ETV Bharat / state

ମାସ୍କ ନପିନ୍ଧିଲେ ଦେବାକୁ ପଡୁଛି 200 ଟଙ୍କା ଜୋରିମାନା - ବରଗଡ଼

ବରଗଡ଼ ଛକରେ ପୋଲିସର ଜୋରଦାର ଚେକିଙ୍ଗ୍ । ମାସ୍କ ଲଗାଇନଥିଲେ ଦେବାକୁ ପଡୁଛି 200 ଟଙ୍କା ଜୋରିମନା । ଅଧିକ ପଢନ୍ତୁ...

Bargarh has collect fine of Rs 200 for not wearing a mask
ମାସ୍କ ନପିନ୍ଧିଲେ ଦେବାକୁ ପଡୁଛି 200 ଟଙ୍କା ଜୋରିମନା
author img

By

Published : May 3, 2020, 7:01 PM IST

ବରଗଡ଼: ଚୀନରୁ ଆରମ୍ଭ ହୋଇଥିବା କୋରୋନା ଭାଇରସର ଆତଙ୍କ ଏବେ ସାରାବିଶ୍ବକୁ ଭୟଭୀତ କରି ରଖିଛି। ସରକାର ଏହାର ମୁକାବିଲା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ନିବେଦନ କରିବା ସହ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ କିଛି ଲୋକ ଏହାକୁ ଅନୁସରଣ କରୁଥିବା ବେଳେ କିଛି ଅମାନ୍ୟ କରୁଥିବା ବେଖିବାକୁ ମିଳିଛି । କୋରୋନା ପାଇଁ ହୋଇଥିବା ଲକଡାଉନରେ ଯାନବାହନ ଚଳାଚଳ ଟିକେ କୋହଳ ହେଲା ବେଳକୁ ମାସ୍କ ପାଇଁ ବରଗଡ଼ ଛକରେ ପୋଲିସର ଚେକିଙ୍ଗ ଏବେ ଜୋରଦାର ଚାଲିଛି ।

ମାସ୍କ ନପିନ୍ଧିଲେ ଦେବାକୁ ପଡୁଛି 200 ଟଙ୍କା ଜୋରିମନା

ହେଲମେଟ ପିନ୍ଧିଥିଲେ ମଧ୍ୟ ମାସ୍କ ଲଗାଇନଥିଲେ ଦେବାକୁ ପଡୁଛି 200 ଟଙ୍କା ଜୋରିମାନା । ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ହେଲମେଟ ଅପେକ୍ଷା ମାସ୍କ ଭୟ ଅଧିକ ଦେଖାଯାଉଛି । ସାଇକେଲରେ ହେଉ ବା ଚାଲିଚାଲି, ଘରୁ ବାହାରିବା ମାତ୍ରେ ମାସ୍କ ନ ପିନ୍ଧିଥିଲେ ହେବାକୁ ପଡ଼ୁଛି ଫାଇନ ।

ଜନସଚେତନତା ପାଇଁ ପୋଲିସର ଏପରି ପଦକ୍ଷେପକୁ ଲୋକେ ସ୍ୱାଗତ କରିଥିବା ବେଳେ ଫାଇନ ଦେବା ଭୟରେ ବାଧ୍ୟ ହୋଇ ମୁହଁରେ ମାସ୍କ ଲଗାଇ ବାହାରୁଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.