ବରଗଡ଼ : ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ EOW ପକ୍ଷରୁ ଯେଉଁ ଭାବରେ ଅନ୍ୟାୟ ଓ ଅସାମ୍ବଧାନିକ ଭାବରେ ଗିରଫ କରି ଅତ୍ୟାଚାର କରାଯାଇଛି ତାହାର ବିରୋଧରେ ଆଜି ବରଗଡ଼ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବରଗଡ଼ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଗଠନ ଗୁଡିକ ଏକତ୍ରିତ ହୋଇ ଆଜି ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଦାବିପତ୍ର ପ୍ରଦାନ କରିଥିଲେ ।
ବରଗଡ଼ ଗାନ୍ଧୀଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଜିଲ୍ଲାର ସମସ୍ତ ସାମ୍ବାଦିକ ସଂଘ ଏକତ୍ରିତ ହୋଇ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ସହିତ ହୋଇଥିବା ଅମାନବୀୟ ଓ ଅତି ନିର୍ଦୟ ଭାବରେ ଗିରଫ ଦାରିକୁ ନେଇ ନିନ୍ଦା କରାଯିବା ସହିତ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସମ୍ବାଦିକଙ୍କ ଆଜିର ଏହି ବିରୋଧ ପ୍ରଦର୍ଶନରେ କଂଗ୍ରେସ ଓ ବିଜେପି ଦଳର ବିଭିନ୍ନ ନେତା ମାନେ ମଧ୍ୟ ସାମିଲ ହୋଇଥିଲେ ।
ଚତୁର୍ଥ ସ୍ତମ୍ଭର ମୁହଁ ବନ୍ଦ କରିବା ସହିତ ସାମ୍ବାଦିକଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ସମସ୍ତେ ନିନ୍ଦା କରିଥିବା ବେଳେ ଜିଲ୍ଲାର ସମ୍ବାଦିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା ।
ଇଟିଭି ଭାରତ, ବରଗଡ଼