ETV Bharat / state

ବରଗଡବାସୀଙ୍କୁ କେବେ ମିଳିବ ଚିଟଫଣ୍ଡ କମ୍ପାନୀରେ ଜମା ଅର୍ଥ ? - money

ନିର୍ବାଚନ ପୂର୍ବରୁ ୧୦,୦୦୦ ଟଙ୍କାରୁ କମ ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଅର୍ଥ ପ୍ରଥମେ ଫେରସ୍ତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ହେଲେ ନିର୍ବାଚନ ଶେଷ ହୋଇଥିଲେ ସୁଦ୍ଧା କୌଣସି ଜମାକାରୀ ତାଙ୍କର ଜମାରାଶି ଫେରସ୍ତ ପାଇପାରିନାହାଁନ୍ତି |

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 5, 2019, 1:46 AM IST

ବରଗଡ: ଗ୍ରୀନ ଇଣ୍ଡିଆ , ସି-ସୋର ଏବଂ ଫ୍ଲୋରିଶ ଇଣ୍ଡିଆ ଭଳି ଅନେକ ଚିଟଫଣ୍ଡ କମ୍ପାନୀ ଦ୍ବାରା ଠକେଇର ଶିକାର ହୋଇଛନ୍ତି ରାଜ୍ୟର ନିରୀହ ଲୋକ । ଗରିବଙ୍କ ଝାଳବୁହା ଧନକୁ ଲୁଟି ନେଇଛନ୍ତି ଏହି କମ୍ପାନୀର ମାଲିକ ମାନେ । ଏହି କ୍ରମରେ ବରଗଡରେ ମଧ୍ୟ 'ଫ୍ଲୋରିଶ ଇଣ୍ଡିଆ' ନାମକ ଚିଟଫଣ୍ଡ କମ୍ପାନୀର ଠକେଇ ଜାଲରେ ଫସିଛନ୍ତି ବହୁ ଗରିବ ଚାଷୀ ।

ସେପଟେ ନିର୍ବାଚନ ପୂର୍ବରୁ ୧୦,୦୦୦ ଟଙ୍କାରୁ କମ ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଅର୍ଥ ପ୍ରଥମେ ଫେରସ୍ତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ହେଲେ ନିର୍ବାଚନ ଶେଷ ହୋଇଥିଲେ ସୁଦ୍ଧା କୌଣସି ଜମାକାରୀ ତାଙ୍କର ଜମାରାଶି ଫେରସ୍ତ ପାଇପାରି ନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଦୀର୍ଘ ଦିନରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ଶେଷ ମଧ୍ୟ ହୋଇସାରିଛି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଜମାକାରୀ ନିଜର ଜମା ରାଶି ଫେରି ପାଇନଥିବା ଅଭିଯୋଗ ହୋଇଛି । ସେପଟେ ଟଙ୍କା ଫେରିପାଇବା ଆଶାରେ ନିଜ ନିଜ କାଗଜପତ୍ର ଧରି ବ୍ଲକ ଅଫିସକୁ ଧାଉଁଛନ୍ତି ଜମାକାରୀ । ହେଲେ ପ୍ରତିଥର ତାଙ୍କ ଆଶା ନିରାଶରେ ପରିଣତ ହେଉଛି ।

ବରଗଡ ଜିଲ୍ଲାରେ ଏହି ଜମାକାରୀଙ୍କ ସଂଖ୍ୟା ୨୦୯୩ ଜଣ ହୋଇଥିବା ବେଳେ କେବଳ ତହସିଲରୁ ୭୮୦ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.