ETV Bharat / state

ଓଡିଶାରେ ଅବ୍ୟବସ୍ଥା, ଆନ୍ଧ୍ରକୁ ଧାନ ବିକ୍ରି ପାଇଁ ନେଉଛନ୍ତି ଚାଷୀ

ଓଡିଶାରେ ଅବ୍ୟବସ୍ଥା ପାଇଁ ଶେଷରେ ବାଧ୍ୟ ହୋଇ ବରଗଡ଼ର ଚାଷୀ ମାନେ ଆନ୍ଧ୍ରପ୍ରଦେଶରେ ବିକ୍ରି କରୁଛନ୍ତି ଧାନ l ଗୋଟେ ପଟେ ବରଗଡ଼ ଜିଲ୍ଲା ଯୋଗାଣ ବିଭାଗ ବରଗଡ଼ର ଧାନ କ୍ରୟ କରିବାରେ ଅସମର୍ଥ ହେଉଥିବା ବେଳେ, ଚାଷୀ ଅନ୍ୟ ସ୍ଥାନକୁ ଯାଇ ଧାନ ବିକ୍ରି କଳେ ଅଟକାଇ ରଖୁଛି ଧାନ ଗାଡ଼ି l ତେବେ ଜିଲ୍ଲା ପ୍ରଶାସନର ଏପରି କାରବାରକୁ ପ୍ରବଳ ବିରୋଧ କରିଛନ୍ତି ବରଗଡ଼ର ଚାଷୀ l ଅଧିକ ପଢନ୍ତୁ

author img

By

Published : Jun 10, 2022, 8:02 AM IST

ଓଡିଶାରେ ଅବ୍ୟବସ୍ଥା: ଆନ୍ଧ୍ରାକୁ ଧାନ ବିକ୍ରି ପାଇଁ ନେଉଛନ୍ତି ଚାଷୀ

ବରଗଡ: ଓଡ଼ିଶାରେ ବର୍ତ୍ତମାନ ଧାନ କିଣାବିକା ଜୋରସୋରରେ ଚାଲିଥିବା ବେଳେ ଅନେକ ସ୍ଥାନରୁ ଅନେକ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ଛତିଶଗଡ଼ରୁ ଚୋରା ଧାନ ଓଡିଶା ଆସୁଥିବା ବେଳେ କେତେବେଳେ ଓଡ଼ିଶାର ଧାନ ଛତିଶଗଡ଼ରେ ଚୋରା ଚାଲାଣ କରି ବିକ୍ରି ହେଉଛି । କିନ୍ତୁ, ଆଜି ଓଡ଼ିଶାର ବରଗଡ଼ ଜିଲ୍ଲାର ଚାଷୀ ଧାନ ଆନ୍ଧ୍ରପ୍ରଦେଶ ରାଜ୍ୟରେ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଛି । ଗତ ରାତିରେ ବରଗଡ଼ ଯୋଗାଣ ବିଭାଗର କର୍ମଚାରୀ ମାନେ ବରଗଡ଼-ଏକାମ୍ର ଛକରେ ପାଟ୍ରୋଲିଂ କରୁଥିବା ବେଳେ ତିନୋଟି ଧାନ ବୋଝେଇ ଟ୍ରକକୁ ଅଟକାଇ ସଦର ଥାନା ସମ୍ମୁଖରେ ରଖିଥିଲା । ଧାନ ଟ୍ରକ ଗାଡି ଗୁଡିକ ବରଗଡ଼ ଅତାବିରାରୁ ବାହାରି ଆନ୍ଧ୍ରପ୍ରଦେଶକୁ ଯାଉଥିଲା କିନ୍ତୁ, ଯୋଗାଣ ବିଭାଗର କର୍ମଚାରୀ ମାନେ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଗାଡ଼ି ଗୁଡିକୁ ଅଟକାଇ ରଖିଥିଲେ ।

ଓଡିଶାରେ ଅବ୍ୟବସ୍ଥା, ଆନ୍ଧ୍ରକୁ ଧାନ ବିକ୍ରି ପାଇଁ ନେଉଛନ୍ତି ଚାଷୀ

ସକାଳେ ଚାଷୀମାନେ ଖବର୍ ପାଇ ସଦର ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯୋଗାଣ ବିଭାଗକୁ ପ୍ରଶ୍ନ କରିଥିଲେ । କ’ଣ ପାଇଁ ଗାଡିକୁ ଅଟକ ରଖାଯାଇଛି, କିଏ ଅଧିକାର ଦେଲେ ଏମାନଙ୍କୁ ଗାଡି ଅଟକ ରଖିବା ପାଇଁ ଏଭଳି ଅନେକ ପ୍ରଶ୍ନ କରିଥିଲେ ଚାଷୀମାନେ । ଚାଷୀମାନେ ନିଜେ ସ୍ୱୀକାର କରିଥିଲେ ଯେ, ସେମାନେ ଆନ୍ଧ୍ରପ୍ରଦେଶକୁ ଧାନ ବିକ୍ରି ପାଇଁ ନେଉଛନ୍ତି କାରଣ ଓଡିଶାରେ ସେମାନେ ଧାନର ସଠିକ ମୂଲ୍ୟ ପାଇ ପାରୁନାହାନ୍ତି । ଓଡିଶା ସରକାର ଯେଉଁ ଟୋକନ ବ୍ୟବସ୍ଥା କରିଛନ୍ତି ତାହା ସମ୍ପୂର୍ଣ୍ଣ ଫେଲ ମାରିବା ସହ ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶରେ ଧାନ ବିକ୍ରି କରୁଥିବା କହିଛନ୍ତି ।

ଓଡ଼ିଶାରେ ମିଲର୍ସ ମାନେ କଟନୀଛଟନୀ ନକଲେ ଧାନ ଉଠାଉ ନାହାନ୍ତି, ଠିକ ସମୟରେ ଚାଷୀଙ୍କୁ ଧାନର ପଇସା ମିଳୁନାହିଁ ଏଭଳି ଅନେକ ଅଭିଯୋଗ କରିଛନ୍ତି ଚାଷୀ । ଆନ୍ଧ୍ରପ୍ରଦେଶରେ ଉଚିତ ମୂଲ୍ୟ ସହ ଓଡିଶା ଠାରୁ ଅଧିକ ଦାମରେ ଚାଷୀ ଧାନ ବିକ୍ରି କରୁଥିବା ବେଳେ ସଙ୍ଗେସଙ୍ଗେ ଧାନର ପଇସା ଚାଷୀଙ୍କୁ ମିଳୁଥିବା ଜଣାପଡିଛି । ଓଡ଼ିଶାରେ ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା ଥିବାରୁ ଚାଷୀ ଆନ୍ଧ୍ରପ୍ରଦେଶରେ ଧାନ ବିକ୍ରି କରି ବେଶ ଖୁସି ଓ ଲାଭବାନ ହେଉଛନ୍ତି । କିନ୍ତୁ, ଯୋଗାଣ ବିଭାଗ ମିଲରସ ମାନଙ୍କ ସହ ସଲାସୁତୁରା କରି ଚାଷୀଙ୍କ ଧାନ ଗାଡିକୁ ଅଟକାଉଥିବା ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଚାଷୀ ସ୍ୱଇଚ୍ଛାରେ ଯେଉଁଠି ବି ଧାନ ବିକ୍ରି କରିପାରିବ ଓ ଧାନ ବିକ୍ରିରେ ଯଦି ଯୋଗାଣ ବିଭାଗ ବାଧା ଦିଏ, ତାହାଲେ ଭୟାବହ ଆନ୍ଦୋଳନ ହେବ ବୋଲି ଚାଷୀ ସଂଗଠନ କଡା ଚେତାବନୀ ଦେଇଛନ୍ତି । ଚାଷୀଙ୍କ ବିକ୍ଷୋଭ ପରେ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଧାନ ବୋଝେଇ ଟ୍ରକକୁ ଯୋଗାଣ ବିଭାଗର କର୍ମଚାରୀ ମାନେ ଛାଡିଦେଇଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.