ବରଗଡ: ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୋଦି ସରକାର ନେଇଥିବା ଐତିହାସିକ ପଦକ୍ଷେପ ଉପରେ ସାଂସଦ ସୁରେଶ ପୂଜାରୀ ଆଲୋକପାତ କରିଥିଲେ ।
ମୋଦି ସରକାର କୋରୋନା ମହାମାରୀକୁ ସଫଳତାର ସହ ମୁକାବିଲା କରୁଥିବା ବେଳେ ବହୁ ଗରିବ, ଶ୍ରମିକ, କୃଷକ ଆଦି ସମସ୍ତ ବର୍ଗର ଲୋକମାନଙ୍କୁ ତିନି ମାସର ଆର୍ଥିକ ସାହାଯ୍ୟ ସହିତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଯାହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଛନ୍ତି ସାଂସଦ ପୂଜାରୀ । ସେ ଏହା ମଧ୍ୟ କହିଛନ୍ତି ଯେ, ବରଗଡ ଜିଲ୍ଲାରେ ମଧ୍ୟ ଗତ ଗୋଟିଏ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ଗୁଡିକୁ ଫଳପ୍ରଦ କରାଯାଇଛି । ଆଗକୁ ମଧ୍ୟ ଏସବୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିବ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ