ETV Bharat / state

ଟୋକନ ସମସ୍ୟା ନେଇ ସିଏସଓ ଅଫିସ ଘେରିଲେ ଚାଷୀ - token issue

କୋରୋନା ମହାମାରୀ ସମୟରେ ବରଗଡ ଚାଷୀଙ୍କ ପାଇଁ ସମସ୍ୟା ସାଜିଛି ଟୋକନ ଅବ୍ୟବସ୍ଥା । ଏନେଇ ସିଏସଓ ଅଫିସ ଘେରିଲେ ଚାଷୀ । ଅଧିକ ପଢନ୍ତୁ...

ଟୋକାନ ସମସ୍ୟା ନେଇ ସିଏସଓ ଅଫିସ ଘେରିଲେ ଚାଷୀ
ଟୋକାନ ସମସ୍ୟା ନେଇ ସିଏସଓ ଅଫିସ ଘେରିଲେ ଚାଷୀ
author img

By

Published : May 21, 2021, 7:43 AM IST

Updated : May 21, 2021, 7:54 AM IST

ବରଗଡ: ସରୁନି ଚାଷୀଙ୍କ ଟୋକନ ସମସ୍ୟା । କୋରୋନା ମହାମାରୀ ସମୟରେ ସରକାର ଟୋକନକୁ ନେଇ ଚାଷୀଙ୍କୁ ଅଯଥାରେ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ବରଗଡ ଜିଲ୍ଲାର ଚାଷୀ । ରବି ଫସଲରେ ଚାଷୀଙ୍କ ଟୋକନକୁ 12 ଦିନର ଅବଧି ରଖି ରାଜ୍ୟ ସରକାର ଚାଷୀ ସମସ୍ୟା ବଢାଇ ଦେଇଥିବା ବେଳେ ଏବେ ଆଉ ଏକ ସମସ୍ୟା ନେଇ ବରଗଡର ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ବରଗଡ ସିଏସଓ(CSO) ଅଫିସକୁ ଘେରିଛନ୍ତି ।

ଟୋକାନ ସମସ୍ୟା ନେଇ ସିଏସଓ ଅଫିସ ଘେରିଲେ ଚାଷୀ

ଚଳିତ ରବି ଋତୁରେ ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କ ପାଇଁ ସରକାରଙ୍କ ନିୟମ ଅନୁସାରେ ୨.୫ ଏକର ଜମିର ପଞ୍ଜିକରଣରେ 65 କ୍ବିଣ୍ଟାଲର ଧାନ ବିକ୍ରି ପାଇଁ ଟୋକନ ଆସିବା କଥା ମାତ୍ର ଖୁବ କମ୍ ପରିମାଣର ଧାନ ବିକ୍ରି କରିବା ପାଇଁ ଟୋକାନ ଆସିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ଅଞ୍ଚଳର ଚାଷୀ । ୨.୫ ଏକର ଜମିକୁ ୬୫ କ୍ବିଣ୍ଟାଲର ଟୋକନ ଆସିବା ବଦଳରେ ୨-୩ କ୍ଵିଣ୍ଟାଲ ଲେଖାଏଁ ଆସିଛି ବୋଲି ଅଭିଯୋଗ ହୋଇଛି । ତୁରନ୍ତ ଏହାର ସମାଧାନ କରିବା ସହ ଟୋକାନ ଅବଧି ବୃଦ୍ଧି କରିବା ପାଇଁ ସେମାନେ ଦାବି କରିଛନ୍ତି । ଯଦି ଚାଷୀଙ୍କ ଦାବି ଶୀଘ୍ର ପୂରଣ କରାନଯାଏ, ତାହାହେଲେ ଆଗାମୀ ଦିନରେ କୋରୋନା କଟକଣା ମଧ୍ୟରେ ବି ଯୋଗାଣ ଅଧିକାରୀ ଅଫିସ ସାମ୍ନାରେ ଧାନ ବସ୍ତା ରଖି ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

Last Updated : May 21, 2021, 7:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.