ETV Bharat / state

ବର୍ଣ୍ଣବୋଧ ପୋଡା ପ୍ରସଙ୍ଗ: ସାମ୍ବାଦିକ ସମ୍ମିଳନୀ ଡାକିଲେ ପଦ୍ମଶ୍ରୀ ହଳଧର ନାଗ

author img

By

Published : Aug 18, 2019, 5:16 AM IST

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଛବିଳ ବର୍ଣ୍ଣବୋଧ ବହିର ପୋଡା ଭିଡିଓ । ଶନିବାର ପଦ୍ମଶ୍ରୀ ହଳଧର ନାଗ ଏହାର ନିନ୍ଦା କରିବା ସହ ଘଟଣା ଯୋଗୁଁ ସେ ମର୍ମାହତ ବୋଲି ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବରଗଡ

ବରଗଡ: ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଛବିଳ ବର୍ଣ୍ଣବୋଧ ପୁସ୍ତକ ପୋଡା ଭିଡିଓ । ଯାହାକୁ ନେଇ ଦେଖା ଦେଇଥିବା ବିବାଦରେ ଶନିବାର ପଦ୍ମଶ୍ରୀ ହଳଧର ନାଗ ଏକ ସାମ୍ବାଦିକ ସମ୍ବିଳନୀ ଡକାଇଥିଲେ । କୌଣସି ଭାଷାକୁ ଅସମ୍ମାନ ଜଣାଇବା ଘଟଣାକୁ ସେ ନିନ୍ଦା କରିବା ସହ ତାଙ୍କ ଅଜାଣତରେ ତାଙ୍କ ଫଟୋକୁ ବ୍ୟବହାର କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ଏହି ଘଟଣା ଯୋଗୁଁ ସେ ମର୍ମାହତ ବୋଲି ଜଣାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବରଗଡ

ଅଗଷ୍ଟ 15, ସ୍ବାଧୀନତା ଦିବସ ଦିନ କୋଶଳସାହିତ୍ୟ.ଇନ ୱେବସାଇଟରେ ଛବିଳ ବର୍ଣ୍ଣବୋଧ ପୁସ୍ତକକୁ ପୋଡା ଯାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଯାହାକୁ ନେଇ ପରେ ବିବାଦ ଆରମ୍ଭ ହୋଇଥିଲା ଏବଂ ଏହି ବିବାଦ ପହଞ୍ଚିଥିଲା ଥାନାରେ । ମେଳ ଛାମୁଣ୍ଡା ପୋଲିସ ଏହି ଘଟଣାରେ ସାକେତ ଶ୍ରୀଭୂଷଣ ସାହୁଙ୍କୁ ଗିରଫ କରିଥିବା ବେଳେ ପଦ୍ମଶ୍ରୀ ହଳଧର ନାଗଙ୍କୁ ସୋସିଆଲ ମିଡିଆରେ ବଦନାମ କରାଯାଉଥିବା ଦେଖାଯାଇଛି ।

ତେବେ ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋକୁ ଏହି ୱେବସାଇଟରେ ବ୍ୟବହାର କରାଯାଇ ଏହି ଘଟଣାରେ ସମ୍ପୃକ୍ତି ଥିବା ନେଇ ଫେସବୁକରେ ତାଙ୍କୁ ଅଶୋଭନୀୟ କମେଣ୍ଟ ଲୋକେ ଦେଉଥିବା ଦେଖିବାକୁ ମିଳୁଛି । ଏହି ଘଟଣାରେ ପଦ୍ମଶ୍ରୀ ହଳଧର ନାଗଙ୍କର କୌଣସି ହାତ ନଥିବା ନେଇ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ସ୍ପଷ୍ଟୀକରଣ ଜଣାଇଛନ୍ତି ।

ସେ ଆଦୌ ପାଠ ପଢି ନାହାନ୍ତି ଏବଂ ଫେସବୁକ ଓ ଇଣ୍ଟରନେଟ ଇତ୍ୟାଦି ବିଷୟରେ ତାଙ୍କର ଆଦୌ ଅଭିଜ୍ଞତା ନାହିଁ । ଏପରିକି ସେ ତାଙ୍କର ନିଜ ମୋବାଇଲରେ ଫୋନ କରିବା ମଧ୍ୟ ଜାଣି ନାହାନ୍ତି । କେବଳ ଫୋନ ଆସିଲେ ସେ ମୋବାଇଲର ଗୋଟିଏ ସୁଇଚକୁ ଟିପି ଫୋନରେ କଥା ହୋଇଥାନ୍ତି ବୋଲି ସମ୍ମିଳନୀରେ କହିଛନ୍ତି । ତେବେ ଏହି ଘଟଣାକୁ ସେ ନିନ୍ଦା କରିବା ସହିତ ଥାନାରେ ଏତଲା ଦେଇଥିଲେ ଏବଂ ପୋଲିସ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ହଳଧର କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ସୋସିଆଲ ମିଡ଼ିଆରେ ଛବିଲ ବର୍ଣ୍ଣବୋଧ ପୁସ୍ତକକୁ ପୋଡ଼ାଯାଉଥିବା ଭାଇରାଲ ଭିଡ଼ିଓ କୁ ନେଇ ଉଠିଥିବା ବିବାଦକୁ ନେଇ ଆଜି ବରଗଡ଼ ରେ ପଦ୍ମଶ୍ରୀ ହଳଧର ନାଗ ଏକ ସାମ୍ବାଦିକ ସମ୍ବିଳନୀ ଡକାଇଥିଲେ ଏବଂ କୌଣସି ଭାଷାକୁ ଅସମ୍ମାନ ଜଣାଇବା ଘଟଣାକୁ ସେ ନିନ୍ଦା କରୁଛନ୍ତି ଓ ତାଙ୍କର ଅଜାଣତରେ ନିଜର ଫଟୋକୁ ବ୍ୟବହାର କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ଏହି ଘଟଣା ଯୋଗୁଁ ସେ ମର୍ମାହତ ବୋଲି ଜଣାଇଥିଲେ ।

Body:ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଦିନରେ କୋଷଳସହିତ୍ୟ.ଇନ ୱେବସାଇଟରେ ଛବିଲ ବର୍ଣ୍ଣବୋଧ ପୁସ୍ତକକୁ ପୋଡାଯାଉଥିବାର ଏକ ଭିଡ଼ିଓ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଥିଲା ଏବଂ ଏହି ବିବାଦ ପହଞ୍ଚିଥିଲା ଥାନାକୁ । ମେଳଛାମୁଣ୍ଡା ପୋଲିସ ଏହି ଘଟଣାରେ ସାକେତ ଶ୍ରୀଭୁସଣ ସାହୁ ଙ୍କୁ ଗିରଫ କରିଥିବା ବେଳେ ପଦ୍ମଶ୍ରୀ ହଳଧର ନାଗ ଙ୍କୁ ସୋସିଆଲ ମିଡ଼ିଆରେ ବଦନାମ ମିଳୁଥିବା ଦେଖାଯାଇଛି । ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋକୁ ଏହି ୱେବ ସାଇଟରେ ବ୍ୟବହାର କରାଯାଇଥିବା ବେଳେ ସାରା ରାଜ୍ୟରେ ଲୋକେ ପଦ୍ମଶ୍ରୀ ହଳଧର ନାଗ ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ଫେସବୁକରେ ପଦ୍ମଶ୍ରୀ ହଳଧରଙ୍କୁ ଅଶୋଭନୀୟ କମେଣ୍ଟ ଲୋକେ ଦେଉଥିବାରୁ ଏହି ଘଟଣାରେ ପଦ୍ମଶ୍ରୀ ହଳଧର ନାଗ ଙ୍କର କୌଣସି ହାତ ନଥିବା ନେଇ ସାମ୍ବାଦିକ ସମ୍ବିଳନୀରେ ମାଧ୍ୟମରେ ସ୍ୱଷ୍ଟିକରଣ ଜଣାଇଛନ୍ତି । ସେ ଆଦୌ ପାଠ ପଢ଼ିନାହାନ୍ତି ଏବଂ ଫେସବୁକ, ଇଣ୍ଟରନେଟ ଇତ୍ୟାଦି ବିଷୟରେ ତାଙ୍କର ଆଦୌ ଅଭିଜ୍ଞତା ନାହିଁ ଏପରିକି ସେ ତାଙ୍କର ନିଜର ମୋବାଇଲ ରେ ଫୋନ କରିବା ମଧ୍ୟ ଜାଣିନାହାନ୍ତି କେବଳ ଫୋନ ଆସିଲେ ସେ ମୋବାଇଲର ଗୋଟିଏ ସୁଇଚ କୁ ଉଠାଇ ଫୋନରେ କଥା ହୋଇଥାନ୍ତି ବୋଲି ସମ୍ବିଳନୀରେ କହିଛନ୍ତି । ତେବେ ଏହି ଘଟଣାକୁ ସେ ନିନ୍ଦା କରିବା ସହିତ ଥାନାରେ ଏତଲା ଦେଇଥିଲେ ଏବଂ ପୋଲିସ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ହଳଧର କହିଛନ୍ତି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.