ETV Bharat / state

ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ପ୍ରମାଣ ପତ୍ର ନେଲେ ବର୍ଷା

author img

By

Published : Dec 9, 2022, 7:27 AM IST

ପଦ୍ମପୁର ଉପନିର୍ବାଚନ (Padmapur Bypoll)ରେ ରେକର୍ଡ ମାର୍ଜିନରେ ବିଜୟ ଲାଭ କରିଛି ବିଜେଡି । ଏନେଇ ବରଗଡ ଉପଜିଲ୍ଲାପାଳ ବର୍ଷାଙ୍କୁ ନିର୍ବାଚନରେ ବିଜୟ ହୋଇଥିବା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ପଦ୍ମପୁର ଉପନିର୍ବାଚନରେ ବିଜୟ ହେବାର ପ୍ରମାଣ ପତ୍ର ନେଲେ ବର୍ଷା  ସିଂ ବରିହା

ବରଗଡ: ପ୍ରକାଶ ପାଇଛି ପଦ୍ମପୁର ଉପ ନିର୍ବାଚନର ଫଳାଫଳ । ପଦ୍ମପୁର ଉପନିର୍ବାଚନ (Padmapur Bypoll)ରେ ରେକର୍ଡ ମାର୍ଜିନରେ ବିଜୟ ଲାଭ କରିଛି ବିଜେଡି । ପ୍ରାୟ ୪୨ ହଜାର ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ତେବେ ବିଜୟ ହେବା ପରେ ବରଗଡ ଉପଜିଲ୍ଲାପାଳ ବର୍ଷାଙ୍କୁ ନିର୍ବାଚନରେ ବିଜୟ ହୋଇଥିବା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ।

ଗତ ପାଞ୍ଚ ତାରିଖରେ ହୋଇଥିବା ମତଦାନର ଗଣତି ଗୁରବାର ସକାଳୁ ଆରମ୍ଭ ହୋଇଥିଲା । ଏଥିପାଇଁ 14 ଗୋଟି ଟେବୁଲରେ 24 ରାଉଣ୍ଡର ଗଣତି ହୋଇଥିଲା । ପ୍ରଥମ ରାଉଣ୍ଡରେ ବର୍ଷା 1712 ଖଣ୍ଡ ଭୋଟ ବ୍ୟବଧାନରେ ଆଗେଇ ଥିଲେ, ଯାହାକି କ୍ରମାଗତ ଭାବରେ ବଢ଼ିବାରେ ଲାଗିଥିଲା । ପ୍ରଥମ ରାଉଣ୍ଡରୁ ଦେଖାଦେଇଥିବା ବିଜେଡି ଟ୍ରେଣ୍ଡ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଶେଷରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ରେକର୍ଡ ଭାଙ୍ଗି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ରେକର୍ଡ 42 ହଜାର 679 ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ବର୍ଷା ୧ ଲକ୍ଷ 20 ହଜାର 807 ଭୋଟ ପାଇଥିବା ବେଳେ ଶ୍ରୀ ପୁରୋହିତ 78 ହଜାର 128 ଭୋଟ ପାଇଛନ୍ତି । ତିନି ଥରର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର 3 ହଜାର 594 ଭୋଟ ପାଇ ଅମାନତ ହରାଇଛନ୍ତି । ପ୍ରଥମ ଥର ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦୀତା କରୁଥିବା ଜଣେ ମହିଳାଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରାଇଥିବାରୁ ପଦ୍ମପୁର ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବର୍ଷା l ତେବେ ବିଜୟ ହେବାପରେ ପଦ୍ମପୁର ଉପଜିଲ୍ଲାପାଳ ବର୍ଷାଙ୍କୁ ନିର୍ବାଚନରେ ବିଜୟ ହୋଇଥିବା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି l

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.