ବରଗଡ଼: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ବରଗଡ଼ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତଥା ଜିଲ୍ଲା ପ୍ରୋଗ୍ରାମ ଅଫିସର(ଡିଏସଡବ୍ଲୁଓ ) ଚନ୍ଦ୍ରା ସାହୁଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ତାଙ୍କ ଘରୁ 3 ଲକ୍ଷ 54 ହଜାର 420 ନଗଦ ଟଙ୍କା, ଲକ୍ଷାଧିକ ସୁନା ଅଳଙ୍କାର, ବହୁ ଜମିବାଡ଼ି କାଗଜପତ୍ର ସହିତ ଘରେ 200 ରୁ ଅଧିକ ଦାମିକିଆ ଶାଢ଼ୀ ଜବତ କରାଯାଇଛି ।
ତେବେ ସମ୍ବଲପୁର ଏବଂ ବରଗଡ଼ ଭିଜିଲାନ୍ସ ବିଭାଗର 10 ଜଣିଆ ଟିମ ଏହି ଚଢ଼ାଉ ଜାରି ରଖିଛନ୍ତି । ପରେ ବ୍ୟାଙ୍କ ଲକର ଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଏବଂ ଚନ୍ଦ୍ରା ସାହୁଙ୍କ ଅଫିସରେ ଚଢ଼ାଉ କରାଯିବ ବୋଲି ସମ୍ବଲପୁର ଭିଜିଲାନ୍ସ DSP ମୋରେନିୟସ ମିଞ୍ଜ ଜଣାଇଛନ୍ତି।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ