ETV Bharat / state

ଅଭିଯୋଗ ପ୍ରକୋଷ୍ଠରେ କଂଗ୍ରେସ, ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ - ଅଭିଯୋଗ ପ୍ରକୋଷ୍ଠରେ କଂଗ୍ରେସ

ବରଗଡ ଜିଲ୍ଲାରେ ପ୍ରକୃତ ହିତାଧିକାରୀ ମାନଙ୍କ ନିକଟକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚୁନଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ଆଜି କଂଗ୍ରେସ ନେତୃତ୍ବରେ ଶତାଧିକ ଲୋକ ବରଗଡ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ।

CONGRESS
ଅଭିଯୋଗ ପ୍ରକୋଷ୍ଠରେ କଂଗ୍ରେସ, ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ
author img

By

Published : Feb 24, 2020, 10:20 PM IST

ବରଗଡ: ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ନାନାଦି ଯୋଜନା କରିଥିବା ବେଳେ ବରଗଡ ଜିଲ୍ଲାରେ ପ୍ରକୃତ ହିତାଧିକାରୀ ମାନଙ୍କ ନିକଟକୁ କୌଣସି ଯୋଜନା ପହଞ୍ଚୁନଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ଆଜି କଂଗ୍ରେସ ଦଳର ନେତୃତ୍ବରେ ଶତାଧିକ ଲୋକ ବରଗଡ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି।

ଅଭିଯୋଗ ପ୍ରକୋଷ୍ଠରେ କଂଗ୍ରେସ, ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ବାର୍ଦ୍ଧ୍ୟକ୍ୟ ଭତ୍ତା, ବିଧବା ଭତ୍ତା ପରି ବହୁ ଯୋଜନାରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ବେଳେ ଅଯୋଗ୍ୟଙ୍କୁ ବେଆଇନ ଭାବେ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି ।

୭୦ ବର୍ଷରୁ ଅଧିକ ବୟସ ହୋଇଥିଲେ ମଧ୍ୟ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉନଥିବା ବେଳେ ୩୫ ରୁ ୪୦ ବର୍ଷର ଲୋକଙ୍କୁ ବିଭିନ୍ନ କୌଶଳ କ୍ରମେ ଯୋଜନାର ଅନ୍ତର୍ଭୁକ୍ତ କରାଯାଉଛି। ସେହିପରି ପକ୍କା ଘର ଉପରେ ପୁଣି ପକ୍କା ଘର ତିଆରି କରାଯାଉଛି ବିଭିନ୍ନ ଆବାସ ଯୋଜନାରେ ହେଲେ ମାଟି ଘରଥିବା ଲୋକଙ୍କୁ ଅଣଦେଖା କରାଯାଉଛି।

ତେବେ ବରଗଡ ନିର୍ବାଚନ ମଣ୍ଡଳୀର ବରପାଲି ଓ ବରଗଡ ବ୍ଲକ ଅନ୍ତର୍ଗତ ବହୁ ପଞ୍ଚାୟତରେ ଏପରି ଦୁର୍ନୀତି ହୋଇଥିବା ପ୍ରମାଣ ନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲା କଂଗ୍ରେସ | ଶୀଘ୍ର ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ |

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.