ବରଗଡ: ଆସନ୍ତା ମାସ 21 ତାରିଖରେ ହେବାକୁ ଯାଉଛି ବରଗଡ ଜିଲ୍ଲା ବିଜେପୁର ଉପନିର୍ବାଚନ । ଏ ନେଇ ବରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି ।
ବିଜେପୁର ଉପନିର୍ବାଚନକୁ ଆଖିଆଗରେ ରଖି ଆଜି ବରଗଡ଼ ଏସପିଙ୍କ କାର୍ଯ୍ୟାଳୟରେ ପୋଲିସ ବିଭାଗ ଏବଂ ସିଆରପିଏଫ ଡିଆଇଜିଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏହି ବୈଠକରେ ପଶ୍ଚିମାଞ୍ଚଳ ଡ଼ିଆଇଜି ହିମାଂଶୁ କୁମାର ଲାଲ ଯୋଗଦେଇ ବିଜେପୁର ଉପନିର୍ବାଚନକୁ କିଭଳି ସୁରୁଖୁରୁରେ ପରିଚାଳନା କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ପଡୋଶୀ ଛତିଶଗଡ଼ ରାଜ୍ୟର ମହାସମୁନ ଜିଲ୍ଲା ଓ ରାୟଗଡ ଜିଲ୍ଲାର ଏସପିଙ୍କ ସମେତ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର ଆଦି ଜିଲ୍ଲାର ଏସପିମାନେ ମଧ୍ୟ ଏହି ବୈଠକରେ ଯୋଗଦାନ କରିଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ