ETV Bharat / state

ତୋରା ସୋସାଇଟି ଦୁର୍ନୀତି ପ୍ରସଙ୍ଗ: କେବେ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ ? - tora society corruption issue

ବରଗଡ ଜିଲ୍ଲାରେ ଧାନ କିଣାରେ ହୋଇଥିବା ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଶୂନ । ଏପର୍ଯ୍ୟନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପ୍ରଶାସନ । କେବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଅନାଇ ବସିଛନ୍ତି ଚାଷୀ ।

ଡିଜାଇନ ଫଟୋ
author img

By

Published : Sep 12, 2019, 11:33 AM IST

ବରଗଡ: ତୋରା ସୋସାଇଟି ମହାଦୁର୍ନୀତିର ପର୍ଦ୍ଦାଫାଶ ପରେ ବି ଚୁପ୍ ପ୍ରଶାସନ । ନିଆଯାଇନି କାର୍ଯ୍ୟାନୁଷ୍ଠାନ । ଥାନାରେ ରୁଜ୍ଜୁ ହୋଇନି ମାମଲା କି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିନ ପରେ ଦିନ ଗଡି ଚାଲିଛି ତଥାପି ପ୍ରଶାସନ ଚୁପ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ନିକଟରେ ତୋରା ସୋସାଇଟି କିଭଳି ନଦୀ, ନାଳକୁ ଜମି ବୋଲି ଦର୍ଶାଇ ନକଲି ଚାଷୀ ନାମରେ ଧାନ ବିକ୍ରି କରିଥିଲା ତାହା ଜଣାଇଥିଲୁ । ଇଟିଭି ଭାରତ ହାତରେ ଲାଗିଥିବା ସମସ୍ତ ଦସ୍ତାବିଜକୁ ଲୋକଲୋଚନକୁ ଆଣିଥିଲୁ ଆମେ । ଖୋଦ୍ ବିଭାଗୀୟ ଅଧିକାରୀ ଲକ୍ଷାଧିକ ଦୁର୍ନୀତି ହୋଇଥିବା ସ୍ବୀକାର କରିଥିବା ବେଳେ ବିଡମ୍ବନାର ବିଷୟ ଏ ପର୍ଯ୍ୟନ୍ତ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଅଧିକ ପଢନ୍ତୁ: ଭାତହାଣ୍ଡିରେ ଦୁର୍ନୀତିର ଗନ୍ଧ, ନକଲି ଚାଷୀ ନାମରେ ଧାନବସ୍ତା ବିକ୍ରି ଅଭିଯୋଗ

ଥାନାରେ ମାମଲା ରୁଜ୍ଜୁ ନ ହେବା ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ଉଭୟ ପୋଲିସ ଓ ପ୍ରଶାସନ ପାଖରେ ପ୍ରମାଣ ଥାଇ ବି ଉଭୟେ କାହିଁକି ହାତବାନ୍ଧି ବସିଛନ୍ତି ତାହା ସାଧାରଣରେ ଚର୍ଚ୍ଚା ହେଉଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀ ମହଲରେ ଦାବି ଜୋର ଧରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.