର ମାନ ଯଥେଷ୍ଟ ଊର୍ଦ୍ଧ୍ବରେ ଥିବା ବେଳେ ଗ୍ରାହକଙ୍କ ପାଇଁ ଏହାର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଯେଉଁଥିପାଇଁ ଆଗରୁ ଏହି ଗାଁରେ ମାତ୍ର ତିନି ଚାରିଟି ପରିବାର ଏହି କାମ କରୁଥିବା ବେଳେ ଏବେ ଗ୍ରାମର ପ୍ରାୟ ସମସ୍ତ ପରିବାର ବେଣାଚେର କାମକୁ ନିଜର ଜୀବିକା ଭାବେ ଆଦରି ନେଇଛନ୍ତି ।

ଦୁଇ ବର୍ଷ ପରେ ଚଳଚଞ୍ଚଳ କାରିଗର: କୋରୋନା ମହାମାରୀ ସମୟରେ ଦୁଇ ବର୍ଷ ଧରି ଏହି କାରିଗରମାନେ ବେଣାଚେର ବିକ୍ରି କରିନପାରି ବହୁ ଦୁର୍ଦ୍ଦିନରେ ଜୀବନ କାଟିଥିବା ବେଳେ ଅନେକ କାରିଗର ପରିବାର ପୋଷଣ କରିନପାରି ଅନ୍ୟତ୍ର ଚାଲିଯାଇଥିଲେ । କିନ୍ତୁ ସମୟ ସହ ଏବେ ସବୁ ପରିବର୍ତ୍ତନ ହୋଇଛି । ଧୀରେ ଧୀରେ ଯେପରି ଗ୍ରୀଷ୍ମ ବଢିବାରେ ଲାଗିଛି ବେଣାଚେର କାରିଗରମାନଙ୍କ ସଂଖ୍ୟା ଗ୍ରାମରେ ବଢିବାରେ ଲାଗିଛି । ତେବେ ସେମାନଙ୍କ କହିବା ଅନୁସାରେ, "ବେଣାଚେର ବିକ୍ରିପାଇଁ କୌଣସି ସ୍ଵତନ୍ତ୍ର ବଜାର ନଥିବାବେଳେ ବଜାର ଅଭାବରୁ ସହର ସାରା ବୁଲି ବୁଲି ବିକ୍ରି କରୁଛୁ । ଫଳରେ ଲୋକେ କମ ଦାମରେ ବିକ୍ରି କରୁଛି । ଯାହାଫଳରେ ପରିଶ୍ରମ ମୁତାବକ ଲାଭ ହେଉ ନାହିଁ । ଅନ୍ୟପଟେ ବେଣାଚେର କାରିଗର ଯେତେବେଳେ ଜଙ୍ଗଲରୁ ବେଣାଚେର ଆଣିଥାନ୍ତି ଜଙ୍ଗଲ ବିଭାଗ ପକ୍ଷରୁ ଧରପଗଡ କରାଯାଇ ବ୍ୟାପକ ନିର୍ଯାତନା ଦିଆଯାଉଛି । ଫଳରେ ବେଣାଚାର ମହଙ୍ଗା ହେଉଛି ।"

କେବଳ ଜିଲ୍ଲା ନୁହେଁ ଜିଲ୍ଲା ବାହାରେ ରହିଛି ବେଣାଚେରର ଚାହିଦା: ଏଠାରୁ ପ୍ରସ୍ତୁତ ବେଣାଚେରର ସାମଗ୍ରୀ ବରଗଡ ସମେତ ସମ୍ବଲପୁର, କଟକ, ଭୁବନେଶ୍ୱର ଆଦି ସହରକୁ ରପ୍ତାନୀ ହେଉଛି । ମାତ୍ର ବ୍ୟବସାୟୀମାନେ ଏହି କାରିଗରମାନଙ୍କ ଠାରୁ ଅଧିକ ଲାଭବାନ ହେଉଛନ୍ତି । ତେଣୁ ସରକାର ଏହି କାରିଗରଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରି ହୋଇପଡିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.