ETV Bharat / state

ସମବାୟ ଚିନି କାରଖାନା: ମିଳିନି 24 ମାସର ଦରମା, ୫3 ଦିନରେ ପହଞ୍ଚିଲା ଆନ୍ଦୋଳନ

କର୍ମଚାରୀଙ୍କୁ ମିଳିନି 24 ମାସର ଦରମା । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କାରଖାନାର ୨୨୦ଜଣ ସ୍ଥାୟୀ କର୍ମଚାରୀଙ୍କ ୧୧୦୦ ପରିବାର । କାରଖାନା ଦୀର୍ଘ ଦିନରୁ ବନ୍ଦ ହୋଇ ପଡି ରହିଥିବାବେଳେ ଆଗକୁ ଚାଲିବ ନା ନାହିଁ ସେ ନେଇ ସନ୍ଦେହ ଉପୁଜିଛି । ତେବେ ଏହାକୁ ନେଇ ବୁଧବାର ଆନ୍ଦୋଳନକାରୀ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Feb 6, 2019, 5:59 PM IST

ବରଗଡ: କର୍ମଚାରୀଙ୍କୁ ମିଳିନି 24 ମାସର ଦରମା । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କାରଖାନାର ୨୨୦ଜଣ ସ୍ଥାୟୀ କର୍ମଚାରୀଙ୍କ ୧୧୦୦ ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ତୋରାଠାରେ ଥିବା ସମବାୟ ଚିନି କାରଖାନାରେ । କାରଖାନା ଦୀର୍ଘ ଦିନରୁ ବନ୍ଦ ହୋଇ ପଡି ରହିଥିବାବେଳେ ଆଗକୁ ଚାଲିବ ନା ନାହିଁ ସେ ନେଇ ସନ୍ଦେହ ଉପୁଜିଛି । ତେବେ ନିଜର 24 ମାସର ପ୍ରାପ୍ୟ ପାଇଁ ଦୀର୍ଘ 53 ଦିନ ହେଲାଣି କାରଖାନାର ମୁଖ୍ୟ ଫାଟକ ସାମନାରେ ଧାରଣାରେ ବସିଛନ୍ତି ସମସ୍ତ କର୍ମଚାରୀ । କିନ୍ତୁ ନା ଶୁଣୁଛି ଏଠାକାର ପ୍ରଶାସନ ନା ସ୍ଥାନୀୟ ବିଧାୟକ ନା ମନ୍ତ୍ରୀ । ତେବେ ଏହାକୁ ନେଇ ବୁଧବାର ଆନ୍ଦୋଳନକାରୀ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଆନ୍ଦୋଳନକାରୀଙ୍କ ଧାରଣାକୁ 53 ଦିନ ବିତି ଯାଇଥିଲେ ସୁଦ୍ଧା ତାଙ୍କର ୨4ମାସର ଦରମା ସେମାନଙ୍କୁ ମିଳିବ ନା ନାହିଁ ? ଆଗକୁ ଏହି ସୁଗାର ମିଲ ଚାଲିବ ନା ନାହିଁ ? ଏବିଷୟରେ କୌଣସି ସ୍ପଷ୍ଟିକରଣ ଦିଆ ଯାଉ ନ ଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଶେଷରେ ୨୨୦ଜଣ କର୍ମଚାରୀଙ୍କ ପରିବାରର ୧୧୦୦ ଲୋକ ଆଗାମୀ ସାଧାରଣ ନିର୍ବାଚନରେ ଭୋଟକୁ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀମାନେ ଦୀର୍ଘ ବର୍ଷରୁ ଏଠାରେ କାମ କରୁଥିବାବେଳେ ମଧ୍ୟ 1988 ମସିହାରେ ଲାଗୁ ହୋଇଥିବା ତୃତୀୟ ବେତନ କମିଶନ ଅନୁସାରେ ଖୁବ କମ ମୂଲ୍ୟର ଦରମା ପାଉଛନ୍ତି ।

undefined

ବହୁ ବର୍ଷ ପୂର୍ବରୁ ତୋରାଠାରେ ରହିଥିବା ସମବାୟ ସୂତା କଳର ମଧ୍ୟ ଠିକ ଏହିପରି ଅବସ୍ଥା ହୋଇଥିଲା ଏବଂ ପର ମୁହୂର୍ତ୍ତରେ ସେହି ସମବାୟ ସୂତା କଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଫଳରେ ସେଠାରେ କାମ କରୁଥିବା କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆଜିଯାଏଁ ଲୋକଙ୍କ ମନରୁ ସେହି ଦୁଃଖ ଲିଭି ପାରିନଥିବାବେଳେ ପୁଣି ଏହି ଚିନି କାରଖାନାର ଏପରି ଦୂରାବସ୍ଥା ସମସ୍ତ କର୍ମଚାରୀଙ୍କ ମନରେ ଭୟ ସୃଷ୍ଟି କରିଦେଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ନ୍ୟୁଜ

Intro:ବରଗଡରେ ଥିବା ଚିନି କାରଖାନା ଆଗକୁ ଚାଲିବ ନା ନାହିଁ ଏବେ ସନ୍ଦେହ ଘେରରେ । ଏହି ଚିନି କାରଖାନା ଦୀର୍ଘ ଦିନରୁ ବନ୍ଦ ହୋଇ ପଡିରହିଥିବା ବେଳେ ଏଠାରେ କାର୍ଯ୍ୟରତ ସ୍ଥାୟୀ କର୍ମଚାରୀଙ୍କୁ ୨୧ ମାସର ଦରମା ଦିଆଯାଇନାହିଁ । ଏବେ ଦୁର୍ଦିନରେ କାଳ କାଟୁଛନ୍ତି କାରଖାନାର ୨୨୦ ଜଣ ସ୍ଥାୟୀ କର୍ମଚାରୀଙ୍କ ୧୧୦୦ ପରିବାର ଏବଂ ନିଜର ୨୨ ମାସର ପ୍ରାପ୍ୟ ପାଇଁ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ସମସ୍ତ କର୍ମଚାରୀ ।

Body:ବରଗଡ ର ତୋରା ଠାରେ ଥିବା ସମବାୟ ଚିନି କାରଖାନାର କର୍ମଚାରୀ ମାନଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ୫୬ ଦିନ ହୋଇଗଲାଣି ହେଲେ ନା ଶୁଣୁଛି ଏଠାକାର ପ୍ରଶାସନ ନା ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ । କାରଖାନାର ମୁଖ୍ୟ ଫାଟକରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପରେ ମଧ୍ୟ କୌଣସି ଫଳପ୍ରଦ ନହେବାରୁ ଆନ୍ଦୋଳନକାରୀ ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହେଲେ । ଆନ୍ଦୋଳନକାରୀ ଙ୍କ ଧାରଣାକୁ ୫୬ ଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କର ୨୨ ମାସର ଦରମା ସେମାନଙ୍କୁ ମିଳିବ ନା ନାହିଁ ? ଆଗକୁ ଏହି ସୁଗର ମିଲ ଚାଲିବ ନା ନାହିଁ ? ଏବିଷୟରେ କୌଣସି ସ୍ବଷ୍ଟିକରଣ ମଧ୍ୟ ଦିଆଯଉଁଥିବା ରୁ ଆନ୍ଦୋଳନକାରୀ ଉତ୍ୟକ୍ତ ହୋଇବସିଲେଣି ଓ ଶେଷରେ ୨୨୦ ଜଣ କର୍ମଚାରୀଙ୍କ ପରିବାର ର ୧୧୦୦ ଲୋକ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ କୁ ବର୍ଜନ କରିବେ ବୋଲି ନେଇଛନ୍ତି ନିଷ୍ପତ୍ତି ।

ଏହି ଚିନି କାରଖାନାର କର୍ମଚାରୀ ମାନେ ଦୀର୍ଘ ବର୍ଷରୁ ଏଠାରେ କାମକରୁଥିବା ବେଳେ ଏବେ ମଧ୍ୟ 1988 ମସିହାରେ ଲାଗୁହୋଇଥିବା ତୃତୀୟ ବେତନ କମିଶନ ଅନୁସାରେ ଖୁବ କମ ମୂଲ୍ୟର ଦରମା ପାଉଛନ୍ତି , ସେଥିରେ ପୁଣି ୨୨ ମାସ ହେଲା ଆଦୌ ଦରମା ମିଳୁନଥିବାରୁ ବହୁ କର୍ମଚାରୀଙ୍କ ପରିବାର ଲୋକେ ଦୁଇବେଳା ଖାଇବାକୁ ମଧ୍ୟ ପାଇପାରୁନାହାନ୍ତି । ସ୍ବାସ୍ଥ୍ୟ ଗତ ସମସ୍ୟା ହେଲେ ସୁଦ୍ଧା ଅର୍ଥାଭାବ ଯୋଗୁଁ ଚିକିତ୍ସା ମଧ୍ୟ କରାଇବାପାଇଁ ସକ୍ଷମ ହୋଇପାରୁନାହାନ୍ତି। ତେବେ ଏପରି ପରିସ୍ଥିତିରେ କୌଣସି ଉପାୟ ନପାଇ ଆନ୍ଦୋଳନକୁ ଓହଲ୍ଲାଇଥିବା କହିଛନ୍ତି ଏଠାକାର କର୍ମଚାରୀ ମାନେ ।

Conclusion: ବହୁ ବର୍ଷ ପୂର୍ବରୁ ତୋରା ଠାରେ ରହିଥିବା ସମବାୟ ସୁତା କଲର ମଧ୍ୟ ଠିକ ଏହିପରି ଅବସ୍ଥା ହୋଇଥିଲା ଏବଂ ପର ମୁହୂର୍ତ୍ତରେ ସେହି ସମବାୟ ସୂତା କଲ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଯାହା ଫଳରେ ସେହି ସୂତା କଲରେ କାମ କରୁଥିବା କର୍ମଚାରୀ ମାନଙ୍କ ଭିକ ମାଗିବା ଭଳି ଅବସ୍ଥା ହୋଇଯାଇଥିଲା । ବହୁ ଲୋକ ଭୋକ ଉପାସରେ ମଧ୍ୟ ମରିଯାଇଥିଲେ ଯାହା ଆଜିଯାଏ ଲୋକଙ୍କ ମନରୁ ଲିଭି ପାରିନଥିବା ବେଳେ ଆଜି ପୁଣି ଏହି ଚିନି କାରଖାନା ର ଏପରି ଦୁରାବସ୍ଥା ସମସ୍ତ କର୍ମଚାରୀଙ୍କ ମନରେ ଭୟ ସୃଷ୍ଟି କରିଦେଇଛି । ତେବେ ଆଗାମୀ ଦିନରେ ଯଦି ଏହାର ସମାଧାନ କରାନଯାଏ ତେବେ ବରଗଡ଼ ସହରରେ ପୂର୍ବପରି ପୁଣିଥରେ ବେକାରୀ ସମସ୍ୟା ଓ ଅପରାଧ ବଢ଼ି ଚାଲିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.