ETV Bharat / state

ପାଠପଢ଼ି ପାରୁନାହାନ୍ତି ପିଲା, ସ୍କୁଲ ଖୋଲିବାକୁ ଗ୍ରାମବାସୀଙ୍କ ଦାବି - ପୋଢଟିକ୍ରା ଗ୍ରାମରେ ସ୍କୁଲ୍‌ ଖୋଲିବାକୁ ଦାବି

ଉଚ୍ଛେଦ ହୋଇଥିବା ସ୍କୁଲକୁ ପୁନଃ ଖୋଲିବା ଦାବିରେ ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହେଲେ ଗ୍ରାମବାସୀ । ଧାଙ୍ଗେର ପଞ୍ଚାୟତ ପୋଢଟିକ୍ରା ଗ୍ରାମରେ 2008 ମସିହାରେ ଏକ ସ୍କୁଲ ନିର୍ମାଣ କରାଯାଇଥିଲା । ଅଧିକ ପଢ଼ନ୍ତୁ

ପାଠପଢ଼ି ପାରୁନାହାନ୍ତି ପିଲା, ସ୍କୁଲ ଖୋଲିବାକୁ ଗ୍ରାମବାସୀଙ୍କ ଦାବି

author img

By

Published : Mar 17, 2022, 9:18 PM IST

ବରଗଡ଼: ଉଚ୍ଛେଦ ହୋଇଥିବା ସ୍କୁଲକୁ ପୁନଃ ଖୋଲିବା ଦାବିରେ ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହେଲେ ଗ୍ରାମବାସୀ । ଧାଙ୍ଗେର ପଞ୍ଚାୟତ ପୋଢଟିକ୍ରା ଗ୍ରାମରେ 2008 ମସିହାରେ ଏକ ସ୍କୁଲ ନିର୍ମାଣ କରାଯାଇଥିଲା । ଏହି ସ୍କୁଲକୁ ରାଜ୍ୟ ସରକାର ବନ୍ଦ କରିଦେଇଥିବାରୁ ଗ୍ରାମର ଅନେକ ଛାତ୍ରଛାତ୍ରୀ ପାଠପଢାକୁ ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ ବନ୍ଦ ହେବାପରେ ପିଲାଙ୍କୁ ୨ କିଲୋମିଟର ଦୂରକୁ ପାଠ ପଢିବାକୁ ଯିବାକୁ ପଡୁଛି । ଅସହ୍ୟ ଖରା ତାତିରେ ସ୍କୁଲ ଯିବା ଛାତ୍ରଛାତ୍ରୀଙ୍କ ପକ୍ଷରେ ସମ୍ଭବପର ହୋଇପାରୁନାହିଁ ।

ପାଠପଢ଼ି ପାରୁନାହାନ୍ତି ପିଲା, ସ୍କୁଲ ଖୋଲିବାକୁ ଗ୍ରାମବାସୀଙ୍କ ଦାବି

ଏଣୁ ପୋଢଟିକ୍ରା ଗ୍ରାମରେ ବନ୍ଦ ହୋଇଥିବା ସ୍କୁଲକୁ ପୁଣି ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏହାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି । ଶୀଘ୍ର ସ୍କୁଲ ଖୋଲାନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ୨ଟି ୱାର୍ଡ ବିଶିଷ୍ଟ ପୋଢଟିକରା ଗ୍ରାମରେ ୪୦୦ ପରିବାର ବାସ କରୁଛନ୍ତି । ପିଲାଙ୍କ ପାଠପଢିବା ପାଇଁ ୨୦୦୮ ମସିହାରେ ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସ୍କୁଲ ନିର୍ମାଣ କରିଥିଲେ ।

କିନ୍ତୁ ୨୦୨୦ ମସିହାରୁ ଏହି ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇ ୨ କିଲୋମିଟର ଦୂରରେ ଥିବା ଅନ୍ୟ ଗ୍ରାମର ସ୍କୁଲ ସହିତ ମିଶାଇ ଦିଆଯାଇଛି । ଫଳରେ ଛୋଟଛୋଟ ପିଲାମାନେ ଏତେ ଦୂରକୁ ଯାଇ ପାଠ ପଢ଼ିବା ଅସମ୍ଭବ ହୋଇପଡିଛି । ସ୍କୁଲ ନଖୋଲିଲେ ଗ୍ରାମବାସୀ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.