ETV Bharat / state

ବ୍ୟାଙ୍କ ଉଚ୍ଛେଦକୁ ନେଇ ତାତିଲେ ବୁଗବୁଗା ଗ୍ରାମବାସୀ - ବରଗଡ ବୁଗବୁଗା ଗ୍ରାମବାସୀଙ୍କ ଧାରଣା

ବରଗଡ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମରେ ଥିବା ଷ୍ଟେଟବ୍ୟାଙ୍କ ଶାଖାର ଉଚ୍ଛେଦ ହେବାକୁ ଥିବାବେଳେ ଗ୍ରାମବାସୀ ଏହାର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି |

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Sep 20, 2019, 3:44 AM IST

ବରଗଡ: ଦେଶରେ ବିଭିନ୍ନ ବ୍ୟାଙ୍କ ଗୁଡିକର ମିଶ୍ରଣର ନିଷ୍ପତ୍ତି ପରେ ଅନେକ ବ୍ୟାଙ୍କ ଉଚ୍ଛେଦ ହେବାକୁ ଯାଉଛି । ଫଳରେ ଗ୍ରାମାଞ୍ଚଳ ମାନଙ୍କରେ ଏହାର ପ୍ରଭାବ ଦେଖାଦେଇଛି । ବରଗଡ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମରେ ଥିବା ଷ୍ଟେଟବ୍ୟାଙ୍କ ଶାଖାର ଉଚ୍ଛେଦ ହେବାକୁ ଥିବାବେଳେ ଗ୍ରାମବାସୀ ଏହାର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏହି ଗ୍ରାମରେ ଦୀର୍ଘ ବର୍ଷରୁ ରହିଥିବା ଷ୍ଟେଟ ବ୍ୟାଙ୍କ ଶାଖା ଏବେ ଉଚ୍ଛେଦ କରାଯାଇ ବନ୍ଦ ହୋଇଯାଇଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଞ୍ଚଳବାସୀ । ଯାହାକୁ ନେଇ ବୁଗବୁଗା ଗ୍ରାମବାସୀ ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ । ବୁଗବୁଗା ଠାରେ ଏହି ଷ୍ଟେଟ ବ୍ୟାଙ୍କ ଶାଖା ହେବା ପରଠୁ ବହୁ ମହିଳା ଓ SHG ସଂଗଠନ ସ୍ବାବଲମ୍ବୀ ହୋଇପାରିଥିଲେ । ଚାଷୀମାନେ ମଧ୍ୟ ଏଥିପାଇଁ ଉପକୃତ ହେଉଥିଲେ । କିନ୍ତୁ ଏହା ହଠାତ ବନ୍ଦ ହୋଇଯିବାରୁ ନିରାଶ ହୋଇପଡିଛନ୍ତି ବୁଗବୁଗା ଅଞ୍ଚଳବାସୀ | ବ୍ୟାଙ୍କ ସେବାପାଇଁ ଏବେ ସମସ୍ତଙ୍କୁ ୧୦ କିଲୋମିଟର ଦୂରକୁ ଯିବାକୁ ପଡିବ ଯାହାକି ମହିଳା ମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି |

ତେବେ ଉକ୍ତ ବ୍ୟାଙ୍କର ସମସ୍ତ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିବାରୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ବୁଗବୁଗା ଗ୍ରାମର ଶତାଧିକ ଗ୍ରାମବାସୀ ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସି ବ୍ୟାଙ୍କ ଉଚ୍ଛେଦ ନ କରିବାକୁ ଦାବି କରିଥିଲେ । ତେବେ ବ୍ୟାଙ୍କ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରା ନଗଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ବଗରଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଦେଶରେ ବିଭିନ୍ନ ବ୍ୟାଙ୍କ ଗୁଡିକର ମିଶ୍ରଣର ନିଷ୍ପତ୍ତି ପରେ ଉଚ୍ଛେଦ ହେବାକୁ ଯାଉଛି ବହୁ ଗୁଡିଏ ବ୍ୟାଙ୍କ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ଦେଖାଦେଇଛି ଏହାର ପ୍ରଭାବ | ବରଗଡ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମରେ ଥିବା ଷ୍ଟେଟବ୍ୟାଙ୍କ ଶାଖାର ଉଚ୍ଛେଦ ହେବାକୁ ଥିବା ବେଳେ ଗ୍ରାମବାସୀ ଏହାର ବିରୋଧ କରି ଆନ୍ଦୋଳନକୁ ଅହଲ୍ଲାଇଛନ୍ତି |
Body: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମରେ ଦୀର୍ଘ ବର୍ଷରୁ ରହିଥିବା ଷ୍ଟେଟ ବ୍ୟାଙ୍କ ଶାଖା ଏବେ ଉଚ୍ଛେଦ କରାଯାଇ ବନ୍ଦ ହୋଇଯାଇଥିବା ରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଞ୍ଚଳବାସୀ | ଯାହାକୁ ନେଇ ବୁଗବୁଗା ଗ୍ରାମବାସୀ ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ । ବୁଗବୁଗା ଠାରେ ଏହି ଷ୍ଟେଟ ବ୍ୟାଙ୍କ ଶାଖା ହେବା ଦିନଠାରୁ ଅଞ୍ଚଳବାସୀ ବ୍ୟାଙ୍କ ସେବାରେ ବହୁ ଉପକୃତ ହେଉଥିବା ବେଳେ ବହୁ ମହିଳା ଓ SHG ସଂଗଠନ ସ୍ବାବଲମ୍ବୀ ହୋଇପାରିଥିଲେ | ଚାଷୀ ମାନଙ୍କ ପାଇଁ ମଧ୍ୟ ସୁବିଧା ହୋଇପାରିଥିଲା ଏହି ବ୍ୟାଙ୍କ | କିନ୍ତୁ ଏହା ହଠାତ ବନ୍ଦ ହୋଇଯିବାରୁ ନିରାଶ ହୋଇପଡିଛନ୍ତି ବୁଗବୁଗା ଅଞ୍ଚଳବାସୀ | ବ୍ୟାଙ୍କ ସେବାପାଇଁ ଏବେ ସମସ୍ତଙ୍କୁ ୧୦ କିଲୋମିଟର ଦୂରକୁ ଯିବାକୁ ପଡିବ ଯାହାକି ମହିଳା ମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି |
ତେବେ ଉକ୍ତ ବ୍ୟାଙ୍କର ସମସ୍ତ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିବାରୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ବୁଗବୁଗା ଗ୍ରାମର ଶତାଧିକ ଗ୍ରାମବାସୀ ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସି ବ୍ୟାଙ୍କ ଉଚ୍ଛେଦ ନ କରିବାକୁ ଦାବି କରିଥିଲେ । ତେବେ ବ୍ୟାଙ୍କ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରା ନଗଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Ready to airConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.