ETV Bharat / state

ଜଗଦଲପୁର ଥାନା ଅଧିକାରିଣୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ - ବରଗଡ ଜିଲ୍ଲା ଜଗଦଲପୁର ଥାନା

ପୋଲିସ ଅଧିକାରିଣୀ ସାଜିଛନ୍ତି ଗୁଣ୍ଡାଙ୍କ ରକ୍ଷା କବଚ । ଆଇନ କାନୁନ ଭାଙ୍ଗି ମାଫିଆଙ୍କୁ ସରକାରୀ ସମ୍ପତ୍ତି ଲୁଟିବାକୁ ସହଯୋଗ କରୁଥିବା ସାଂଘାତିକ ଅଭିଯୋଗ ଆସିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Nov 7, 2019, 10:36 AM IST

ବରଗଡ: ବରଗଡ ଜିଲ୍ଲାରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ‘5T ଏବଂ ମୋ ସରକାର‘ ଯୋଜନା | ସରକାରଙ୍କ ନିର୍ଦ୍ଦେଶକୁ ଖାତିର କରୁନାହାଁନ୍ତି ବରଗଡ ଜିଲ୍ଲା ଜଗଦଲପୁର ଥାନା ଅଧିକାରୀ | ସମସ୍ତ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ପୋଲିସ ଅଧିକାରୀ ଏପରି ଗୁରୁତର ଅଭିଯୋଗ ଆସିଛି ଜଣେ ମହିଳା ପୋଲିସ ଅଧିକାରୀଙ୍କ ନାରେ । ଅଧିକାରୀ ଜଣଙ୍କ ଗୁଣ୍ଡା ମାଫିଆ ମାନଙ୍କୁ ପ୍ରଶୟ ଦେବା ସହିତ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ କରିବାରେ ସହଯୋଗ କରୁଥିବା ସାଂଘାତିକ ଅଭିଯୋଗ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଅଭିଯୋଗ ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାର ପୋଲିସ ଅଧିକାରୀଙ୍କ ନାମରେ ଅଭିଯୋଗ ନେଇ ବରଗଡ ଏସପି ପଦ୍ମିନୀ ସାହୁଙ୍କ ନିକଟକୁ ଆସିଥିଲେ ପୁଟୁକା ଗ୍ରାମବାସୀ । ଜଗଦଲପୁର ଥାନା ଅଞ୍ଚଳରେ ବ୍ୟାପକ ଚୂନପଥର ଓ ନଦୀବାଲି ବେଆଇନ ଭାବେ ଛତିଶଗଡକୁ ଚୋରା ଚାଲାଣ କରାଯାଉଛି । ସେହିପରି କାଠ ମାଫିଆ ଏବଂ ଗୁଣ୍ଡା ମାନଙ୍କ ଆତଙ୍କରାଜକୁ ଜଗଦଲପୁର ପୋଲିସ ସବୁ ଜାଣିସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି ଏପରି ବେଆଇନ କାର୍ଯ୍ୟକଳାପ ବିରୋଧରେ ସ୍ଵର ଉଠାଇଲେ ସେମାନଙ୍କୁ ମାଡ ମାରିବା ସହ ଜେଲକୁ ପଠାଯାଉଛି । ଗୁଣ୍ଡା ମାଫିଆ ମାନଙ୍କୁ ପୋଲିସ ସୁରକ୍ଷା ଯୋଗାଉଛି ବୋଲି ଅଭିଯୋଗ କରିଛନ୍ତି । ଆଉ ଏହିସବୁ ବେଆଇନ କାର୍ଯ୍ୟରେ ଖୋଦ ଜଗଦଲପୁର ଥାନାଧିକାରୀ ସାମିଲ ଥିବା ଗ୍ରାମବାସୀ ବରଗଡ ଏସପି ପଦ୍ମିନୀ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏବେ ଦେଖିବାର କଥା 5ଟି ମୋ ସରକାରକୁ ମାଧ୍ୟମରେ ବରଗଡ ଏସପି ଏହି ଘଟଣାରେ କଣ ପଦକ୍ଷେପ ନେଉଛନ୍ତି ଏବଂ ଗୁଣ୍ଡାଙ୍କ ସହ ମିଶି ଆଇନ ଭାଙ୍ଗୁଥିବା ଅଭିଯୋଗ ହୋଇଥିବା ଅଫିସରଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro: ବରଗଡ ଜିଲ୍ଲାରେ ଫେଲ ମାରିଛି ରାଜ୍ୟ ସରକାରଙ୍କ "5T" ଏବଂ "ମୋ ସରକାର" ଯୋଜନା | ସରକାରଙ୍କ ଯୋଜନାକୁ ଖାତିର କରୁନାହାନ୍ତି ବରଗଡ ଜିଲ୍ଲା ଜଗଦଲପୁର ଥାନା ଅଧିକାରୀ | ସମସ୍ତ ନିୟମକୁ ଉଲଂଘନ କରୁଛନ୍ତି ପୋଲିସ ଅଧିକାରୀ ଏପରି ଗୁରୁତର ଅଭିଯୋଗ ଆସିଛି ଜଣେ ମହିଳା ପୋଲିସ ଅଧିକାରୀଙ୍କ ନାମରେ ଯେକି ଗୁଣ୍ଡା ମଫିଆ ମାନଙ୍କୁ ପ୍ରଶ୍ରୟ ଦେବା ସହିତ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ କରିବାରେ ସହଯୋଗ କରୁଥିବା ଅଭିଯୋଗ ଆସିଛି |
Body: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାର ପୋଲିସ ଅଧିକାରୀଙ୍କ ନାମରେ ଗୁରୁତର ଅଭିଯୋଗ ନେଇ ବରଗଡ ଏସପି ପଦ୍ମିନୀ ସାହୁଙ୍କ ନିକଟକୁ ଆସିଥିଲେ ପୁଟୁକା ଗ୍ରାମର ବାସିନ୍ଦା | ଜଗଦଲପୁର ଥାନା ଅଞ୍ଚଳରେ ବ୍ୟାପକ ଚୂନପଥର ଓ ନଦୀବାଲି ଛତିଶଗଡ ରାଜ୍ୟକୁ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ବେଳେ କାଠ ମଫିଆ ଏବଂ ଗୁଣ୍ଡା ମାନଙ୍କ ଆତଙ୍କରାଜକୁ ଜଗଦଲପୁର ପୋଲିସ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି | ଗ୍ରାମବାସୀ ଏପରି ବେଆଇନ କାର୍ଜ୍ୟକଳାପ ବିରୋଧରେ ସ୍ଵର ଉଠାଇଲେ ସେମାନଙ୍କୁ ମଦ ମାରିବା ସହ ଜେଲକୁ ପଠାଯାଉଛି ଏବଂ ମଫିଆ ମାନଙ୍କର ଏପରି ଆତଙ୍କରାଜରେ ଜଗଦଲପୁର ଥାନାଧିକାରୀ ଖୋଦ ସହଯୋଗ କରୁଥିବା ଅଭିଯୋଗ ନେଇ ବରଗଡ ଏସପି ପଦ୍ମିନୀ ସାହୁଙ୍କ ନିକଟରେ ପହଞ୍ଚିଥିଲେ ଗ୍ରାମବାସୀ |

ବାଇଟ 1- ବିରେନ୍ଦ୍ର ଶେଠ ( ପୁଟୁକା ଗ୍ରାମବାସୀ )
ବାଇଟ 2- ମୋତିଲାଲ ସାହୁ ( ପୁଟୁକା ଗ୍ରାମବାସୀ )
ବାଇଟ 3- ପଞ୍ଚାନନ ବଗର୍ତ୍ତୀ ( ପୁଟୁକା ଗ୍ରାମବାସୀ )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.