ETV Bharat / state

ବରଗଡ ଗଣହତ୍ୟା: ପୁତୁରାର ବଂଶ ବୁଡାଇ ଜେଲରେ ଥିବା ଦାଦାର ମୃତ୍ୟୁ - ଶିବ ବାଗ ମୃତ୍ୟୁ

ପୁତୁରା ପରିବାରର ୪ ଜଣଙ୍କୁ ହତ୍ୟା କରି ବରଗଡ ସବ ଜେଲରେ ଥିବା ଦାଦା ଶିବା ବାଗର ମୃତ୍ୟୁ । ଅଧିକ ପଢନ୍ତୁ

ହସ୍ପିଟାଲରେ ବିଚାରଧୀନ କଏଦୀର ମୃତ୍ୟୁ
ହସ୍ପିଟାଲରେ ବିଚାରଧୀନ କଏଦୀର ମୃତ୍ୟୁ
author img

By

Published : Jun 8, 2023, 8:42 AM IST

ବରଗଡ ଗଣହତ୍ୟା

ବରଗଡ: ପୁତୁରା ପରିବାରର ୪ ଜଣଙ୍କୁ ହତ୍ୟା କରି ବରଗଡ଼ ସବଜେଲରେ ଥିବା ଅଭିଯୁକ୍ତ ଶିବ ବାଗର ଗତକାଲି(ବୁଧବାର) ସନ୍ଦେହଜନକ ମୃତ୍ୟୁ ହୋଇଛି l ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଛନ୍ତି l ବରଗଡ଼ ସବ-ଜେଲରେ ବିଚାରାଧୀନ କଏଦୀ ଭାବେ ଥିବାବେଳେ ଶିବ ହଠାତ୍ ଅସୁସ୍ଥ ହୋଇପଡିଥିଲା । ତା'ର ପରିସ୍ରା ବନ୍ଦ ହୋଇଯାଇଥିଲା । ଜେଲ କର୍ମଚାରୀ ଶିବ ବାଗକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଏହି କଏଦୀର ମୃତ୍ୟୁ ହୋଇଯାଇଛି l

ସୂଚନା ଅନୁଯାୟୀ, ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ଝିକିଝିକି ଗ୍ରାମରେ ଗତ ମେ' ମାସ ୨୩ରେ ଶିବ ବାଗ ନିଜ ପୁତୁରା ସହିତ ପରିବାରର ୪ ଜଣଙ୍କୁ ହତ୍ୟା କରିଥିଲା । ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ବରଗଡ଼ ସବ ଜେଲକୁ ପଠାଯାଇଥିଲା l ଗତ ମେ’ ୨୪ ତାରିଖରୁ ଶିବ ସବ୍‌ଜେଲରେ ଓ୍ବାର୍ଡ଼ ନଂ-୬ରେ ରହି ଆସୁଥିଲା । ଗତକାଲି ସକାଳେ ତା'ର ପରିସ୍ରା ହେଉନଥିବା ସେ କହିଥିଲା । ଫଳରେ ଜେଲ୍‌ କର୍ମଚାରୀମାନେ ତାକୁ ସଙ୍ଗେ ସଙ୍ଗେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।

ସେଠାରୁ ପୁଣି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ଶିବକୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମୃତଦେହ ସଂରକ୍ଷଣ ଗୃହରେ ଏହି ବିଚାରଧୀନ କଏଦୀର ମୃତଦେହ ରଖାଯାଇଛି । ଆଜି ମୃତଦେହ ବ୍ୟବଚ୍ଛେଦ କରାଯିବ । ଏନେଇ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବରଗଡ଼ରେ ବୀଭତ୍ସ କାଣ୍ଡ, ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା

ଗତ ମେ’ ୨୨ ତାରିଖରେ ଜମିଜମା ବିବାଦକୁ ନେଇ ଅଭିଯୁକ୍ତ ଶିବ ବାଗ ନିଜ ସ୍ତ୍ରୀ ପାର୍ବତୀ ଓ ପୁଅ ନକୁଳ ସହିତ ମିଶି ପୁତୁରା ଗୁରୁଦେବର ପୁରା ପରିବାରକୁ ହତ୍ୟା କରିଥିଲା । ଗୁରୁଦେବଙ୍କ ସ୍ତ୍ରୀ ଶିବାଗ୍ରୀ ବାଗ (୪୦), ପୁଅ ଚୂଡ଼ାମଣି ବାଗ (୧୫) ଏବଂ ଝିଅ ଶ୍ରାବଣୀ ବାଗଙ୍କୁ(୧୦) ନିର୍ମମ ଭାବେ ଶାବଳରେ ଆକ୍ରମଣ କରି ହତ୍ୟା କରିଥିଲେ । ଘଟଣାର ପରଦିନ ଅର୍ଥାତ୍ ୨୩ ତାରିଖରେ ପୋଲିସ ମୃତଦେହ ଜବତ କରିବା ସହିତ ଭଟଲି ଥାନାରେ ୧୧୮/୨୩ରେ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଶିବ, ସ୍ତ୍ରୀ ପାର୍ବତୀ ଏବଂ ପୁଅ ନକୁଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବରଗଡ଼ ସବଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା । ତେବେ ୧୪ ଦିନ ଜେଲରେ ରହିବା ପରେ ବୁଧବାର ମୁଖ୍ୟ ଅଭିଯୁକ୍ତ ଶିବ ବାଗର ମୃତ୍ୟୁ ହୋଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.