ETV Bharat / state

Dhanu Yatra: ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କାରାଗାରରେ ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ - କାରାଗାରରେ ଜନ୍ମ ନେଲେ କୃଷ୍ଣ

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଦ୍ବିତୀୟ ଦିନରେ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ । ଅଧିକ ପଢନ୍ତୁ

dhanu yatra
dhanu yatra
author img

By

Published : Dec 29, 2022, 9:51 AM IST

Updated : Dec 29, 2022, 11:12 AM IST

dhanu yatra

ବରଗଡ: ଆରମ୍ଭ ହୋଇଯାଇଛି ୭୫ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ପ୍ରଥମ ଦିନରେ ଦେବକୀ ଓ ବାସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଗତକାଲି(ବୁଧବାର) ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହୋଇଥିଲା । ଏଥି ସହିତ କଂସ ନଗର ଭ୍ରମଣ କରିଥିଲେ । ଆଜି ତୃତୀୟ ଦିନରେ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ ସହ ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ନନ୍ଦୋତ୍ସବ ଦୃଶ୍ୟ ଅଭିନୀତ ହେବ ।

ଉଗ୍ରସେନଙ୍କୁ ସିଂହାସନରୁ ହଟାଇ ଯୁବରାଜ କଂସ ନିଜେ ମଥୁରାର ରାଜା ହେବାପରେ ମଥୁରା ନଗର ଭ୍ରମଣ କରିଥିଲେ ମହାରାଜ କଂସ ଏବଂ ନଗର ଭ୍ରମଣ ସମୟରେ ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଥିଲେ । ଏଥିସହ ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ରଙ୍ଗମହଲର ଉଦଘାଟନ ହୋଇଥିଲା । ରଙ୍ଗମହଲରେ କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ ବଲାଙ୍ଗୀର, ସମ୍ବଲପୁର, ଗଞ୍ଜାମ, ଫୁଲବାଣୀ, ପଦ୍ମପୁର ଏବଂ ସୁଦୂର କୋଲକାତାରୁ କଳାକାର ମାନେ ଆସି ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ରଙ୍ଗମହଲର ଦାୟିତ୍ୱ ମହାମନ୍ତ୍ରୀ ସାତ୍ୟକୀଙ୍କୁ ଦେଇ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନୃତ୍ୟ ପରିବେଷଣ ପାଇଁ ଆଦେଶ ଦେଇଥିଲେ । ଏହାପରେ ମହାରାଜ କଂସ ରାଜଦରବାରକୁ ଫେରି ଆସିଥିବା ବେଳେ ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଦୁର୍ମିଳା ରାକ୍ଷସକୁ ହତ୍ୟା କରିଥିଲେ । ତେବେ ନିଜ ସୁରକ୍ଷା ପାଇଁ ଚାଣ୍ଡୁର ମୁଷ୍ଟିକକୁ ଆବାହନ କରିଥିଲେ ମହାରାଜ କଂସ । ଏମାନଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରିଥିଲେ ନୃତ୍ୟଗୀତର କାର୍ଯ୍ୟକ୍ରମ ।

ଅନ୍ୟପକ୍ଷରେ ଦେବକୀଙ୍କ ଗୋଟିଏ ପରେ ଗୋଟିଏ ଶିଶୁପୁତ୍ରକୁ କଂସ ହତ୍ୟା କରି ଚାଲିଥିବା ବେଳେ ସପ୍ତମ ସନ୍ତାନ ଆକସ୍ମିକ ଭାବେ ଅନ୍ତର ଧ୍ୟାନ ହୋଇଯାଇଥିଲା । ଏହାପରେ କଂସର ଅତ୍ୟାଚାରରୁ ମଥୁରାବାସୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଆଲୌକିକ ସମୟରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିବା ବେଳେ କାରାଗାରର ସମସ୍ତ ଜଗୁଆଳୀ କାଳନିଦ୍ରାରେ ଶୋଇପଡ଼ିଥିଲେ । ଏହି ସମୟରେ ସ୍ୱୟଂ ବିଷ୍ଣୁ ବାସୁଦେବଙ୍କୁ ସ୍ବପ୍ନାଦେଶ ଦେଇଥିବା ବେଳେ ଦେବକୀଙ୍କ ଅଷ୍ଟମ ଗର୍ଭସନ୍ତାନଙ୍କୁ ଗୋପପୁରରେ ଛାଡ଼ିଦେବାକୁ ଆଦେଶ ଦେଇଥିଲେ । ଏହାପରେ ମଥୁରା କାରାଗାରର ସମସ୍ତ ଦ୍ୱାର ଆପେ ଆପେ ଖୋଲିଯାଇ ଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଧରି ବାସୁଦେବ ବାହାରି ପଡ଼ିଥିଲେ ଗୋପପୁରକୁ । ଠିକ ଏତିକି ବେଳେ ମହାରାଜ କଂସଙ୍କ କଟୁଆଳ ସାଜିଥିବା ଉଗ୍ରସେନ ବାସୁଦେବଙ୍କ ପଥ ଓଗାଳି ଥିବା ବେଳେ ଶ୍ରୀକୃଷ୍ଣଙ୍କ ଦେହରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖି ଆତ୍ମବିଭୋର ହୋଇପଡ଼ିଥିଲେ ଏବଂ ବାସୁଦେବଙ୍କ ପଥ ଛାଡ଼ିଦେଇଥିଲେ ।

ଏହାପରେ ବସୁଦେବ ଯମୁନା ପାରିହୋଇ ନନ୍ଦଭବନରେ ପହଞ୍ଚି ସେଠାରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ରଖି ଦେଇ ବଜୁଳିକନ୍ୟା ସହ ପ୍ରତ୍ୟାବର୍ତ୍ତନ କରିଥିଲେ ମଥୁରାକୁ । ଆଜି ଧନୁଯାତ୍ରାର ତୃତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ ସହ ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ଶ୍ରକୃଷ୍ଣଙ୍କୁ ମାରିବା ପାଇଁ ପୁତନା ରାକ୍ଷସୀଙ୍କୁ ଗୋପପୁର ପ୍ରେରଣ ଏବଂ ଗୋପପୁରରେ କୃଷ୍ଣଜନ୍ମ ଓ ନନ୍ଦୋତ୍ସବ ଦୃଶ୍ୟ ଅଭିନୀତ ହେବ ।

ଇଟିଭି ଭାରତ, ବରଗଡ

Last Updated : Dec 29, 2022, 11:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.