ବରଗଡ : ଜିଲ୍ଲା ସଂକଳ୍ପ ପରିବାର ତରଫରୁ ଜିଲ୍ଲାପାଳଙ୍କୁ ଦିଆଗଲା ଦାବିପତ୍ର । ଜିଲ୍ଲାରେ ବିଭିନ୍ନ ସଂଗଠନ ପକ୍ଷରୁ ରକ୍ତ ସଂଗ୍ରହ କରାଯାଇ ଏକ ହସପିଟାଲକୁ ଦିଆଯାଉଥିଲା । ଯେଉଁମାନେ ରକ୍ତ କିଣି ନ ପାରିବେ । ସେହି ମେଡିକାଲରୁ ରକ୍ତ ମାଗଣାରେ ନେଇ ରୋଗୀଙ୍କୁ ଦେଇ ପାରିବେ । କିନ୍ତୁ କିଛି ସଂଗଠନ ରକ୍ତ ସଂଗ୍ରହ କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
ଯାହାକୁ ବିରୋଧ କରିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ । ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ବରଗଡ ସଂକଳ୍ପ ପରିବାର । ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଲୋକଙ୍କୁ ସଚେତନ କରିବା ଅନୁରୋଧ କରିଛନ୍ତି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ