ETV Bharat / state

ଦୂର ହେଲା ଅନଲାଇନ ଝିନଝଟ୍, ଚର୍ଚ୍ଚାରେ ଡୋର-ଟୁ-ଡୋର ଶିକ୍ଷାଦାନ

author img

By

Published : Nov 23, 2020, 2:20 PM IST

କୋରୋନାରେ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଥିବା ବେଳେ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଦେଶର ଆଗାମୀ ଭବିଷ୍ୟତ । ବ୍ୟାଘାତ ହୋଇଛି ପାଠପଢା, ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଏପରି ସ୍ଥିତିରେ ବରଗଡରେ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଡୋର ଟୁ ଡୋର ଶିକ୍ଷା ଦାନ’ ବ୍ୟବସ୍ଥା । ଅଧିକ ପଢନ୍ତୁ...

How much sucess is the online education in Bargarh?
କେତେ ସଫଳ ବରଗଡରେ ଶିକ୍ଷକ ମାନଙ୍କର ଅନଲାଇନ ଶିକ୍ଷା !

ବରଗଡ଼: ସାରା ବିଶ୍ବକୁ ଗ୍ରାସିଛି କୋରୋନା । ମହାମାରୀ କବଳରେ ନାଚାର ମଣିଷ । ଦୋକାନ ବଜାର ଠୁ ଆରମ୍ଭ କରି ହୋଟେଲ ଓ ସିନେମା ହଲ ସବୁଠି ମାସ ମାସ ଧରି ଝୁଲିଳା ତାଲା । କୋରୋନାରେ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଥିବା ବେଳେ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଦେଶର ଆଗାମୀ ଭବିଷ୍ୟତ । ବ୍ୟାଘାତ ହୋଇଛି ପାଠପଢା, ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କ୍ଲାସ ବଦଳରେ ପଢିବାର ମାଧ୍ୟମ ପାଲଟିଛି ମୋବାଇଲ । ଅନଲାଇନ କ୍ଲାସ ଜରିଆରେ ପିଲାଏ ବୁଝୁଛନ୍ତି ପାଠ । କିନ୍ତୁ ଅନଲାଇନ କ୍ଲାସ କରିବାରେ ବାଧକ ସାଜିଛି ମୋବାଇଲ ନେଟୱାର୍କ । ଆଉ ଏପଟେ ଅନଲାଇନ କ୍ଲାସକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ବରଗଡର ଛାତ୍ରଛାତ୍ରୀ । ଫଳରେ ରାଜ୍ୟ ସରକାର ଚଳାଇ ଥିବା ଅନଲାଇନ କ୍ଲାସ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କେତେ ଫଳପ୍ରଦ ? ସେ ନେଇ ଉଠିଛି ପ୍ରଶ୍ନବାଚୀ ।

ମହାମାରୀ ସମୟରେ ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାର ସୁବ୍ୟବସ୍ଥା ପାଇଁ କରିଛନ୍ତି ଅନଲାଇନ ଶିକ୍ଷା ବ୍ୟବସ୍ଥା । କିନ୍ତୁ ଏହା ଦୁର୍ଗମାଞ୍ଚଳରେ ଅନଲାଇନ ପାଠପଢା ପାଲଟିଛି ପ୍ରହସନ । କାହା ପାଖରେ ସ୍ମାର୍ଟ ମୋବାଇଲ ଅଛି ତ ଆଉ କାହା ପାଖରେ ସ୍ମାର୍ଟ ମୋବାଇଲ ନାହିଁ । କେଉଁଠି ଟାୱାର କାମ କରୁନି ତ ଆଉ କେଉଁ ସ୍ଥାନରେ ବିଦ୍ୟୁତ ସଂଯୋଗ ନାହିଁ । ଆଉ କେହି କେହି ଦାରିଦ୍ର୍ୟ କାରଣରୁ ସ୍ମାର୍ଟ ମୋବାଇଲ ଟିଏ କିଣି ପାରୁ ନାହାଁନ୍ତି । ଏହାକୁ ନେଇ ଅଭିଭାବକ ଓ ସେମାନଙ୍କ ପଢୁଆ ପିଲାଙ୍କ ମଧ୍ୟରେ ବାକବିତଣ୍ଡା ହେଉଛି । କିନ୍ତୁ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ କିଭଳି ଭଲ ଭାବେ ପାଠ ବୁଝି ପାରିବେ ସେନେଇ ସମସ୍ତ ବରଗଡରେ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଡୋର ଟୁ ଡୋର ଶିକ୍ଷା ଦାନ ବ୍ୟବସ୍ଥା । ଅନ୍ୟପଟେ ଶିକ୍ଷା କ୍ଷେତ୍ରରେ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟ ସରକାରଙ୍କ ଲାପଟପ ପ୍ରଦାନ କାର୍ଯ୍ୟକ୍ରମ ଆଜି ସୁଫଳ ହୋଇପାରିଛି । ବହୁ ଗରିବ ଛାତ୍ରଛାତ୍ରୀ ଆଜି ସେହି ଲାପଟପ ସାହାଯ୍ୟରେ ନିଜର ଅନଲାଇନ ଶିକ୍ଷା ଲାଭ କରିପାରୁଛନ୍ତି । ସ୍କୁଲ ବା କଲେଜରେ ପୂର୍ବରୁ ଯେପରି ପାଠପଢା ଚାଲିଥିଲା ସେହି ପରିବେଶରେ ଛାତ୍ରଛାତ୍ରୀ ଯେପରି ଭଲଭାବରେ ଶିକ୍ଷା ଗ୍ରହଣ କରିପାରୁଥିଲେ ଏବଂ ନିଜର ସନ୍ଦେହକୁ ମଧ୍ୟ ଦୂର କରିପାରୁଥିଲେ, ସେପରି ଉନ୍ନତ ପାଠପଢା ନହେଲେ ମଧ୍ୟ ପାଠପଢାକୁ ସଂପୂର୍ଣ୍ଣ ବନ୍ଦ ହେବାରୁ ରକ୍ଷା କରିଦେଇଛି ଏହି ଅନଲାଇନ ପାଠପଢା ବୋଲି କହନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଅନଲାଇନ ଟେକ୍ନୋଲୋଜି ଜରିଆରେ ପାଠପଢାଇବାରେ ଅଭ୍ୟସ୍ତ ନଥିବା ଶିକ୍ଷକ ଓ ଅଧ୍ୟାପକ ମାନେ ମଧ୍ୟ ନିଜର ପ୍ରୟାଶ ଜାରି ରଖିଛନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଅନଲାଇନ ଶିକ୍ଷା ଦାନ କରିବାରେ ।

କୋରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଦୁରଦୃଷ୍ଟି କାରଣରୁ ଆଜି ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲିହେବା ପୂର୍ବରୁ ବଞ୍ଚି ଯାଇଛି । ଅନଲାଇନ ଶିକ୍ଷା ଦାନ ଓ ପିଲାଙ୍କୁ ପୌଷ୍ୟ ଗ୍ରହଣ ଶିକ୍ଷା ଯୋଜନା କାରଣରୁ ଆଜି ପିଲାମାନଙ୍କ ମଧ୍ୟରେ ଆଶାର ଆଲୋକ ସଞ୍ଚାର ହୋଇଛି । ବିଶେଷ କରି ବରଗଡର ୧୨ ଗୋଟି ବ୍ଲକରେ ଘରକୁ ଘର ଯାଇ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ବଳ କରିବାରେ ଲାଗିପଡିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.