ETV Bharat / state

ସିଡିପିଓ ଗିଳିଦେଲେ ଲକ୍ଷାଧିକ ଟଙ୍କାର ଅଣ୍ଡା - ସିଡିପିଓ ଗିଳିଦେଲେ ଲକ୍ଷାଧିକ ଅଣ୍ଡା

ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କୁ ଗତ 9 ମାସଧରି ଅଣ୍ଡା ଦିଆଯାଉନଥିବା ବେଳେ ଲକ୍ଷାଧିକ ଟଙ୍କାର ଅଣ୍ଡା ଘୋଟାଲା ହୋଇଥିବା ଏବଂ ଏହି ଘୋଟାଲାରେ ଭଟଲି ସିଡ଼ିପିଓଙ୍କ ହାତ ଥିବା ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ସରପଞ୍ଚ ।

ସିଡିପିଓ ଗିଳିଦେଲେ ଲକ୍ଷାଧିକ ଅଣ୍ଡା
ସିଡିପିଓ ଗିଳିଦେଲେ ଲକ୍ଷାଧିକ ଅଣ୍ଡା
author img

By

Published : Nov 27, 2019, 11:37 PM IST

ବରଗଡ: ନଅ ମାସରେ ଲକ୍ଷାଧିକ ଟଙ୍କାର ଅଣ୍ଡା ଖାଇଗଲେ ସିଡ଼ିପିଓ । ଏପରି ଅଭିଯୋଗ ଆସିଛି ଭଟଲି ବ୍ଲକ ସିଡ଼ିପିଓ ନିୟତ୍ତୀ ଯୋଶୀଙ୍କ ନାମରେ । ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କୁ ଗତ 9 ମାସଧରି ଅଣ୍ଡା ଦିଆଯାଉନଥିବା ବେଳେ ଲକ୍ଷାଧିକ ଟଙ୍କାର ଅଣ୍ଡାର ଘୋଟାଲା ହୋଇଥିବା ଏବଂ ଏହି ଘୋଟାଲାରେ ଭଟଲି ସିଡ଼ିପିଓଙ୍କ ହାତଥିବା ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ସରପଞ୍ଚ ।

ସିଡିପିଓ ଗିଳିଦେଲେ ଲକ୍ଷାଧିକ ଅଣ୍ଡା

ରାଜ୍ୟ ସରକାର ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଅଙ୍ଗନବାଡିକର୍ମୀଙ୍କ ଜରିଆରେ ଅଣ୍ଡା ପ୍ରଦାନ କରୁଛନ୍ତି । ବରଗଡ଼ ଜିଲ୍ଲାରେ ସମସ୍ତ ବ୍ଲକମାନଙ୍କରେ ଅଣ୍ଡା ପ୍ରଦାନ କରାଯାଉଥିବା ବେଳେ ଭଟଲି ବ୍ଲକରେ ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କୁ ଅଣ୍ଡା ଦିଆଯାଉନଥିବା ଅଭିଯୋଗ ହୋଇଛି । ଭଟଲି ବ୍ଲକ ସିଡ଼ିପିଓ ନିୟତ୍ତୀ ଯୋଶୀ ଭଟଲି ବ୍ଲକର କୌଣସି ଆଙ୍ଗନବାଡିକର୍ମୀଙ୍କୁ ଅଣ୍ଡା ସପ୍ଲାଇ କରୁନଥିବାରୁ ଅଙ୍ଗନବାଡ଼ି କର୍ମୀମାନେ ମହିଳାଙ୍କୁ ଅଣ୍ଡା ଦେଉନଥିବା ଅଭିଯୋଗ ହୋଇଛି ।

ସରକାର ପ୍ରତି ମାସରେ ପ୍ରସୂତୀ ମହିଳାଙ୍କୁ ମାସକୁ 12 ଗୋଟି ଲେଖାଏଁ ଅଣ୍ଡା ପ୍ରଦାନ କରୁଥିବା ବେଳେ ଭଟଲି ବ୍ଲକରେ ରହିଥିବା 172 ଗୋଟି ଅଙ୍ଗନବାଡ଼ି ସେଣ୍ଟରରେ ଗତ 9ମାସ ହେଲା ଅଣ୍ଡା ଦେବା ବନ୍ଦ କରିଦିଆଯାଇଛି । ତେବେ ପ୍ରତ୍ୟେକ ଅଙ୍ଗନବାଡ଼ି ସେଣ୍ଟରରେ ହାରାହାରି 20 ଲେଖାଏଁ ପ୍ରସୂତୀ ଓ ଗର୍ଭବତୀ ମହିଳା ଥିବାବେଳେ ମାସକୁ ସମୁଦାୟ 41 ହଜାର 220 ଗୋଟି ଅଣ୍ଡା ଦିଆଯାଇଥାଏ । ଦୀର୍ଘ 9 ମାସରେ 3 ଲକ୍ଷ 71 ହଜାର 520 ଗୋଟି ଅଣ୍ଡା ଆଦୌ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ଡୁମାଲପାଳି ଗ୍ରାମର ପୂର୍ବତନ ସରପଞ୍ଚ ମହେନ୍ଦ୍ରୀ ଶତପଥୀ ।

ଏହି ଅଣ୍ଡା ଘୋଟାଲାରେ 18 ଲକ୍ଷରୁ ଅଧିକ ଟଙ୍କାର ହେରଫେର କରାଯାଇଥିବା ସନ୍ଦେହ କରାଯାଉଛି । ଯାହାର ସଠିକ୍ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ନଅ ମାସରେ ଲକ୍ଷାଧିକ ଅଣ୍ଡା ଖାଇଗଲେ ସିଡ଼ିପିଓ । ଏପରି ଅଭିଯୋଗ ଆସିଛି ଭଟଲି ବ୍ଲକ ସିଡ଼ିପିଓ ନିୟତ୍ତୀ ଯୋଶୀଙ୍କ ନାମରେ । ପ୍ରସୂତୀ ଓ ଗର୍ଭବତୀ ମହିଳା ମାନଙ୍କୁ ଗତ ୯ ମାସରୁ ଅଣ୍ଡା ଦିଆଯାଉନଥିବା ବେଳେ ଲକ୍ଷାଧିକ ଅଣ୍ଡାର ଘୋଟାଲା ହୋଇଥିବା ଏବଂ ଏହି ଘୋଟାଲାରେ ଭଟଲି ସିଡ଼ିପିଓ ଙ୍କ ହାତ ଥିବା ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ସରପଞ୍ଚ ।

Body:ରାଜ୍ୟ ସରକାର ପ୍ରସୂତୀ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ଅଣ୍ଡା ପ୍ରଦାନ କରୁଛନ୍ତି । ବରଗଡ଼ ଜିଲ୍ଲାରେ ସମସ୍ତ ବ୍ଲକ ମାନଙ୍କରେ ଅଣ୍ଡା ପ୍ରଦାନ କରାଯାଉଥିବା ବେଳେ କିନ୍ତୁ ଭଟଲି ବ୍ଲକରେ ପ୍ରସୂତୀ ଓ ଗର୍ଭବତୀ ମହିଳା ମାନଙ୍କୁ ଅଣ୍ଡା ଦିଆଯାଉନଥିବା ଅଭିଜିଗ ହୋଇଛି । ଭଟଲି ବ୍ଲକ ସିଡ଼ିପିଓ ନିୟତ୍ତୀ ଯୋଶୀ ଭଟଲି ବ୍ଲକର କୌଣସି ଆଙ୍ଗନବାଡି କର୍ମୀଙ୍କୁ ଅଣ୍ଡା ସପ୍ଲାଇ କରୁନଥିବାରୁ ଅଙ୍ଗନବାଡ଼ି କର୍ମୀ ମାନେ ମହିଳା ମାନଙ୍କୁ ଅଣ୍ଡା ଦେଉନଥିବା ଅଭିଯୋଗ ହୋଇଛି ।
ସରକାର ପ୍ରତି ମାସରେ ପ୍ରସୂତୀ ମହିଳା ମନଙ୍କୁ ମାସରେ ୧୨ ଗୋଟି ଲେଖାଏଁ ଅଣ୍ଡା ପ୍ରଦାନ କରୁଥିବା ବେଳେ ଭଟଲି ବ୍ଲକରେ ରହିଥିବା ୧୭୨ ଗୋଟି ଅଙ୍ଗନବାଡ଼ି ସେଣ୍ଟରରେ ଗତ ୯ ମାସ ହେଲା ଅଣ୍ଡା ଦେବା ବନ୍ଦ କରିଦିଆଯାଇଛି । ତେବେ ପ୍ରତ୍ୟେକ ଅଙ୍ଗନବାଡ଼ି ସେଣ୍ଟର ମାନଙ୍କରେ ହାରାହାରି ୨୦ ଟି ଲେଖାଏଁ ପ୍ରସୂତୀ ଓ ଗର୍ଭବତୀ ମହିଳା ଥିବା ବେଳେ ମାସକୁ ସମୁଦାୟ ୪୧ ହଜାର ୨୨୦ ଗୋଟି ଅଣ୍ଡା ଦିଆଯାଇଥାଏ । ତେବେ ଦୀର୍ଘ ୯ ମାସରେ ୩ ଲକ୍ଷ ୭୧ ହଜାର ୫୨୦ ଗୋଟି ଅଣ୍ଡା ଆଦୌ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ଡୁମାଲପାଳି ଗ୍ରାମର ପୂର୍ବତନ ସରପଞ୍ଚ ମହେନ୍ଦ୍ରୀ ଶତପଥୀ ।
ତେବେ ବରଗଡ ଜିଲ୍ଲାର ସମସ୍ତ ବ୍ଲକରେ ଅଣ୍ଡା ଦିଆଯାଇଥିବା ବେଳେ କେଉଁ କାରଣରୁ ଭଟଲି ବ୍ଲକରେ ସିଡ଼ିପିଓ ଅଣ୍ଡା ସପ୍ଲାଇ ବନ୍ଦ କରିଛନ୍ତି ଅଙ୍ଗନବାଡ଼ି କର୍ମୀଙ୍କୁ ତାହା ସନ୍ଦେହ ଜନକ । ତେବେ ଅଣ୍ଡା ଘୋଟାଲାରେ ୧୮ ଲକ୍ଷରୁ ଅଧିକ ଟଙ୍କାର ହେରଫେର କରାଯାଇଥିବା ସନ୍ଦେହ କରାଯାଉଛି ଯାହାର ସଠିକ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।
ବାଇଟ ୧- ଅଶୋକ କୁମାର ଶତପଥୀ ( ଗ୍ରାମବାସୀ )
ବାଇଟ ୨- ମହେନ୍ଦ୍ରୀ ଶତପଥୀ ( ପୂର୍ବତନ ସରପଞ୍ଚ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.