ETV Bharat / state

ଆକାଶରୁ ଖସୁଛି ନିଆଁ, ଜଳୁଛି ବରଗଡ; ଜାଣନ୍ତୁ କେତେ ପ୍ରସ୍ତୁତ ପ୍ରଶାସନ ? - ଉପର ମୁହାଁ ପାରଦ

ଉପର ମୁହାଁ ପାରଦ । ବରଗଡରେ ୪୧ଡିଗ୍ରୀ ପ୍ରତ୍ୟେକ ଦିନ ପାରଦ ରହୁଥିବା ବେଳେ ହନ୍ତସନ୍ତ ହେଉଛନ୍ତି ବରଗଡବାସୀ । ଅଧିକ ପଢ଼ନ୍ତୁ

ଡହ ଡହ ଖରାରେ ସନ୍ତୁଳି ହେଉଛନ୍ତି ବରଗଡବାସୀ
ଡହ ଡହ ଖରାରେ ସନ୍ତୁଳି ହେଉଛନ୍ତି ବରଗଡବାସୀ
author img

By

Published : Apr 15, 2023, 10:35 PM IST

ଡହ ଡହ ଖରାରେ ସନ୍ତୁଳି ହେଉଛନ୍ତି ବରଗଡବାସୀ

ବରଗଡ: ଅସହ୍ୟ ହେଲାଣି ଗ୍ରୀଷ୍ମ ପ୍ରବାହ । ବରଗଡରେ ନିଆଁ ବର୍ଷା । ୪୧ଡିଗ୍ରୀ ପ୍ରତ୍ୟେକ ଦିନ ପାରଦ ରହୁଥିବା ବେଳେ ହନ୍ତସନ୍ତ ହେଉଛନ୍ତି ବରଗଡବାସୀ । ଗତ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବ୍ୟାପକ ଗ୍ରୀଷ୍ମପ୍ରବାହ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାକୁ ନେଇ ସରକାର ସମସ୍ତ ଶିକ୍ଷା ଅନୁଷ୍ଠାନକୁ 16 ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି । ଏପଟେ ଆଉ ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।

ତେବେ ବରଗଡ ଜିଲ୍ଲାରେ ମଧ୍ୟ ଅସହ୍ୟ ତାତି ସହ ଝାଞ୍ଜି ପବନ ଫଳରେ ଦିନ ୧୦ଟା ପରେ ଘରୁ ବାହାରିବା ମସ୍କୁଲ ହୋଇଛି । ଆଜି ଦିନ 12 ଟା 30ରେ ବରଗଡର ତାପମାତ୍ରା 41 ଡିଗ୍ରୀ ରହିଥିଲା । ଏହାସହ ସନ୍ଧ୍ୟା 5 ଟା 30ରେ ତାପମାତ୍ରା 40.6 ଡିଗ୍ରୀ ରେକର୍ଡ କରାଯାଇଥିବା ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବଢୁଥିବା ଗ୍ରୀଷ୍ମକୁ ଆଖିଆଗରେ ରଖି ଜିଲ୍ଲାରେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ ଜଣାଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ‘‘ବରଗଡ ସହରରେ ବିଭିନ୍ନ ସ୍ଥାନ ମାନଙ୍କରେ ପାଣିଛତ୍ରର ବ୍ୟବସ୍ଥା କରାଯାଇଛି । ସେହିପରି ଗ୍ରାମାଞ୍ଚଳମାନଙ୍କରେ ବିଭିନ୍ନ ପଞ୍ଚାଯତ ତରଫରୁ ରାସ୍ତା କଡରେ ପାଣିଛତ୍ର ଗୁଡିକର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଅଂଶୁଘାତରୁ ରକ୍ଷା ପାଇବାପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଜରୁରୀ କାର୍ଯ୍ୟ ନଥିଲେ ପଦାକୁ ବାହାରିବାକୁ ବରଣ କରାଯାଇଛି ।’’

ଏହାସହ ଜିଲ୍ଲାପାଳ କହିଛନ୍ତି, ‘‘ଜରୁରୀ କାମରେ ବାହାରିଲେ ମଧ୍ୟ ମୁଣ୍ଡରେ ଗାମୁଛା ସହିତ ପ୍ରଚୁର ପାଣି ସେବନ କରିବାକୁ ବ୍ୟାପକ ସଚେତନ କରାଯାଇଛି । ଅଂଶୁଘାତ ରୋଗୀଙ୍କ ପାଇଁ ଚିକିତ୍ସାଳୟରେ ତାପନିୟନ୍ତ୍ରଣ କୋଠରିରେ ଉତ୍ତମ ଚିକିତ୍ସାର ବ୍ୟବସ୍ଥା ରଖାଯାଇଛି । ତେବେ ବରଗଡ ଜିଲ୍ଲାରେ ଚାଷୀଙ୍କ ରବି ଫସଲର ଅମଳ ଧାନ ବିକ୍ରି କରିବାକୁ ବିଭିନ୍ନ ମଣ୍ଡୀରେ ଯେପରି ଚାଷୀ ମାନଙ୍କର ଅସୁବିଧା ନହୁଏ ସେନେଇ ମଧ୍ୟ ଜିଲ୍ଲା ପ୍ରଶାସନ ଯତ୍ନବାନ ରହିଛି ।’’

ଏହାସହ ସମସ୍ତ ମଣ୍ଡି ମାନଙ୍କରେ ଥଣ୍ଡା ପାନୀୟ ଜଳ, ଛାଇର ବ୍ୟବସ୍ଥା, ପଙ୍ଖା ଓ କୁଳର ଏପରି ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମଣ୍ଡିକୁ ଆସୁଥିବା ଚାଷୀଙ୍କ ଯେପରି କୌଣସି ଅସୁବିଧା ନହୁଏ ସମସ୍ତ ମଣ୍ଡିର ଦାୟିତ୍ଵ ଅଟେ ଏବଂ ଏଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ମଣ୍ଡି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.